No Result
View All Result
ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ , ସୋମବାର ) ଭୁବନେଶ୍ୱର :- ଟେକ୍ନୋଲୋଜିର ଜଣେ ଦୃଢ଼ ବିଶ୍ୱାସକାରୀ ଭାବେ ୧୧ ବର୍ଷୀୟା ବାଏଜୁସ ଛାତ୍ରୀ ପ୍ରତିଭା ପଲାଇ ତାଙ୍କର ନୂତନ ଉଦ୍ଭାବନ ସହିତ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ସେ ‘କରୋନା ଭାଇରସ ହ୍ୟୁମାନ ଡିଟେକ୍ଟର ସିଷ୍ଟମ’ ନାମରେ ଏକ ଆପ୍ଲିକେସନ ଆଧାରିତ ଡିଭାଇସର ପ୍ରୋଟୋଟାଇପ ବିକଶିତ କରିଛନ୍ତି । ଏହି ଡିଭାଇସ ଲୋକମାନଙ୍କୁ କଂଟେନମେଂଟ ଜୋନ ଚିହ୍ନଟ କରିବାରେ ଏବଂ ଭାଇରସର ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ । ଗତବର୍ଷ ଏକ ରୋବୋଟିକ ପ୍ରତିଯୋଗିତା ପାଇଁ ପସ୍ତୁତ ହୋଇଥିବା ଏହି ଡିଭାଇସ ଶ୍ରବଣ ଓ ଦୃଷ୍ଟିବାଧିତ ଲୋକମାନଙ୍କୁ ଏକ ବଜର ଶବ୍ଦ ଏବଂ ଏକ ଚମକିତ ରେଡ ଆଲୋକ ମାଧ୍ୟମରେ ସଜାଗ କରାଇ ସୁରକ୍ଷିତ ରଖିବାରେ ମଧ୍ୟ ସାହାଯ୍ୟ କରିପାରିବ ।
ରୋବୋଟିକ୍ସ ଏବଂ ବିଜ୍ଞାନ ପ୍ରତି ସର୍ବଦା ଦୁର୍ବଳତା ରହିଥିବା ପ୍ରତିଭା ପଲାଇ ଜଣେ ଡାକ୍ତର ହେବାର ଲକ୍ଷ ରଖିଛନ୍ତି ଏବଂ ଔଷଧର ଭବିଷ୍ୟତରେ ପରିବର୍ତନ ଆଣିବା ପାଇଁ ଏହିଭଳି ସମାନ ଡିଭାଇସ ଓ ଆପ୍ଲିକେସନ ବିକଶିତ କରିବାକୁ ଚାହାଁନ୍ତି ା ବୈଷୟିକ ଜ୍ଞାନକୁ ସଠିକ ଭାବରେ ପ୍ରୟୋଗ କରାଯିବା ଦ୍ୱାରା ଏହା କିଭଳି ପ୍ରଭାବିତ ଲୋକମାନଙ୍କର ଗତିବିଧିକୁ ଜାଣିବାରେ ଏବଂ ବକ୍ରତାକୁ ସମତଳ କରିବାରେ ଅଧିକାରୀ ଏବଂ ସମ୍ପ୍ରଦାୟକୁ ସାହାଯ୍ୟ କରିପାରିବ ତାହାର ଏକ ଉପଯୁକ୍ତ ଉଦାହରଣ ହେଉଛି ଏହି ପ୍ରୋଟୋଟାଇପ । ତାଙ୍କର ବିଶ୍ଲେଷଣାତ୍ମକ କ୍ଷମତାକୁ ଦୃଢ଼ କରି ତାଙ୍କର ଜ୍ଞାନଗତ ବିକାଶକୁ ତ୍ୱରାନ୍ୱିତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ବାଏଜୁସ ପ୍ରତି ସେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରତିଭା ମଧ୍ୟ ୧୫ ଅଲମ୍ପିଆଡ ଆୱାର୍ଡର ଜଣେ ଗର୍ବିତା ବିଜେତା ।
