• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କରୋନାର କରୁଣ ଚିତ୍ର

Proprietor Abhimanyu Maharana by Proprietor Abhimanyu Maharana
April 26, 2021
in ଓଡ଼ିଶା, କରୋନା, ହୋମ୍
0
କରୋନାର କରୁଣ ଚିତ୍ର
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ,ସୋମବାର ) ଭୁବନେଶ୍ୱର :-  ସାରା ବିଶ୍ୱରେ ଏବେ ଦେଖାଦେଇଛି ମହାମାରୀ କରୋନାର ଦ୍ୱିତୀୟ ଲହର । କରୋନାର ପ୍ରଥମ ଲହର ଠାରୁ ଏହା ବେଶୀ ଭୟଙ୍କର । ୨୦୨୦ ମସିହା ଫେବୃୟାରୀରୁ ଦେଖାଦେଇଥିବା ମହାମାରୀ କରୋନା କ୍ରମାଗତ ଭାବେ ଗୋଟିଏ ବର୍ଷ ଭୟର ବାତାବରଣ ସୃଷ୍ଟି କରିଚାଲିଥିଲା । ବହୁ ଲୋକଙ୍କ ଜୀବନ ହାନୀ ଘଟିବା ସହ ଲୋକମାନଙ୍କ ଆର୍ଥକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲା । ଭାଙ୍ଗି ପଡ଼ିଥିବା ଆର୍ଥିକ ମେରୁଦଣ୍ଡକୁ ସଜାଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ କରୋନାର ଦ୍ୱିତୀୟ ଲହର ପ୍ରବେଶ କରିବା ଯୋଗୁଁ ସାରା ବିଶ୍ୱ ପାଇଁ ଘାତକ ସାଜିଛି । ସଂକ୍ରମିତଙ୍କ ସଂଖ୍ୟା ଭୟଙ୍କର ଭାବରେ ବୃଦ୍ଧି ପାଉଛି । କେବଳ ସଂକ୍ରମିତ ବଢୁନି, ଜୀବନ ମଧ୍ୟ ନେଉଛି ଯାହା ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

କରୋନାର କରୁଣ ଚିତ୍ରକୁ ଅନୁଧ୍ୟାନ କଲେ ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ ସଂକ୍ରମଣ ସ୍ଥିତି ଜଟିଳ ହେବାରେ ଲାଗିଛି । କାରଣ କରୋନାର ପ୍ରଥମ ଲହରରେ ରେକର୍ଡ ସଂଖ୍ୟକ ସଂକ୍ରମିତ ସଂଖ୍ୟା ଛୁଇଁବକୁ ଦୀର୍ଘ ୮ ମାସ ଲାଗିଥିବା ବେଳେ ଦ୍ୱିତୀୟ ଲହରରେ ଏହି ସଂଖ୍ୟା ଅତିକ୍ରମ କରିବାକୁ ମାତ୍ର ୩ ମାସ ଲାଗିଥିଲା । ୨୦୨୦ ଫେବୃୟାରୀରୁ ଦେଖା ଦେଇଥିବା କରୋନାର ରେକର୍ଡ଼ ସଂଖ୍ୟକ ସଂଖ୍ୟା ସେପ୍ଟେମ୍ବର ୧୫ ତାରିଖ ଦିନ ସର୍ବାଧିକ ୯୭ ହଜାର ୫୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ମାତ୍ର ବାୟୁରୁ ବ୍ୟାପୁଥିବା କରୋନାର ଦିଦ୍ୱୀୟ ଲହରରେ ମାତ୍ର ୩ ମାସ ମଧ୍ୟରେ ୨୦୨୧ ଏପ୍ରିଲ ୨୪ ତାରିଖ ଦିନ ସର୍ବାଧିକ ୩ ଲକ୍ଷ ୪୯ ହଜାର ୬୯୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୬୭ ଜଣଙ୍କ ମୃତ୍ୟୁ ଘଟିବା ଦେଶ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି ।

