No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ,ସୋମବାର ) ଗୁଣୁପୁର :- କରୋନା ଟୀକାକରଣ ନାମରେ ପୋଲିସ ବାବୁଙ୍କ ମୋବାଇଲକୁ ଛାଡିଲେ ମିଛ ସନ୍ଦେଶ (ଫେକ ମେସେଜ) । ରାୟଗଡା ଜିଲ୍ଲା ଗୁଣୁପୁର ଆଦର୍ଶ ଥାନାରେ କର୍ଯ୍ୟରତ ସବ ଇନିସ୍ପେକ୍ଟର ସୁଶାନ୍ତ କୁମାର ବେହେରା ସୋମବାର ସକାଳେ ସରକାରୀ ୱେବ ସାଇଟରେ ୧୮ ବର୍ଷରୁ ୪୪ ବର୍ଷ ବୟସ ମଧ୍ୟରେ ଉଦିଷ୍ଟ ଥିବା ତାଙ୍କ ପରିବାରର କିଛି ସଦସ୍ୟଙ୍କ ନାମ ଟିକାକରଣ ପୋର୍ଟାଲରେ ପଞ୍ଜିକରଣ କରାଇଥିଲେ । ତେବେ କିଛି ସମୟ ପରେ ଏକ ଘରୋଇ ନମ୍ବରରୁ ଶ୍ରୀ ବେହେରାଙ୍କ ପାଖକୁ ଏକ ସନ୍ଦେଶ (ମେସେଜ) ଆସିଥିଲା ।
ଏଥିରେ ଆଉ ଏକ ଆପରେ ପଞ୍ଜିକରଣ କରି ଏକ ଆପ ଡାଉନଲୋଡ କରିବାକୁ ଉଲ୍ଲେଖ ରହିଥିଲା । ତେବେ ଏହି ମେସେଜରେ ଅନେକ ବନାନ ଭୁଲ ଥିବା ଓ ସନ୍ଦେହ ଲାଗିବାରୁ ପୁଲିସ ଅଧିକାରୀ ଜଣକ ଭୁବନେଶ୍ୱର ସାଇବର ବିଭାଗ ସହ ଯୋଗାଯୋଗ କରିଥିଲେ । ଏହି ବାର୍ତ୍ତା ବା ସନ୍ଦେଶ ସମ୍ପୂର୍ଣ୍ଣ ମିଛ ଓ ଏହି ଆପ ଡାଉନଲୋଡ କରିବା ମାତ୍ରକେ ମୋବାଇଲ ହ୍ୟାଙ୍ଗ ହେବା ସହ ଡାଟା ଚୋରି ହେଉଥିବା କଥା ଜାଣିବାକୁ ପାଇଥିଲେ । ଜଣେ ପୁଲିସ ଅଧିକାରୀଙ୍କୁ ଯଦି ଏଭଳି ଜାଲରେ ସାଇବର ଅପରାଧୀଠକି ପାରୁଛନ୍ତି, ତେବେ ସାଧାରଣ ଲୋକଙ୍କୁ କିଭଳି ଠକୁ ନ ଥିବେ ଏଥିରୁ ସ୍ପଷ୍ଟ ଅନୁମେୟ ।
No Result
View All Result