No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ମଇ ଶନିବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଗୋମାଂସ ସକାଶେ ଗୋରୁଙ୍କ ଚାଲାଣ କରାଯାଇଥିବା ବେଳେ ହିଞ୍ଜିଳି ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଶନିବାର ଭୋରରୁ ହିଞ୍ଜିଳି ଥାନା ବୁଗୁଡାପଲ୍ଲୀ ଅଞ୍ଚଳରୁ ୨ଟି ଟାଟାଏସି ଗାଡି (ଓଡି୦୭ ଏଇ ୮୩୬୨ ଓ ଓଡି୦୭ ଭି ୦୯୫୬ ) ଯୋଗେ ୧୦ଟି ଗୋରୁକୁ ଅମାନୁଷିକ ଭାବେ ବୋଝେଇ କରି ସୁଦୁର ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଚାଲାଣ କରାଯାଉଥିବା ବେଳେ କୈାଣସି ସୁତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ ଅତର୍କିତ ଚଢ଼ାଉ କରିଥିଲା ।

ଚଢ଼ାଉ ବେଳେ ୨ଟି ଗାଡ଼ିରୁ ୧୦ଟି ଗୋରୁକୁ ଉଦ୍ଧାର କରାଯାଇଛି । ୨ଟି ଗୋରୁ ବୋଝେଇ ଟାଟାଏସି ଗାଡି ଜବତ କରାଯିବା ସହ ସଂପୃକ୍ତ ଗାଡି ଚାଳକଙ୍କୁ ଗିରଫ କରାଯାଇଛି । ଗିରଫ ମାନେ ହେଲେ ହିଞ୍ଜିଳି ଥାନା ହିଞ୍ଜିଳି ଗ୍ରାମ ମଠପଦର ସାହିର ଦିପକ କୁମାର ପାତ୍ର ଓ ସ୍ଥାନୀୟ ଥାନା ଖରିଡା ଗ୍ରାମର ପ୍ରମୋଦ ଗଉଡ । ଏ ନେଇ ହିଞ୍ଜିଳି ଥାନାରେ ନଂ ୨୨୪ ଓ ୨୨୫/୨୧ରେ ୨ଟି ମାମଲା ରୁଜୁ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।

ପ୍ରକାଶ ଥାଉକି, ପୂର୍ବରୁ ହିଞ୍ଜିଳିକାଟୁ ସାପ୍ତାହିକ ଶନିବାର ହାଟରୁ ବହୁ ଗୋମାଫିଆ ମାନେ ସ୍ଥାନୀୟ ସାପ୍ତାହିକ ହାଟରୁ ଦଲାଲଙ୍କ ସହାୟତାରେ ଗୋରୁ ମାନଙ୍କୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ସମେତ ବାହାର ରାଜ୍ୟକୁ ଗୋମାଂସ ସକାଶେ ରପ୍ତାନି କରୁଥିଲେ । ପୁଲିସ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯିବା ପରେ ଗତ କିଛି ଦିନ ଧରି ଗୋ ରପ୍ତାନି ବନ୍ଦ ରହିଥିଲା । ପୁଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିବା ପରେ ପୁଣିଥରେ ସ୍ଥାନୀୟ ଅଞ୍ଚଳରେ ଗୋମାଫିଆ ମାନେ ସକ୍ରିୟ ହୋଇ ଉଠିଥିବା ଜଣାପଡିଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result