No Result
View All Result
ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ , ସୋମବାର ) ବ୍ରହ୍ମପୁର :- ବୁଗୁଡ଼ା ବ୍ଲକ୍ ର ୫ ଟି ବଡ଼ ଗାଁ ର ଲୋକ ପାଣି କଷ୍ଟରେ ସଢ଼ୁଛନ୍ତି। ପିଇବା ପାଣି ଯୋଗାଣ ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଏହି ୫ ଟି ଗାଁରୁ ଦୂରରେ ରହିଛି ଯୋଜନା। ମୁଖ୍ୟତଃ ଗୋଲିଆ ଗ୍ରା.ପ ର ଗୋଲିଆ ଗ୍ରାମ ସଦର ମହକୁମା ହୋଇଥିବା ବେଳେ ଦୀର୍ଘଦିନରୁ ଏଠାରେ ଜଳ ଲାଗିରହିଛି। ଗୋଲିଆ ଏକ ବଡ଼ ଗ୍ରାମ ଓ ବାଘୁଆ ନଦୀ ଠାରେ ଅନତି ଦୂରରେ ରହିଛି। ଏହି ପଞ୍ଚାୟତରୁ ବାଦୁଆରେ ମଧ୍ୟ ଲାଗିରହିଛି ଜଳ କଷ୍ଟ। ଏଠାରେ ଓଭର୍ ହେଡ୍ ଟ୍ୟାଙ୍କ ନିର୍ମାଣ କରି ଲୋକଙ୍କୁ ପାଣି ଯୋଗାଇବା ବିଳମ୍ବ ହେଉଥିବା ଲୋକଙ୍କ ପାଇଁ ବଡ଼ ସମସ୍ୟା ରୂପେ ଉଭା ଦେଇଛି । ଅନୁରୂପ ବିଳମ୍ବ ପଞ୍ଚାୟତର ଡେଙ୍ଗାପଦର୍ ଏକ ବଡ଼ ଗ୍ରାମ ହୋଇଥିଲେ ମଧ୍ୟ ଓଭର୍ ହେଡ୍ ଟ୍ୟାଙ୍କ ଏଯାବତ୍ ନିର୍ମାଣ ହୋଇପାରିନଥିବାରୁ ଲୋକେ ଖରା ଦିନରେ ନାହିଁ ନଥିବା ହଟହଟା ଭୋଗୁଛନ୍ତି ପାଣି ମୁନ୍ଦେ ପାଇଁ ।

ପାଙ୍ଗିଡି ପଞ୍ଚାୟତର ଟିକରପଡାରେ ଜଳ ଯୋଗାଣ ବ୍ୟବସ୍ଥା ହୋଇନଥିବା ଗ୍ରାମବାସୀଙ୍କର ଏକ ମୁଖ୍ୟ ଅସୁବିଧା ରୂପେ ଦେଖାଦେଇଛି। ସେଭଳି ଖୋଳଖାଳି ପଞ୍ଚାୟତର ତାଳସାକର ଏକ ମୁଖ୍ୟ ଓ ବଡ଼ ଗାଁ ହୋଇଥିଲେ ସୁଦ୍ଧା ଓଭର୍ ହେଡ୍ ଟାଙ୍କ ନିର୍ମାଣ କରାଯାଇନଥିବାରୁ ପାନୀୟ ଜଳ ପାଇଁ ଲୋକେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବୁଗୁଡ଼ା ବ୍ଲକ୍ ର ଅନ୍ୟାନ୍ୟ ପଞ୍ଚାୟତର ଗ୍ରାମ ଗୁଡିକରେ ଓଭର୍ ହେଡ୍ ଟ୍ୟାଙ୍କ କେତେକ ଗ୍ରାମରେ ନିର୍ମାଣ ଶେଷ ହୋଇ ଜଳ ଯୋଗାଣ ରତିମତ ଚାଲିଥିବା ବେଳେ, କେତେକ ଗ୍ରାମରେ ନିର୍ମାଣ କାର୍ଯ୍ୟ ଅବ୍ୟାହତ ରହିଛି ଓ ଆଉ କେତେକ ଗ୍ରାମରେ ନିର୍ମାଣ ପାଇଁ ଟ୍ରେଣ୍ଡର ସରିଛି। କିନ୍ତୁ ଉକ୍ତ ପାଞ୍ଚଟି ଗ୍ରାମର ପାନୀୟ ଜଳ ସମସ୍ୟା ଦୂର ହୋଇପାରିନଥିବା ବୁଗୁଡ଼ା ବ୍ଲକ୍ ର ଜଳ ଯୋଗାଣର ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
( ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result