No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର )ପଦ୍ମପୁର :- ପ୍ରାକୃତିକ ସୌନ୍ଦର୍ଯ୍ୟ ଆଧ୍ୟାତ୍ମିକ ପରିବେଶ ଶାନ୍ତି ପୂର୍ଣ୍ଣ ବାଟ ବରଣ ଓ ଅଲୌକିକତା ର ଗନ୍ତା ଘର ପଶ୍ଚିମ ଓଡ଼ିଶାର ରେ ଥିବା ପବିତ୍ର ନୃସିଂହନାଥ ମନ୍ଦିର । ଏହାର ପରମ୍ପରା ଅନନ୍ୟା ଅନନ୍ୟା ଏହାର ରୀତିନୀତି ପୂଜା ପଦ୍ଧତି। ତମଧ୍ୟ ରୁ ପ୍ରତିବର୍ଷ ଅକ୍ଷୟ ତୃତୀୟା ଅବସରରେ ଲାଗୁଥିବା ପଖାଳ ଭୋଗ ର ରହିଛି ନିଜସ୍ୱ ଅନନ୍ୟତା। ପ୍ରତିବର୍ଷ ପବିତ୍ର ଅକ୍ଷୟ ତୃତୀୟା ଠାରୁ ପ୍ରାୟ ୭ ଦିନ ଧରି ପ୍ରଭୁ ମାର୍ଜାର କେଶରୀ ନୃସିଂହ ପ୍ରଭୁଙ୍କ ଥରେ ଲାଗି ହୋଇ ଥାଏ ପଖାଳ ଭୋଗ
। ପରମ୍ପରା ଅନୁଯାୟୀ ଏହି ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ମନୁଷ୍ୟ ଯେପରି ନିଜର ଖାଦ୍ୟ ପେୟ ରହଣି ସାହଣୀ ପରିବର୍ତ୍ତନ କରିଥାଏ ସେହି ପରି ଏହି ପୀଠରେ ଗ୍ରୀଷ୍ମପ୍ରବାହ ରୁ ରକ୍ଷା ପାଇଁ ଠାକୁର ଙ୍କ ଥରେ ଲାଗିଥାଏ ପଖାଳ ଭୋଗ। ଟେଭା ପତ୍ର ଦହି କଞ୍ଚା ଆମ୍ବ ଆଦି ଦେଇ ବିଶେଷ ଭାବରେ ପ୍ରସ୍ତୁତ ଏହି ପଖାଳ ସାଙ୍ଗରେ ଭଜା ସନ୍ତୁଳା ଆଦି ଭଜା ଲଗା ଯାଇଥାଏ। ଏହା ସହ ମହା ପ୍ରଭୁ ଏବଂ ମହାପ୍ରଭୁ ଙ୍କର ପାର୍ଶ୍ଵ ଦେବତା ମାନଙ୍କୁ ଗ୍ରୀଷ୍ମ ରେ ଆରାମ ପାଇଁ ମୁଣ୍ଡ ରେ ଚନ୍ଦନ ର ପ୍ରଲେପ,ମୁଣ୍ଡ ଉପରେ ଓଦା କନା ଏବଂ କଳସି ରେ ଥଣ୍ଡା ପିଇବା ପାଣି ରଖା ଯାଇ ଥାଏ
କେଉଁ ଆବହମାନ କାଳରୁ କିନ୍ତୁ ଚାଲି ଆସୁଥିବା ଏହି ପାରମ୍ପରିକ ନୀତି କାନ୍ତି ରେ ମହାପ୍ରଭୁଙ୍କ ପଖାଳ ଭୋଗ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟା ରେ ଭକ୍ତଙ୍କର ଭିଡ଼ ଜମୁଥିବା ବେଳେ ଗତ ଦୁଇ ବର୍ଷ ହେଲା କିନ୍ତୁ କରୋନା ଲକଡ଼ାଉନ ଯୋଗୁଁ ବିନା ଭକ୍ତରେ ହେଉଛି ଏହି ନୀତି। ବଢୁଥିବା ସଂକ୍ରମଣ ହାର ଏବଂ ଲକଡାଉନ କୁ ଦୃଷ୍ଟିରେ ରଖି ଭକ୍ତ ଙ୍କୁ ବାରଣ କରାଯାଇଛି। ବର୍ତ୍ତମାନ ବରଗଡ଼ ଜିଲ୍ଲା ରେ ପ୍ରତିଦିନ କୋଭିଡ ଆକ୍ରାନ୍ତ ଙ୍କ ସଂଖ୍ୟ ଶହ ଶହ ରେ ବଢୁ ଥିବା ବେଳେ ପ୍ରତି ଦିନ ମୃତ୍ୟୁହାର ମଧ୍ୟ ବଢ଼ିବାରେ ଲାଗିଛି। ଏଣୁ ଭକ୍ତ ଗହଳି କୁ ବାଦ ଦେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ କେବଳ ବିଧି ଓ ପରମ୍ପରା ରକ୍ଷା ପାଇଁ ରୀତିନୀତି ପାଳନ ପୂର୍ବକ ସମ୍ପର୍ଣ୍ଣ କରା ଯାଇଛି ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result