No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦରେ ଗୁମ୍ମା ବ୍ଲକର ସାମ୍ବାଦିକ ମାନେ ପ୍ରଥମ ଡୋଜ କୋରନା ଟୀକା ନେଇଛନ୍ତି। ଏ ନେଇ ଗୁମ୍ମାବ୍ଲକ ସାମ୍ବାଦିକମାନଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଗତ କିଛି ଦିନ ହେଲା କୋରନାରେ ଆକ୍ରାନ୍ତ ହୋଇ ବୋହୁ ସାମ୍ବାଦିକ ଭାଇଙ୍କ ମୃତ୍ୟୁ ଘଟିଛି ସାମ୍ବାଦିକ ମାନେ ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ବିଭିନ୍ନ ଅଞ୍ଚଳରେ ଖବର ସଂଗ୍ରହ କରୁଛନ୍ତି । କୋଭିଡ ୧୯ରେ ଡକ୍ଟର,ନର୍ସ,ପାରାମେଡିକାଲ କର୍ମଚାରୀ ଓ ପୁଲିସ କୁ ଆଗଧାଡ଼ିର କୋରନା ଯୋଦ୍ଧା ଘୋଷଣା କରିଥିଲେ ସରକାର ।

ଫଳରେ ସେହି କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ଥାଇ ମୃତ୍ୟୁ ଘଟିଲେ ରାଜ୍ୟ ସରକାର ତାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଥିଲେ । ସାମ୍ବାଦିକ ମାନେ ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ଖବର ସଂଗ୍ରହ କରୁଛନ୍ତି ଏଣୁ ସାମ୍ବାଦିକଙ୍କୁ ଆଗଧାଡ଼ିର କୋରନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର ଏବଂ କୋରଣା ଟିକ ନେବାପାଇଁ ସ୍ୱତନ୍ତ୍ର ବେବସ୍ତା କରିଥିବାରୁ ଗୁମ୍ମା ସାମ୍ବାଦିକ ତରଫରୁ ରାଜ୍ୟ ସରକାରଙ୍କ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏବଂ ଡ଼ଃ ରାଜୀବ ଲୋଚନ ସେନାପତିଙ୍କ ତତ୍ତ୍ଵାବଧାନରେ ଗୁମ୍ମା ବ୍ଲକ ସାମ୍ବାଦିକ ସଭାପତି ଈଶ୍ୱର ଚନ୍ଦ୍ର ବିଶୋଇ, ଲଳୀତ ମୋହନ ଦଣ୍ଡେସେନା,କୋମଳ କୁମାର ଦଳାଇ, ସୁବୋଧ କୁମାର ଲିମ୍ମା,ପ୍ରବୀଣ କୁମାର ପାଣି,ହିମାଂଶୁ ଲିମ୍ମା, ବାଦଲ ପଣ୍ଡା ଓ ଋଷିକେଶ ଦଳାଇ ପ୍ରଥମ ଡଜ ଟୀକା ନେଇଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result