No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମଇ ବୁଧବାର ) ପାରଳାଖେମୁଣ୍ଡି :- ଆଜି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଶ୍ରୀ ଟି ଆପଙ୍ଗ ଆଓ ଦିନ ଏଗାରଟା ବେଳେ ଗଜପତି ଜିଲ୍ଲା ମୋହନା ବ୍ଲକର ଲୁହାଗୁଡି ଗ୍ରାମ ପଞ୍ଚାୟତ ର କମଳାପୁର ଠାରେ ଥିବା ଗଜପତିଓ ଗଞ୍ଜାମ ସୀମାନ୍ତ ପ୍ରବେଶ ପଥରେ ଅଟକି ନାକା ପଇଣ୍ଟ ତଦାରଖ କରିବା ସହ ସ୍ଥାନୀୟ ଅଧିକାରୀଙ୍କ ସହ କୋଭିଡ଼ ସ୍ଥିତି ସମ୍ପର୍କ ନେଇ ଆଲୋଚନା କରିବା ସହ କୋଭିଡ଼ କେୟାର ସେଣ୍ଟର ଏବଂ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ପର୍କରେ ପଚାରି ବୁଝିଥିଲେ।ଏହା ସହ ବର୍ତ୍ତମାନ ଆସୁଥିବା ଆନ୍ଧ୍ରପ୍ରଦେଶ ଷ୍ଟ୍ରେନ ପ୍ରତି ସତର୍କ ରହିବାକୁ ନିର୍ଦ୍ଧେଶ ଦେଇଥିଲେ।

ଆଜି ଆର ଡି ସି ଶ୍ରୀ ଆଓ ଗଜପତିଜିଲ୍ଲା ର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲାପାଳ ଅନୁପମ ସାହା ଙ୍କ ସହ ଗଜପତିଜିଲ୍ଲା ର ବିଭିନ୍ନ ଅଞ୍ଚଳ ଗସ୍ତ କରି ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି।ଏହା ସହ କମଳାପୁର ନାକା ପଏଣ୍ଟ ଠାରେ ବିଡ଼ିଓ ଲୋକନାଥ ଦଳବେହରା, ଆଇ ଆଇ ସି ସୁଜିତ କୁମାର ନାୟକ, ତହସିଲଦାର ଆଶିଷ କୁମାର ପ୍ରଧାନ, କୋଭିଡ଼ ମୋହନା ବ୍ଲକ ଦାୟୀତ୍ୱରେଥିବା ଅଧିକାରୀ ରାଜା ରଞ୍ଜିତ ବଳ ପ୍ରମୁଖଙ୍କ ସହ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର ଶ୍ରୀ ଟି ଆପଙ୍ଗ ଆଓ ଆଲୋଚନା କରି ଫେରି ଯାଇଛନ୍ତି l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result