No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୦ ଏପ୍ରିଲ ୨୦୨୧, ଶୁକ୍ରବାର ) ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା ଆର.ଉଦୟଗିରି ଅଞ୍ଚଳରେ ଆଜକୁ ପ୍ରାୟ ଲଗାତାର କିଛିଦିନ ହେଲା ଅପରାହ୍ନ ସମୟରେ ଅଞ୍ଚଳରେ ପ୍ରବଳ କୁଆ ପଥର ପଡିବା ସହ ବିଜୁଳି ଘଡଘଡି ହୋଇ ପ୍ରବଳ ବର୍ଷା ଅନୁଭୂତ ହେଉଛି ! ଏବଂ ଅନେକଥର ବିଜୁଳି ଘଡଘଡିହୋଇ ପାହାଡ଼ ପର୍ବତରେ ଥିବା ବଡ଼ ବଡ଼ ବୃକ୍ଷକୁ ଆଘାତ ଦେଉଥିବାବେଳେ ଆଜି ଆର.ଉଦୟଗିରି ନିକଟସ୍ଥ ବାଦପୁର ଗ୍ରାମରେ ଥିବା ଏକ ଘର ଉପରେ ବିଜୁଳି ମାଡ କରିଥିବା ଦେଖିବାକୁ ମିଳିଥିଲା ! ତେବେ ଉକ୍ତ ବାଦପୁର ଗ୍ରାମର ଯୁବକ ପ୍ରଧାନୀ ଓ ତାଙ୍କ ସ୍ତ୍ରୀ ଭାଳେନ୍ତି ପ୍ରଧାନୀ ଘରେ ଉପସ୍ଥିତ ଥିବାବେଳେ ହଟାତ ତାଙ୍କ ଘର ଉପରକୁ ବିଜୁଳି ମାଡ ହୋଇଥିଲା ଜାହାର ପ୍ରଭାବରେ ଘରେ ଥିବା ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ବିଜୁଳି ଆଘାତ ଲାଗିବା ସାଙ୍ଗକୁ ଘର ଫାଟି ଆଁ ହୋଇଯାଇଥିଲା !
ବିଜୁଳି ମାଡ଼ ରେ ଯୁବକ ପ୍ରଧାନୀଙ୍କ ଦେହରେ ବିଜୁଳି ଆଘାତ ଲାଗି ଦେହର କିଛି ଅଂଶ ଫାଟି କ୍ଷତ ବିକ୍ଷତ ହୋଇ ଆହତ ହୋଇଥିବା ବେଳେ ଘରେ ଥିବା ଯୁବକ ପ୍ରଧାନୀଙ୍କ ସ୍ତ୍ରୀ ମଧ୍ୟ ବିଜୁଳି ଆଘାତରେ ସାମାନ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଛି l ତେବେ ସୂଚନା ପ୍ରକାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ବଗଡ଼ କାମସାରି ନିଜ ଘରକୁ ଫେରିଥିଲେ ଏବଂ ହଟାତ ଉଭୟେ ଘରେ ଥିଲା ସମୟରେ ବିଜୁଳି ମାଡ ହୋଇଥିଲା ଯୁବକ ପ୍ରଧାନୀଙ୍କ ଘରକୁ ସେହି ସମୟରେ ଉଭୟେ ଘରେ ଥିବା ସମୟରେ ବିଜୁଳି ଆଘାତ ଲାଗି ଗୁରୁତର ହୋଇପଡିଥିଲେ ଯୁବକ ପ୍ରଧାନୀ ! ରକ୍ତାକ୍ତ ଅବସ୍ଥାରେ ଦୁହିଁଙ୍କୁ ସଙ୍ଗେ ସଙ୍ଗେ ଆର.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ତାଙ୍କୁ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିଲା l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result