No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ମଇ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ଏନ୍ଏସି ୧୨ ନମ୍ବର ୱାର୍ଡର ଜଣେ ଯୁବକ କୌଣସି କାମରେ ଫରେଷ୍ଟ ଛକରୁ ରେଳ ଲେବଲ୍ କ୍ରସିଙ୍ଗ ଆଡକୁ ଯାଉଥିବା ବେଳେ ହଠାତ୍ ସ୍କୁଟିରୁ ପଡିଯାଇଥିଲେ । ସେ ଏଥିରେ ଗୁରୁତର ହୋଇପଡିଥିଲେ । ଏହାକୁ ଦେଖି ଲୋକେ ସ୍ଥାନୀୟ ସିଏଚ୍ସି ଅଧୀନରେ ଥିବା ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ପହଂଚିଥିଲା ଠିକ୍ ସମୟରେ ଘଟଣା ସ୍ଥଳରେ ପହଂଚିଥିଲା ।
କିନ୍ତୁ ପହଂଚିଲା ପରେ ପରେ ହିଁ ଅକସ୍ମାତ ଖରାପ ହୋଇ ଯାଇଥିଲା । ଅନ୍ୟ ଏକ ଗାଡି ଯୋଗେ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଜରୁରୀ ସେବାରେ ନିୟୋଜିତ ଆମ୍ବୁଲାନ୍ସଟି କେଉଁ କାରଣରୁ ହଠାତ ଏପରି ଅଚଳ ହୋଇ ପଡିଥିଲା ସେ ନେଇ ତଦନ୍ତ କରାଯିବା ସହ ସମସ୍ତ ଆମ୍ବୁଲାନ୍ସ ସେବାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ନିବେଦନ କରିଛନ୍ତି l ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result