ଦୈନିକ କରୋନା ସଂକ୍ରମଣରେ ଭାରତର ଏହା ଏକ ଅଲୋଡ଼ା କୀର୍ତ୍ତି । ନୂଆ ସଂକ୍ରମଣ ସହିତ ସାରା ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୋଟି ୭୦ ଲକ୍ଷ ୪୧ ହଜାର ୫୯୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୧ ଲକ୍ଷ ୧୨ ହଜାର ୩୧୫ରେ ପହଞ୍ôଚଛି । ସେହିପରି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୬୦ ହଜାର ୧୭୨କୁ ବୃଦ୍ଧି ପାଇଥିବା ବେଳେ, ମୃତ୍ୟୁ ସଂଖ୍ୟା୧ ଲକ୍ଷ ୯୨ ହଜାର ୩୧୧କୁ ବୃଦ୍ଧି ପାଇଛି ଓ ୧ କୋଟି ୪୦ ଲକ୍ଷ ୮୫ ହଜାର ୧୧୦ଜଣ ସୁସ୍ଥ ହୋଇଛନ୍ତି । ୨୬ ଲକ୍ଷ ୮୨ ହଜାର ୭୫୧ ରୋଗୀ ସକ୍ରିୟ ଅଛନ୍ତି । ଏକ ସର୍ଭେରୁ ଜଣାପଡ଼ିଛି ମହାମାରୀ କରୋନା ମୋଟ ୨୧୯ଟି ଦେଶକୁ ଗ୍ରାସ କରିସାରିଛି ।

କାରୋନାର ପ୍ରଥମ ପର୍ଯ୍ୟାୟରେ ଲୋକମାନଙ୍କୁ ମାସ୍କ, ସାନିଟାଇଜର, ସାବୁନ ଏବଂ ରନ୍ଧାଖାଦ୍ୟ ଯୋଗାଇ ଦେଇ ସଚେତନ କରୁଥିବା କରୋନା ଯୋଦ୍ଧାମାନେ ଦ୍ୱିତୀୟ ଲହରରେ ଦୃତ ସଂକ୍ରମଣ ଯୋଗୁ ଘରୁ ଗୋଡ଼ କାଢୁନାହାଁନ୍ତି । କାରଣ ପ୍ରଥମ ପର୍ଯ୍ୟାରେ ଯେଉଁ ହାରରେ କରୋନା ଯୋଦ୍ଧା ଓ ସ୍ୱେଚ୍ଛାସେବୀ ସଂଗଠନ ଲୋକମାନଙ୍କୁ ସଚେତନ କରାଉଥିଲେ, ଦ୍ୱିତୀୟ ଲହରରେ ସେମାନଙ୍କ ସଂଖ୍ୟା ବହୁ ପରିମାଣରେ କମିଯାଇଛି । କରୋନାରୁ ରକ୍ଷା ପାଇବା ପାଇଁ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଟୀକା ଦିଆଚାଲିଛି । ବର୍ତ୍ତମାନ ସୁଦ୍ଧା ୧୨ କୋଟି ୭୧ ଲକ୍ଷ, ୨୯ ହଜାର ୧୧୩ ଜଣରୁ ଉର୍ଦ୍ଧ୍ୱ ଲୋକ ଟୀକା ନେଇସାରିଲେଣି । ସରକାରଙ୍କ ତରଫରୁ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ଟୀକା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ତଥାପି ଏହା କରୋନା ଉପରେ କୌଣସି ପ୍ରଭାବ ପକାଇବାର ପରିଲକ୍ଷିତ ହୋଇନାହିଁ ।