ଅନଲାଇନ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ଦେଖି ବାଏଜୁସରେ ତାଙ୍କ ଝିଅଙ୍କ ନାମ ଲେଖାଇବା ବିଷୟରେ ମନେ ପକାଇ ପ୍ରତିଭାଙ୍କ ବାପା ଭୂପେଷ ପଲାଇ କହିଛନ୍ତିଯେ, “ବାଏଜୁସ ଶିକ୍ଷକମାନଙ୍କର ମାର୍ଗଦର୍ଶନରେ ଶିକ୍ଷା ଆରମ୍ଭ ପରଠାରୁ ଆମେ ଅଧ୍ୟୟନ ପ୍ରତି ତାର ଆଭିମୁଖ୍ୟରେ ପରିବର୍ତନ କିମ୍ବା କନସେପ୍ଟ ବିଷୟରେ ସର୍ବସାଧାରଣରେ ଆତ୍ମବିଶ୍ୱାସର ସହ କଥା ହେବାର ଲକ୍ଷ କରିଛୁ । ଏହି ଆପ୍ଲିକେସନର ପ୍ରଭାବକାରୀ ବର୍ଣ୍ଣନା କାରଣରୁ ଆମେ କେବେ ମଧ୍ୟ ତାକୁ ଅଧ୍ୟୟନରେ କ୍ଲାନ୍ତ ହୋଇପଡ଼ିବାର ଦେଖିନାହୁଁ । ବାସ୍ତବରେ ସେ ଯେତେବେଳେ ରୋବୋଟିକ୍ସ ଶିଖିବାକୁ ଇଚ୍ଛା ପ୍ରକାଶ କଲା ଆମେ ଆଶ୍ଚର୍ଯ୍ୟ ହୋଇଗଲୁ । ଆମେ ଖୁସି ଯେ ପ୍ରତିଭା ଏତେ କମ ବୟସରେ ମଧ୍ୟ ନିଜର ସାମର୍ଥ୍ୟକୁ ହୃଦୟଙ୍ଗମ କରିଛି ଏବଂ ନିଜେ ଅଧ୍ୟୟନର କାର୍ଯ୍ୟସୂଚୀକୁ ସନ୍ତୁଳିତ ରଖିଛି”, ବୋଲି ଭୂପେଷ କହିଛନ୍ତି ।
ବାଏଜୁସର ଚିଫ କଂଟେଟ ଅଫିସର ବିନୟ ଏମଆର କହିଛନ୍ତି ଯେ, “ଯେତେବେଳେ ଆମେ ବାଏଜୁସ, ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଯାତ୍ରାକୁ ଉପକୃତ କରୁଥିବା ଶୁଣୁ ସେତେବେଳେ ଏହା ଆମକୁ ଅତ୍ୟନ୍ତ ଗର୍ବିତ ଅନୁଭବ କରାଇଥାଏ । ସର୍ବଦା ଶିକ୍ଷା ପ୍ରତି ପିଲାମାନଙ୍କ ଭଲପାଇବା ବଢ଼ାଇବାକୁ ଲକ୍ଷ ରଖୁଥିବା ଏକ ସଂସ୍ଥା ଭାବେ ପ୍ରତିଭାଙ୍କର ଏହି ସଫଳତା ଆମକୁ ଆମର ଛାତ୍ରଛାତ୍ରୀମାନଙ୍କୁ ସ୍ୱ-ଶିକ୍ଷିତ ବିଦ୍ୟାର୍ଥୀ କରାଇବାକୁ ସକ୍ଷମ କରାଇବା ଲାଗି ଆମର ଭାବନାକୁ ଉତ୍ସାହିତ କରୁଛି । ଆମେ ପ୍ରତିଭାଙ୍କୁ ତାଙ୍କର ଅନନ୍ୟ ସ୍ୱପ୍ନ ସାକାର କରିବା ପାଇଁ ସମସ୍ତ ଶୁଭକାମନା ଜଣାଉଛୁ ।”
No Result
View All Result