No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ନୂଆଗଡ ବ୍ଲକର ସାମ୍ବାଦିକ ମାନଙ୍କ ମିଳିତ ଉଦ୍ୟମରେ କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଅମାନିଆ ଙ୍କୁ ମାସ୍କ ବଣ୍ଟନ କରିବା ସହ ହାତ ନିଅମିତ ଧୋଇବା ବା ସାନିଟାଇଜିଙ୍ଗ କରିବା, ସାମାଜିକ ଦୂରତା ରଖିବା, ଆବଶ୍ୟକ ନଥିଲେ ଘରୁ ପଦାକୁ ନ ବାହାରିବା, ସବୁବେଳେ ମାସ୍କ ପରିଧାନ କରିବା,
ପରସ୍ପର କୁ ପରସ୍ପର ୨ମିଟର ଦୂରତା ରକ୍ଷା କରିବା ନିଜକୁ ସୁସ୍ଥ ରଖିବା ସହ ନିଜ ପରିବାରକୁ ସୁସ୍ଥ ରଖିବା ନେଇ ସଚେତନ କରାଇଥିଲେ l ଏଥିରେ ନୂଆଗଡ ବ୍ଲକ ର ସମସ୍ତ ସାମ୍ବାଦିକ ଏବଂ ଭୁବନେଶ୍ୱର ରୁ ଓଁକାର ଟିଭି ର ନିର୍ଦ୍ଧେଶକ କ୍ରିଷ୍ଣା ନାୟକ ସଚେତନତା ଶିବିରରେ ଯୋଗ ଦେଇଥିଲେ | ନୂଆଗଡ, ବଡ଼ପଦା, ଖଜୁରୀପଦା,କେ. ଝାଲାରସିଂ ଆଦି ଗ୍ରାମ ବୁଲି ଲୋକଙ୍କୁ ସଚେତନ କରାଇଥିଲେ l (ରିପୋର୍ଟ – ଗୁରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result