No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାକୁ ବର୍ତ୍ତମାନ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର କରୋନା ମହାମାରୀର ନୂତନ ଭେରିୟଣ୍ଟ କୁ ନେଇ ଆତଙ୍କ ଖେଳାଇ ଦେଇଛି। ଏଥିରୁ ମୁକ୍ତ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରି ଚାଲିଛନ୍ତି । ଗଜପତି ଜିଲ୍ଲାର ଆନ୍ଧ୍ର ଓଡିଶା ସୀମାନ୍ତ ଅଞ୍ଚଳରେ ନାକା ପଏଣ୍ଟ ସହ ଗଜପତିକୁ ପ୍ରବେଶ କରୁଥିବା ସମସ୍ତ ପ୍ରବେଶ ପଥରେ ଟ୍ରେଞ୍ଜ ବା ରାସ୍ତା ଖୋଳି ଯୋଗା ଯୋଗକୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ କରିଛନ୍ତି ଜିଲ୍ଲା ପ୍ରଶାସନ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ଓଡିଶା-ଆନ୍ଧ୍ର ସୀମନ୍ତରେ ଥିବା ଗ୍ରାମ ଗୁଡିକର ରସ୍ତା ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶରେ ଖୋଳା ଯାଇଛି । ଗୋଷାଣୀ ବ୍ଲକର ସରଧାପୁର ପଞ୍ଚାୟତର ଗଜପତିନଗରକୁ ଆନ୍ଧ୍ରର ଚାପରା ରାସ୍ତା ସଂଯୋଗ ହୋଇଥିବା ରାସ୍ତାଟି ଖୋଳି ଦିଆଆଯାଇ ଅଛି ।
ଅଗରଖଣ୍ଡିକୁ ଆନ୍ଧ୍ର ମିଳିଆପୁଟି ରାସ୍ତା ସଂଯୋଗ ରାସ୍ତା ଗୁଡିକୁ ଖୋଳି ଯୋଗାଯୋଗ ବିଛିନ୍ନ କରାଯାଇଅଛି । ସେହିପରି ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଏବଂ ବାଘଶଳା ପଞ୍ଚାୟତର ମଣ୍ଡଳ ଦେଇ ରାସ୍ତା ଆନ୍ଧ୍ରର ମେଳିଆପୁଟି ଏବଂ କସମଳା ରାସ୍ତାକୁ ମଧ୍ୟ ବିଛିନ୍ନ କରାଯାଇଛି । ଏହାର କାରଣ ଆନ୍ଧ୍ର ପ୍ରବାସୀ ଏବଂ ଅମାନିଆ ମାନେ ଏଭଳି ବିଭିନ୍ନ ଗଳାବାଟ ଦେଇ ଗଜପତି ଜିଲ୍ଲାକୁ ପ୍ରବେଶ କରୁଥିବା ଯୋଗୁଁ ସଂଯୋଗ ପାଇଁ ଥିବା ରାସ୍ତା ଗୁଡିକୁ ବିଛିନ୍ନ କରାଯାଇଛି । ଏହି ରାସ୍ତା ଖୋଳା ହେବା ବେଳେ ଅତିରିକ୍ତ ତହସିଲଦାର ବିପିନ ଚନ୍ଦ୍ର ଲମ ଏବଂ ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସାଗର ରାଜ ଦଳାଇ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଏହି ରାସ୍ତା ଗୁଡିକୁ ବିଛିନ୍ନ କରିଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result