No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ମଇ ଶନିବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସବ-ରେଜିଷ୍ଟ୍ରାର ଶରତ ଚନ୍ଦ୍ର ନାୟକ ପଦନ୍ନୋତି ପାଇ ଗୁଣୁପୁର ତହସିଲଦାର ଭାବେ ଏଠାରୁ ବଦଳି ହୋଇଛି । ଏହି ଅବସରରେ ଶ୍ରୀ ନାୟକଙ୍କୁ ଆଜି ପାରଳାଖେମୁଣ୍ଡି ସବ-ରେଜିଷ୍ଟ୍ରାର ଅଫିସ କର୍ମଚାରୀ, ଷ୍ଟାମ୍ପ ଭେଣ୍ଡର ଓ ଷ୍ଟାମ୍ପ ରାଇଟରମାନଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପାରଳାଖେମୁଣ୍ଡି ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ପରିସରରେ କୋଭିଡ୍କୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଗତ ତିନି ବର୍ଷରୁ ଉର୍ଦ୍ଧ ସମୟ ଧରି ପାରଳାଖେମୁଣ୍ଡି ସବ-ରେଜିଷ୍ଟ୍ରାର ଭାବେ ଶରତ ଚନ୍ଦ୍ର ନାୟକ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ନିଷ୍ଠାର ସହ ଦାୟୀତ୍ୱ ସମ୍ପାଦନ କରି ସମସ୍ତ ଅଫିସ କର୍ମଚାରୀ, ଷ୍ଟାମ୍ପ ଭେଣ୍ଡର, ଷ୍ଟାମ୍ପ ରାଇଟର ଏବଂ ସାଧାରଣଙ୍କ ଠାରେ ଅତ୍ୟନ୍ତ ପ୍ରିୟପାତ୍ର ହେବା ସହ ବେଶ ଲୋକପ୍ରିୟ ହୋଇ ପାରିଥିଲେ ବୋଲି
ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଜି.ପ୍ରବୀଣ କୁମାର, କିରାଣୀ ମାଳତୀ ପାତ୍ର, କର୍ମଚାରୀ ସହଦେବ ଶବର ଓ ସତ୍ୟନାରାୟଣ ଦୋରା, ଷ୍ଟାମ୍ପ ଭେଣ୍ଡର ପ୍ରଭାତ କୁମାର ସାସମଲ, ସୁନୀଲ କୁମାର ପଣ୍ଡା, ଗୌରୀ ସାହୁ, ଷ୍ଟାମ୍ପ ରାଇଟର ରାଧାକାନ୍ତ ସାହୁ, ଗଣେଷ ପଟ୍ଟନାୟକ ପ୍ରମୁଖ ପ୍ରକାଶ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଗୁଣୁପୁର ତହସିଲରେ ତହସିଲଦାର ଭାବେ ଶ୍ରୀ ନାୟକ ଆଗାମୀ ଦିନରେ ଏଭଳି ଶୃଙ୍ଖଳିତ କାର୍ଯ୍ୟ କରି ଆହୁରି ଅଧିକ ଲୋକପ୍ରିୟ ହେବେ ବୋଲି ଏମାନେ କହିଥିଲେ । ବିଦାୟକାଳୀନ ସମ୍ବର୍ଦ୍ଧନାରେ ଶ୍ରୀ ନାୟକ ପ୍ରତିଉତ୍ତର ଦେଇ କହିଥିଲେ, ପାରଳାଖେମୁଣ୍ଡି ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଷ୍ଟାମ୍ପ ରାଇଟର, ଷ୍ଟାମ୍ପ ଭେଣ୍ଡର ଏବଂ ପାରଳା ଜନ ସାଧାରଣଙ୍କ ବେଶ ସହଯୋଗ ଯୋଗୁଁ ଗତ ୩ବର୍ଷରୁ ଉର୍ଦ୍ଧ ସମୟ ମୁଁ ଏଠାରେ ଶୃଙ୍ଖଳିତ ଭାବେ ସମସ୍ତ କାର୍ଯ୍ୟ ସମ୍ପାଦନ କରି ନିଜକୁ ଗୌରବାନ୍ୱିତ ମନେ କରୁଛି । ଏଣୁ ମୁଁ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରୁ ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result