କରୋନା ଏକ ଏଭଳି ରୋଗ ଯାହା ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ଏହି ରୋଗ ବିଷୟରେ ସଠିକ୍ ତଥ୍ୟ ଦେଇପାରି ନାହାଁନ୍ତି କି ଏହାର ନିରାକରଣ ପାଇଁ ଏପର୍ଯ୍ୟନ୍ତ ପ୍ରତିଷେଧକ ଔଷଧ ତିଆରି ହୋଇପାରି ନାହିଁ । ଯେଉଁଥି ପାଇଁ କରୋନା ଯୋଦ୍ଧାମାନେ ଲୋକଙ୍କ ନିକଟରେ ପହଞ୍ôଚ ସଚେତନ କରିବାକୁ ଆଉ ସାହସ କରୁନାହାଁନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଯଦିଓ ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲା, ତେବେ ସାମାଜିକ ଦୂରତ୍ୱକୁ ନ ମାନିବା, ମାସ୍କ ନ ପିନ୍ଧିବା ଫଳରେ ଏବେ କରୋନାର ଦ୍ୱିତୀୟ ଲହର ଓଡ଼ିଶାବାସୀଙ୍କ ପାଇଁ ଘାତକ ସାଜିଛି । ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ସାଧାରଣ ଜନତା ସଚେତନ ହେଉନାହାଁନ୍ତି । ସରକାରଙ୍କ ସମସ୍ତ କଟକଣା ସତ୍ତ୍ୱେ କୋଭିଡ଼ ଆଇନର ଖୋଲାଖୋଲି ଉଲଂଘନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିବେଦନ କରୁଥିଲେ ମଧ୍ୟ ସାଧାରଣ ଲୋକେ ବିନା ମାସ୍କରେ ବଜାର, ହାଟ ଓ ଛକମାନଙ୍କରେ ବୁଲିବା, ଯୁବକ ଯୁବତୀମାନେ ମାଳ ମାଳ ହୋଇ ହୋଟେଲ, ରେଷ୍ଟୁରାଣ୍ଟ ଓ ଥଣ୍ଡାପାନୀୟ ଦୋକାନରେ ଭିଡ଼ ଜମାଉଥିବାର ପରିଲକ୍ଷିତ ହେଉଛି । ଅମାନିଆକୁ ସାବାଡ଼ କରିବାକୁ ଯାଇ ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଜୋରିମାନା ଘୋଷଣା କରିଥିଲେ ମଧ୍ୟ ପରିସ୍ଥିତିରେ ସୁଧାର ଆସିପାରିନାହିଁ । ଦିନକୁ ଦିନ ରେକର୍ଡ଼ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛି । ଏପ୍ରିଲ ୨୨ ତାରିଖ ଦିନ ରାଜ୍ୟରେ ସର୍ବାଧିକ ୬ ହଜାର ୨୧୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୦ଜଣ ଚିହ୍ନଟ ହେବା ରାଜଧାନୀବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏହାରି ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭ ହଜାର ୪୫୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା୧୯୮୮କୁ ବୃଦ୍ଧି ପାଇଛି ।

