• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟରେ କରୋନା ସଂକ୍ରମଣ ଉଗ୍ର ରୂପ ନେଉଛି

Proprietor Abhimanyu Maharana by Proprietor Abhimanyu Maharana
May 13, 2021
in ଓଡ଼ିଶା, ମହାନଗର, ହୋମ୍
0
ରାଜ୍ୟରେ କରୋନା ସଂକ୍ରମଣ ଉଗ୍ର ରୂପ ନେଉଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ଭୁବନେଶ୍ୱର :- ଜଙ୍ଗଲ ନିଆଁ ଡେଇଁଲା ଭଳି କରୋନା ଭୂତାଣୁ ଗୋଟିଏ ଲୋକରୁ ଆଉ ଏକ ଲୋକଙ୍କୁ ସଂକ୍ରମିତ କରୁଛି । ଗଲା ୭ ଦିନର କୋଭିଡ୍ ସଂକ୍ରମଣ ପରିସଂଖ୍ୟାନକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ହେଉଛି । ଅର୍ଥାତ୍ ଯେଉଁଭଳି ଭାବେ ଲକା୍ଡାଉନ୍ ଓ ସଟଡାଉନ କାର୍ଯ୍ୟକାରୀ କରାଯାଉଛି ତାହା ସଂକ୍ରମଣର ବେଗକୁ ପ୍ରତିରୋଧ କରିପାରୁ ନାହିଁ । ଏବେ ପ୍ରତି ଦିନ ସଂକ୍ରମଣ ହାର ସମୁଦାୟ ନମୁନା ପରୀକ୍ଷଣର ୨୦ ପ୍ରତିଶତ ଉପରେ ରହୁଛି । ଏଣୁ ରାଜ୍ୟ ସରକାର ଆଗକୁ କଡ଼ା ଆଭିମୁଖ୍ୟ ନେଇପାରନ୍ତି, ଅର୍ଥାତ୍ ଲକଡାଉନ ଆସନ୍ତା ଦିନରେ ଅଧିକ କଠୋର ହୋଇପାରେ ।

ରାଜ୍ୟ ସରକାରାଙ୍କ କୋଭିଡ୍ ଡ୍ୟାଶ୍ ବୋର୍ଡ଼ରେ ଦିଆଯାଇଥିବା ତଥ୍ୟ ଅନୁସାରେ ମେ ୧୨ ତାରିଖର ମଙ୍ଗଳବାର ଦିନ ରାଜ୍ୟରେ ୫୧ ହଜାର ୪୫୧ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିଲା। ଏଥିରୁ ୧୦ହଜାର ୬୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଚନ୍ତି। ଅର୍ଥାତ୍ ଏହିଦିନ ପଜିଟିଭ୍ ହାର ୨୦.୬ ପ୍ରତିଶତ ରେକର୍ଡ଼ କରାଯାଇଛି। ଠିକ୍ ସେହିପରି ଲକଡାଉନ ଆରମ୍ଭ ଦିନର ତଥ୍ୟକୁ ଯଦି ଆକଳନ କରାଯାଏ ତେବେ ମେ ୫ ତାରିଖ ଦିନ ସମୁଦାୟ ସଂକ୍ରମଣ ହାର ଥିଲା ୨୧.୭ ପ୍ରତିଶତ। ଏହିଦିନ ବି ୧୮ହଜାର ୩୧୪ ନମୁନା ପରୀକ୍ଷଣ କରାଯାଇଥିଲା। ସେଥିରୁ ୧୦ହଜାର ୫୫୧ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ଦର୍ଶାଯାଇଛି ।

