No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ପାରଳାଖେମୁଣ୍ଡି :- କୋଭିଡ -୧୯ ବୋର୍ଡ ଲଗାଇ ବିବାହ ଉତ୍ସବରେ ବ୍ୟବହାର ହେଉଛି ଗାଡ଼ି। ଏଭଳି ଏକ ଗାଡ଼ିକୁ ପାତପାଟନମ ନାକା ସ୍ଥଳୀରେ ଧରିଛି ପୋଲିସ । ସୂଚନା ପ୍ରକାରେ OD20 A0001 ନମ୍ବର ବିଶିଷ୍ଟ ଲାଲ୍ ରଙ୍ଗର ଏକ ଇନୋଭାରେ କୋଭିଡ-19 ଷ୍ଟିକର ଲଗାଇ ଆନ୍ଧ୍ର ପ୍ରଦେଶକୁ ଯାଉଥିଲା, ସେଥିରେ ବର ପାର୍ଟି ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ଦେଖିବାକୁ ମିଳିଥିଲା । ଗତକାଲି ରାତିରେ କୈାଶଳ କ୍ରମେ ଉକ୍ତ ଚେକ୍ ପୋଷ୍ଟରୁ ଖସି ପଳାଇବାରେ ସଫଳ ହୋଇଥିଲେ ବରପାର୍ଟି ।

ଆଜି ପୁଣି ଉକ୍ତ ଗାଡ଼ି କୋଭିଡ ଷ୍ଟିକର ଲଗାଇ ଆସୁଥିବା ବେଳେ,ଗାଡିଟିକୁ ଅଟକାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଏଠି ସୂଚନା ଯୋଗ୍ୟ ଯେ କୋଭିଡ କଟକଣା ମଧ୍ୟରେ ପୋଲିସ ଆଗରୁ ଖସିଯିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ଓ ଆଇନକୁ ଉଲଂଘନ କରୁଛନ୍ତି । ତେଣୁ ଏହିଭଳି ଆଇନ ଉଲଙ୍ଘନକାରୀଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result