No Result
View All Result
ମନ୍ତ୍ରୀ ଦେଲେ ଏମ୍ବୁଲାନ୍ସ ହେଲେ କାମକୁ ଆସୁନି ଯାନ, ଗାଡିର କାଗଜ ପାତ୍ର ଠିକ ନ ଥିବାରୁ ରାସ୍ତା ରେ ଚାଲି ପାରୁନି ଗାଡି ଫଳରେ ହସ୍ପିଟାଲ ରେ ଥାଇ ମଧ୍ୟ ରୋଗୀ ସେବାରେ ଲାଗି ପାରୁନାହିଁ ଏମ୍ବୁଲାନ୍ସ

ଓଡ଼ିଶା ତାଜା ନ୍ୟୁଜ (୨୨ ମଇ , ଶନିବାର ) ପଦ୍ମପୁର :- ମନ୍ତ୍ରୀ ଦେଲେ ଏମ୍ବୁଲାନ୍ସ ହେଲେ କାମକୁ ଆସୁନି ଯାନ, ଗାଡିର କାଗଜ ପାତ୍ର ଠିକ ନ ଥିବାରୁ ରାସ୍ତା ରେ ଚାଲି ପାରୁନି ଗାଡି ଫଳରେ ହସ୍ପିଟାଲ ରେ ଥାଇ ମଧ୍ୟ ରୋଗୀ ସେବାରେ ଲାଗି ପାରୁନାହିଁ ଏମ୍ବୁଲାନ୍ସ ବରଗଡ ଜିଲ୍ଲା ରେ କୋଭିଡ, ପରିଚାଳନା ପରିସ୍ଥିତି ରେ ସରକାର ବିଫଳ ହୋଇ ଥିବା ବେଳେ ଏହାକୁ ଢାଙ୍କୁଣି ଘୋଡାଇବା ପାଇଁ ମନ୍ତ୍ରୀ ଏବଂ ବିଧାୟକ ମାନେ ଆମ୍ବୁଲେନ୍ସ ଲୋକାର୍ପଣ କରୁଥିବା ବେଳେ କେଉଁଠି ଘରକୁ ଘର ବୁଲି ପରୀକ୍ଷଣ କରୁଛନ୍ତି । କିଛିଦିନ ତଳେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ବରପାଲିରେ ରୋଗୀଙ୍କ ସେବା ପାଇଁ ଏକ ଆମ୍ବୁଲେନ୍ସ ଲୋକାର୍ପଣ କରିଥିଲେ ।

କିନ୍ତୁ ଉକ୍ତ ଗାଡିର ସ୍ଥିତାବସ୍ଥା ଓ ଫିଟନେସ ଜଣା ପଡିବା ପରେ କୋରନା ପରି ମହାମାରୀ ସମୟରେ ମନ୍ତ୍ରୀଙ୍କ ଏହା ସାଧାରଣ ଲୋକଙ୍କୁ ଉପହାସ ବୋଲି ଚର୍ଚ୍ଚା ହେଉଛି । ବରପାଲି ଅଞ୍ଚଳବାସୀ ଉକ୍ତ ଆମ୍ବୁଲାନ୍ସ ଗାଡିଟି ନଂ- ସିଜି-୦୪-ଜେ-୬୮୫୫ ୨୦୦୬ ମସିହାର ହୁନ ୨୩ ତାରିଖରେ ଛତିଶିଗଡ ରାଜ୍ୟର ରାୟପୁର ଆର.ଟି.ଓ ଙ୍କ ଠାରେ ପଂଜିକୃତ ହୋଇଥିଲା । ଏହାର ଫିଟନେଓ ଅବଧି ୨୦୧୯ ମସିହା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଥିଲା । ୨୦୨୦ ମସିହା ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ଗାଡିର ବୀମା ଅବଧି ଏବଂ ଟ୍ୟାକ୍ସ ଅବଧି ୨୦୧୯ ମସିହା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା । ରାୟପୁର ଆର.ଟି.ଓ. ଙ୍କ ସୂଚନା ମୁତାବକ ଉକ୍ତ ଗାଡିଟି ୧୪ ବର୍ଷ ୧୦ ମାସ ଚଳନ କ୍ଷମ ରହିବ ବୋଲି ପ୍ରମାଣପତ୍ର ଦେଇଥିଲେ ।

ଏଦୃଷ୍ଟିରୁ ଏବେ ଏ ଗାଡିଟି ଅଲୋଡା ହୋଇ ପଡିଛି । ଏହା ଏବେ କବାଡି ଷାନାରେ ରହିବା ବଦଳରେ ରୋଗୀ ସେବାରେ ଏହା ଲଗା ଯାଇଛି । ପୁଣି ଶ୍ରମ ମନ୍ତ୍ରୀ ଏହି ଅଦରକାରୀ ଗାଡିକୁ ନିଜେ ରୋଗୀ ସେବାରେ ନିୟୋଜିତ କରି ଆଡମ୍ବ ସହକାରେ ଲୋକାର୍ପଣ କରିଛନ୍ତି । ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା. ଅରୁଣ ପାତ୍ରଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କିଛି ଜାଣି ନାହିଁ ବୋଲି କହିଥିଲେ । ଆମ୍ବୁଲେନ୍ସ ସେବାରେ ଲାଗୁଥିବା ସମସ୍ତ ଗାଡି ର ଫିଟନେଓ ନିହାତି ଜରୁରୀ କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଏବଂ ଆଂଚଳିକ ପରିବହନ ଅଧିକାରୀଙ୍କ ଅଜାଣତରେ ଏକ ଅଲୋଡା ଗାଡିକୁ କିପରି ଆମ୍ବୁଲେନ୍ସରେ ରୂପାନ୍ତରିତ କରାଗଲା ତାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହେଲାଣି ।
ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଏପରି ବେପରୁଆ କାମ କୁ ପ୍ରଶାସନିକ ଅଧିକାରୀ ମାନେ କିପରି ତଦାରଖ କଲେ ନାହିଁ ଏବଂ କରୋନା ଭଳି ସଂକଟ ସମୟରେ ସାଧାରଣ ଲୋକଙ୍କୁ କୁପରି ବିପଦ ମୁହକୁ ଠେଲି ଦିଆଗଲା ଏ ନଏଇ ଚର୍ଚ୍ଚା । ଅନ୍ୟ ପଟେ ମନ୍ତ୍ରୀ ଶ୍ରୀ ସିଂ ଓଡିଶାରେ ଗାଡି ନ ମିଳିବାରୁ ଛତିଶଗଡରୁ ଗାଡି ଅଣାଗଲା ଓ ଏହାର ଫିଟନେଓ ଅଛି ବୋଲି ମନ୍ତବ୍ୟ ଦେଇଥିଲେ । ଦେଖିବା ବାକି ରହିଲା ସରକାର ଏ ଦିଗରେ କେତେ ଶୀଘ୍ର ପଦକ୍ଷେପ ନେବେ ଏବଂ ରୋଗୀ କେବେ ଏହି ସେବାର ଲଭ ଉଠାଇ ପାରିବେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result