No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ପାରଳାଖେମୁଣ୍ଡି :- ସାରା ରାଜ୍ୟରେ କରୋନା ଅତି କ୍ଷିପ୍ର ଗତିରେ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଗଜପତି ଜିଲ୍ଲାରେ ମଧ୍ୟ କରୋନା ତାର କାୟାବିସ୍ତାର କରି ଚାଲିଛି ! ଏହାକୁ ଆଖି ଆଗରେ ରଖି ରାମଗିରି ପଞ୍ଚାୟତ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରିଥିବା ଦେଖିବାକୁ ମିଳିଛି ! ସେପଟେ ସରକାରଙ୍କ ପକ୍ଷରୁ ଗରିବ ହିତାଧିକାରୀ ମାନଙ୍କୁ ଦିଆଯାଉଥିବା ମାଗଣା ଚାଉଳ ଦେବାଲାଗି ଲୋକଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାଲାଗି ସ୍ଥାନୀୟ ପ୍ରଶାସନ ହିତାଧିକାରୀ ମାନଙ୍କୁ ସଚେତନ କରୁଥିବା ବେଳେ ବୟସ୍କ ବୃଦ୍ଧ ବୃଦ୍ଧା ହିତାଧିକାରୀ ମାନେ
ସରକାର ଙ୍କ ଦ୍ୱାରା ଦିଆଯାଉଥିବା ମାଗଣା ଚାଉଳ ନେବା ବେଳେ ଯେପରି ସେମାନେ ସଂକ୍ରମଣର ଶିକାର ନହେବେ ସେଥିଲାଗି ରାମଗିରି ଜିଲ୍ଲା ପରିଷଦ ସଦସ୍ୟା ସୁପ୍ରଭା ମଣ୍ଡଳଙ୍କ ନେତୃତ୍ୱରେ ଅଞ୍ଚଳରେ ଥିବା ବୃଦ୍ଧ ବୃଦ୍ଧା ହିତାଧିକାରୀ ମାନଙ୍କ ଘରକୁ ଘର ବୁଲି ସେମାନଙ୍କ ପ୍ରାପ୍ତ୍ୟ ଚାଉଳ ବଣ୍ଟନ କରିଥିଲେ ! ଏନେଇ ଗଣ ମାଧ୍ୟମର କିଛି ପ୍ରତିନିଧି ରାମଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମଣ୍ଡଳଙ୍କ ସହ ଯୋଗା ଯୋଗ କରିବାରେ ସେ କହିଥିଲେ ଲୋକଙ୍କ ପାଇଁ ମୁଁ ଏହି ଜିଲ୍ଲା ପରିଷଦ ଆସନ ପାଇଛି ଯଦି ମୁଁ କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କl ପାଖରେ ଠିଆ ହୋଇ ସେମାନଙ୍କର ସୁଖ ଦୁଃଖରେ ସାମିଲ ହୋଇ ତାଙ୍କ ପାଇଁ ଯଦି କିଛି କାର୍ଯ୍ୟ କରି ପାରିବି ତାହାହେଲେ ସେ ନିଜକୁ ଧନ୍ୟମନେ କରିବେ ବୋଲ କହିଛନ୍ତି l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result