ଏହି ସାତ ଦିନ ଭିତରେ ଯେତେବେଳେ ନମୁନା ପରୀକ୍ଷଣ ସଂଖ୍ୟା ବଢ଼ାଯାଉଛି ଯେତେବେଳେ ଅଧିକ ସଂଖ୍ୟାରେ ପଜିଟିଭ୍ ରୋଗୀଙ୍କୁ ଚିହ୍ନିଟ କରାଯାଉଥିବା ବେଳେ ଯେଉଁଦିନ କମ୍ ସଂଖ୍ୟାରେ ନମୁନା ପରୀକ୍ଷଣ କରାଯାଉଛି ସେଦିନ ପଜିଟିଭ୍ ସଂଖ୍ୟା ମଧ୍ୟ କମିଥିବା ଲକ୍ଷ୍ୟ କରାଯାଉଛି। ଗଲା ସାତଦିନର ତଥ୍ୟକୁ ସମୀକ୍ଷା କଲେ ଜଣାଯାଏ ଯେ, ୬ ତାରିଖ ଦିନ ସବୁଠାରୁ ଅଧିକ ପଜିଟିଭ୍ ହାର ଲକ୍ଷ୍ୟ କରାଯାଇଛି। ଏହିଦିନ ରାଜ୍ୟରେ ସର୍ବାଧିକ କୋଭିଡ୍ ପଜିଟଭ୍ ହାର ୨୪.୯ ପ୍ରତିଶତ ରହିଥିବା ବେଳେ ୭ ତାରିଖ ଦିନ ପଜିଟିଭ୍ ହାର ୨୩.୩ ପ୍ରତିଶତ ରହିଥିଲ। ସେହିପରି ୮ ତାରିଖ ଦିନ ସଂକ୍ରମଣ ପଜିଟିଭ୍ ହାର ୨୧.୮ ପ୍ରତିଶତ, ୯ ତାରିଖରେ ୨୦.୭୩, ୧୦ ତାରିଖ ଦିନ ୨୧.୧ ପ୍ରତିଶତ ପଜିଟିଭ୍ ହାର ରେକର୍ଡ଼ କରାଯାଇଥିଲା ।

ପୁଣି ଏହି କୋଭିଡ୍ ଡ୍ୟାଶ୍ ବୋର୍ଡ ତଥ୍ୟ ଅନୁସାରେ ଗଲା ଦୁଇମାସଭିତରେ ସଂକ୍ରମଣ ପଜିଟିଭ୍ ହାର ୯୦ ପ୍ରତିଶତରୁ ଅଧିକ ହୋଇଛି। ମାର୍ଚ୍ଚ ଆଠ ତାରିଖରେ ରାଜ୍ୟରେ ସମୁଦାୟ ୨୦ ହଜାର ୮୧ଟି ସାମ୍ପଲ୍ ପରୀକ୍ଷା ହୋଇଥିଲା। ହେଲେ ସେଥିରେ ପଜିଟିଭ୍ ଥିଲେ ମାତ୍ର ୫୭ ଜଣ। ଅର୍ଥାତ୍ ପଜିଟିଭ୍ ହାର ଥିଲା ୦.୨୮ ପ୍ରତିଶତ। ଏକ ମାସ ପରେ ଅର୍ଥାତ୍ ଏପ୍ରିଲ୍ ୮ ତାରିଖରେ ଏହି ସଂକ୍ରମଣ ହାର ୪.୪ ପ୍ରତିଶତ ହେଲା। ମେ ମାସ ୭ ତାରିଖକୁ ଏହି ପରିସଂଖ୍ୟାନ ସର୍ବକାଳୀନ ରେକର୍ଡ଼ ହୋଇଛି। ଯଦିଓ ରାଜ୍ୟ ସରକାର ଦୁଇଦିନ ହେଲା ଲକ୍ ଡାଉନ ଲାଗୁ କରିଛନ୍ତି କିନ୍ତୁ ପଜିଟିଭ୍ ସଂକ୍ରମଣ ହାର ଉପରେ ଏହାର କୌଣସି ସୁପ୍ରଭାବ ଏଯାଏ ଲକ୍ଷ୍ୟ କରାଯାଇ ନାହିଁ। ମେ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୫୦ହଜାର ୭୯୯ ଜଣ ସାମ୍ପଲ୍ ପରୀକ୍ଷା କରାଇଥିବା ବେଳେ ସେଥିରୁ ୧୨୨୩୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ପଜିଟିଭ୍ ହାର ୨୪ ପ୍ରତିଶତ ହୋଇଛି।

ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କଣ୍ଣାଟକ ଭଳି ରାଜ୍ୟ ଏବେ ୨୦ ପ୍ରତିଶତ ପଜିଟିଭ୍ ହାରଠୁ ଅଧିକ ରହିଛନ୍ତି। ଦିଲ୍ଲୀରେ ସଂକ୍ରମଣ ହାର ଗଲା ସପ୍ତାହରେ ଅଚାନକ କମିଥିଲେ ମଧ୍ୟ ଓଡ଼ିଶାରେ ତାହା ହୋଇପାରି ନାହିଁ। ଓଡ଼ିଶା ସରକାର ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଆଖିରେ ରଖି କୋଭିଡ୍ ଚିକିତ୍ସା କେନ୍ଦ୍ରର ସଂଖ୍ୟା ବୃଦ୍ଧି କରିବା ସହ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି। ଭୁବନେଶ୍ବର ସମେତ ଅନ୍ୟ ମ୍ୟୁନିସିପାଲ୍ କର୍ପୋରେସନ୍ ଅଞ୍ଚଳରେ ସରକାର ଟିକାକରଣକୁ ଗୁରୁତ୍ବ ଦେଇଛନ୍ତି। ଏହା ସହ ରାଜ୍ୟକୁ କିପରି ଅଧିକ ଟିକା ଆସିପାରିବ ସେଥିଲାଗି ଅନ୍ତର୍ଜାତୀୟ ବଜାରରୁ ଟିକା କିଣିବାକୁ ଗ୍ଲୋବାଲ୍ ଟେଣ୍ଡର ଆହ୍ବାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କିନ୍ତୁ ଏସବୁ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ କରୋନା ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗ କରିବା ନିହାତି ଆବଶ୍ୟକ ହେଉଥିବାରୁ ନିଆଯାଇଛି ୧୪ ଦିନିଆ ଲକ୍ଡାଉନ୍ ପଦକ୍ଷେପ। ଏହି ଲକ୍ଡାଉନ୍ ରେ ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧୨ଟା ଯାଏ କୋହଳ ଦିଆଯାଇଛି। ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ଏହା ଉଦ୍ଦିଷ୍ଟ ଥିଲେ ମଧ୍ୟ ଯେଉଁ ଭାବରେ ଲୋକେ ସମସ୍ତ ନିୟମକୁ ଫୁ’ କରୁଛନ୍ତି ତାହା ଏବେ ସଂକ୍ରମଣ ସ୍ଥିତିକୁ ତଳକୁ ଖସାଇବାକୁ ଦେଉ ନାହିଁ। ଏହିପରି ପରିସ୍ଥିତିକୁ ଆୟତ୍ତ କରିବା ଲାଗି ଆହୁରି ଶକ୍ତ ପଦକ୍ଷେପ ନେବାକୁ କିଛି ବୁଦ୍ଧିଜୀବୀ ସରକାରଙ୍କୁ ସୋଶାଲ୍ ମିଡିଆରେ ପରାମର୍ଶ ଦେଇଛନ୍ତି। ସେମାନଙ୍କ ଭିତରେ ରହିଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

May 8, 2026
ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

May 8, 2026
ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

ସିଆଇଆଇ ଓଡିଶା ପକ୍ଷରୁ ଓଡିଶାରେ ଶିଳ୍ପ ଅଭିବୃଦ୍ଧି ଓ ସ୍ଥାୟୀ ବିିକାଶ ପାଇଁ ଏକ ରୋଡମ୍ୟାପ ସହିତ ୨୦୨୬ – ୨୭ ପାଇଁ ନୂଆ ନେତୃତ୍ୱ ଘୋଷଣା

May 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

May 8, 2026
ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version