No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ମଇ ରବିବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ମୋହନା ବ୍ଲକର ସଦର ମହକୁମା ମୋହନା ଠାରେ ବିଶ୍ଵ ଶ୍ରମିକ ଦିବସ ଅବସରରେ ସ୍ଥାନୀୟ ଆଞ୍ଚଳିକ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ କୋଭିଡ଼-୧୯ର ନିୟମ ପ୍ରକାରେ ଅସ୍ଥାୟୀ କାର୍ଯ୍ୟାଳୟ ପରିସରରେ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଓକିଲ ସୀମାଞ୍ଚଳ କାର୍ଯୀ ଯୋଗଦେଇ ଶ୍ରମିକମାନଙ୍କର କଲ୍ୟାଣ ପାଣ୍ଠି ବୃଦ୍ଧି କରିବା, ମୋହନାଠାରେ ଶ୍ରମିକ କାର୍ଯ୍ୟାଳୟ ଖୋଲିବା ଓ ଶ୍ରମିକମାନଙ୍କୁ ସରକାରୀ ସହାୟତା ଉପରେ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ସାମାଜିକ କର୍ମୀ ତଥା ସାମ୍ବାଦିକ ପଞ୍ଚାନନ ଦାଶ ଶ୍ରମିକ ସଙ୍ଗଠନକୁ ସୁଦୃଢ କରିବା, ଶ୍ରମିକମାନଙ୍କ ଭିତରେ ଏକତା ବଜାୟ ରଖିବା, ଅସୁବିଧା ସମୟରେ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରିବା,
ଶ୍ରମିକମାନଙ୍କ ନାର୍ଯ୍ୟ ଦାବୀ ହାସଲ ଓ ମୌଳିକ ସୁବିଧା ପାଇବା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବା ଉପରେ ଆଲୋକପାତ କରିଥିଲେ । ନିର୍ମାଣ ଶ୍ରମିକ ସଂଘର ପଥ ପ୍ରଦର୍ଶକ ତଥା ସମାଜସେବୀ ଭିକାରୀ ଚରଣ ନାୟକ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ରହିଥିବା ସମସ୍ତ ପ୍ରକାର ଯୋଜନା, ସାହାଯ୍ୟ, ସହଯୋଗ ଯୋଗାଇ ଦେବା , ମୋହନା ଠାରେ ପ୍ରଶାସନ ପକ୍ଷରୁ ସପ୍ତାହିକ ଶ୍ରମିକ କାର୍ଯାଳୟ ସ୍ଥାପନ ଓ ମୋହନା ବ୍ଲକରେ ବିଭିନ୍ନ ସମସ୍ୟାକୁ ନେଇ ରହିଥିବା ୧୦ ଗୋଟି ଦାବୀକୁ ସର୍ବସମ୍ମୁଖରେ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ଭଜହରି ସାହୁ, ଉପସଭାପତି ଧନୁର୍ଯ୍ୟ ନାୟକ, ସମ୍ପାଦକ ଦଶରଥ ମଳିକ, କୋଷାଧକ୍ଷ ବିକି ମାଝୀ, କାଳିଆ ପାତ୍ର, ରାମକୃଷ୍ଣ ପଣ୍ଡା, କେଦାର ପ୍ରଧାନ, କାଳିଆ ସାହୁ, ସୁଦାମ ସାହୁ, ଅନୀଲ ନାୟକ, ବଂଶୀଧର ସ୍ୱାଇଁ ପ୍ରମୁଖ ବହୁ ସଭ୍ୟ ଯୋଗ ଦେଇଥିଲେ । ଶେଷରେ ସଂଘର ଉପସଭାପତି ଶ୍ରୀ ନାୟକ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result