• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

‘କୃଷକମାନଙ୍କର କଠିନ ପରିଶ୍ରମ ଫଳରେ ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି’ : ମନ୍ତ୍ରୀ ଡ. ସାହୁ

Proprietor Abhimanyu Maharana by Proprietor Abhimanyu Maharana
March 7, 2020
in Uncategorized, ଓଡ଼ିଶା, ଦେଶ, ଶିକ୍ଷା ଓ ନିଯୁକ୍ତି, ହୋମ୍
0
‘କୃଷକମାନଙ୍କର କଠିନ ପରିଶ୍ରମ ଫଳରେ ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି’  : ମନ୍ତ୍ରୀ ଡ. ସାହୁ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) OUAT ତା-7.3.2020 :- ବିଗତ ୧୦୦ ବର୍ଷ ମଧ୍ୟରେ ଓଡ଼ିଶା ଛୋଟବଡ଼ ୧୩୫ ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି । ଗଲା ୨୦ ବର୍ଷ ମଧ୍ୟରେ ରାଜ୍ୟ ୩୨ଥର ବନ୍ୟା, ବାତ୍ୟା, ମରୁଡ଼ି ଏବଂ ରୋଗପୋକ ଆକ୍ରମଣର ଶିକାର ହୋଇଛି । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ସମୟୋଚିତ ପଦକ୍ଷେପ ଏବଂ କୃଷକମାନଙ୍କର କଠିନ ପରିଶ୍ରମ ଫଳରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଧାନ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇଥିବାବେଳେ ଡାଲି, ତୈଳବୀଜ ଓ ପନିପରିବା ଆଦିର ଉତ୍ପାଦନ ବୃଦ୍ଧି ପାଇଛିି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ମେଳା-୨୦୨୦କୁ ଉଦ୍‌ଘାଟନ କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ପରିବର୍ତ୍ତିତ ଜଳବାୟୁ, ଅସ୍ଥିର ବଜାର ଦରକୁ ଦୃଷ୍ଟିରେ ରଖି ଜଳବାୟୁ ସହନଶୀଳ ବିହନ ବ୍ୟବହାର, ଉପଯୁକ୍ତ ଜ୍ଞାନକୌଶଳର ପ୍ରୟୋଗ ଓ ଫସଲର ବିବିଧିକରଣ ଦ୍ୱାରା ଅଧିକ ଅର୍ଥକରୀ ଫସଲ ଚାଷ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏଥି ସହିତ ଆନୁଷଙ୍ଗିକ କୃଷି ଯଥା ମାଛଚାଷ, କୁକୁଡ଼ା ଚାଷ, ଗୋପାଳନ ସହିତ ଛତୁଚାଷ, ମହୁଚାଷ ଆଦି ପ୍ରତି ଚାଷୀମାନଙ୍କୁ ପ୍ରୋତ୍ସାହିତ କରି ସେମାନଙ୍କ ଆୟକୁ

ବହୁଗୁଣିତ କରିବା ସହ ରାଜ୍ୟକୁ ସ୍ୱାବଲମ୍ବୀ ହେବା ପାଇଁ ମନ୍ତ୍ରୀ କହିଥିଲେ । ମହିଳାମାନଙ୍କୁ କୃଷି କ୍ଷେତ୍ରରେ ଅଧିକ ସଂଖ୍ୟାରେ ନିୟୋଜିତ କରିବା ସହିତଉନ୍ନତ ଜ୍ଞାନକୌଶଳର ପ୍ରୟୋଗ, ବ୍ୟାପକ ଯନ୍ତ୍ରପାତିର ବ୍ୟବହାର, ଲାଭଜନକ ଫସଲ ଚାଷ, କୃଷିଜାତ ଦ୍ରବ୍ୟର ପ୍ର୍ରକି୍ରୟାକରଣ ଆଦି କାର୍ଯ୍ୟ ମାଧ୍ୟମରେ ଯୁବପିଢ଼ିମାନଙ୍କୁ କୃଷି କାର୍ଯ୍ୟ ପ୍ରତି ଆଗ୍ରହୀ କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଗବେଷଣାଲବ୍ଧ ଜ୍ଞାନକୌଶଳକୁ ଉପଯୋଗ କରି କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କ ଆୟ ବୃଦ୍ଧି କରାଯାଇପାରିବ ବୋଲି ମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ସାଂପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷିକୌଶଳର ବିକାଶ କରାଯିବା ଆବଶ୍ୟକ ବୋଲି ଡ. ସାହୁ କହିଥିଲେ ।ରାଜ୍ୟ ସରକାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସାମଗ୍ରିକ ଉନ୍ନତି ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିବାବେଳେ ଏହାକୁ ଏକ ଉତ୍କର୍ଷ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ୍‌ ଅଧ୍ୟକ୍ଷତା କରି କହିଲେ ଯେ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷକ ମେଳାର ଆୟୋଜନ ଓଡ଼ିଶାର ଚାଷୀମାନଙ୍କୁ ନିଶ୍ଚିତ ରୂପେ ଉତ୍ସାହିତ କରିବ । ଏଣିକି ପ୍ରତିବର୍ଷ ଦୁଇଥର କୃଷକ ମେଳାର ଆୟୋଜନ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । କୃଷିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା କରାଯିବା ସହିତ ନୂତନ ଓ ଅଧିକ ଅମଳକ୍ଷମ ବିହନ ପ୍ରସ୍ତୁତ କରାଯାଉଛି ।ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରି ରାଜ୍ୟର କୃଷି ଓ କୃଷକଙ୍କ ବିକାଶ ଦିଗରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବ ବୋଲି କୁଳପତି ଡ. ଅଗ୍ରୱାଲ୍‌ କହିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଡ. ସାହୁ ବିକଶିତ ଜ୍ଞାନକୌଶଳକୁ ଚାଷୀମାନଙ୍କ ନିକଟରେ ସୁଲଭ ମୂଲ୍ୟରେ ଓ ଠିକଣା ସମୟରେ ପହଞ୍ଚାଇବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କଳିଙ୍ଗ ବ୍ରାଣ୍ଡର ଶୁଭ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା ତଥା ପଶ୍ଚିମବଙ୍ଗରୁ ଆସିଥିବା ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୃଷି-ବୈଜ୍ଞାନିକ

ଆଲୋଚନା ଚକ୍ର ଓ ଫସଲ କିସମ ସୁରକ୍ଷା ଏବଂ କୃଷକଙ୍କ ଅଧିକାର ସଂପର୍କରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥି ସହିତ ଅଭିନବ କୃଷକୌଶଳ ଏବଂ ବିଭିନ୍ନ ଫସଲର ଦେଶୀୟ କିସମ ଉପରେ ଏକ କୃଷି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଉତ୍ସବ ପ୍ରାରମ୍ଭରେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ଲଳିତ ମୋହନ ଗଡ଼ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର କୁମ୍ଭକର୍ଣ୍ଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

କୃଷକ ମେଳାରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ପଶ୍ଚିମବଙ୍ଗରୁ ଶତାଧିକ କୃଷକ , ବୈଜ୍ଞାନିକ ଓ ସମ୍ପ୍ରସାରଣ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

Odisha to Host 2026–27 Junior & Senior Artistic Gymnastics National Championships

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

April 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version