୩ ଲକ୍ଷ ୫୯ ହଜାର ୪୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ ହଜାର ୯୪୯ ଜଣ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି । ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ମାଲକାନଗରି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପୂର୍ବରୁ ସାନ୍ଧ୍ୟ ଆଇନ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହୋଇଥିଲା ବେଳେ ଏହାକୁ ପରିବର୍ତ୍ତନ କରି ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି । କଟକ ଭୁବନେଶ୍ୱରରେ ରାତି ୯ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଜାରି ହୋଇଛି । ଏହି ସମୟ ମଧ୍ୟରେ କେବଳ ଅତି ଜରୁରୀ ଆବଶ୍ୟକ ସାମଗ୍ରୀ ଏବଂ ଯୋଗାଣକାରୀଙ୍କ ବ୍ୟତୀତ ମିଡ଼ିଆ, ପେଟ୍ରୋଲ ଏବଂ ମେଡ଼ିକାଲ କର୍ମଚାରୀଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଛି । ଏଥିସହିତ ହୋମ ଡ଼େଲିଭରୀ ଯୋଗାଉଥିବା ସଂସ୍ଥାକୁ ଅନୁମତି ମଧ୍ୟ ମିଳିଛି । ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷାକୁ ବାତିଲ କରିଦିଆଯାଇଥିବା ବେଳେ +୨ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ଏଥିସହିତ ଏପ୍ରିଲ ୧୯ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୫୦ ପ୍ରତିଶତ କର୍ମଚାରୀରେ ସରକାରୀ କାର୍ଯ୍ୟାଳୟ ଚାଲିବା ପାଇଁ ଘୋଷଣା କରିବା ସହିତ ଅନ୍ୟ ରାଜ୍ୟକୁ ବସ୍ ଚଳାଚଳ ବନ୍ଦ କରିଦିଆଯାଇଛି । କରୋନାକୁ ପ୍ରତିହତ କରିବା ପାଇଁ ୨୧ ଜଣ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ହରିଦ୍ୱାରରେ ଚାଲିଥିବା କୁମ୍ଭମେଳାରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁମାନେ ସ୍ନାନଯାତ୍ରାରେ ସାମିଲ୍ ହୋଇଥିବା ବେଳେ ଓଡ଼ିଶାରୁ ମଧ୍ୟ ବହୁ ଶ୍ରଦ୍ଧାଳୁ କୁମ୍ଭମେଳାରେ ଯୋଗ ଦେଇଥିଲେ । ଲକ୍ଷାଧିକ ସଂଖ୍ୟାରେ ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁ ଯୋଗଦେବା ଫଳରେ ସେଠାରେ କରୋନା ସ୍ଥିତି ଅଣାୟତ ହୋଇପଡ଼ିଛି । ୫ ଦିନରେ ଦୁଇ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ମୁଣ୍ଡବ୍ୟଥାର କାରଣ ସାଜିଛି । ଏଥିରେ ଯୋଗ ଦେଇଥିବା ଶ୍ରଦ୍ଧାଳୁମାନେ ଯେତେବେଳେ ନିଜ ରାଜ୍ୟକୁ ଫେରିବେ, ସେତେବେଳେ ପରିସ୍ଥିତି ଅଧିକ ସଙ୍ଗୀନ ହେବ ବୋଲି ଅନୁମାନ କରାଯାଉଛି ।

ତେବେ କରୋନା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି କୁମ୍ଭମେଳାକୁ ବନ୍ଦ କରିଦିଆଯାଇଛି । କୁମ୍ଭମେଳାରେ ଅଂଶଗ୍ରହଣ କରି ରାଜ୍ୟକୁ ଫେରିବାକୁ ଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ୧୪ ଦିନ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପାଇଁ କ୍ଷୁଦ୍ର ସମାବେଶ ଦାୟୀ ବୋଲି ପ୍ରସିଦ୍ଧ ମେଡ଼ିକାଲ ଜର୍ଣ୍ଣାଲ ‘ଦ ଲାନସେଟ’ ରିପୋର୍ଟରୁ ପ୍ରକାଶ । ଏହି ରିପୋର୍ଟ ଅନୁସାରେ କରୋନା ମହାମାରୀ ଆଗାମୀ ଜୁନ୍ ମାସରେ ଅତି ଭୟଙ୍କର ହେବ । ଜୁନ୍ ସୁଧା କରୋନା ସଂକ୍ରମଣ ଶିଖର ଛୁଇଁବ ଓ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଦୈନିକ ହାରାହାରି ୨୫୦୦ ଜଣ ମୃତ୍ୟୁବରଣ କରିବେ ବୋଲି ଆଶଙ୍କା ପ୍ରକାଶ ପାଇଛି । କରୋନା ନିୟନ୍ତ୍ରଣ ପାଇଁ ସମସ୍ତ ସଭା, ସମାବେଶରେ ରୋକ ଲାଗିବା ସହିତ ପ୍ରେକ୍ଷାଳୟମାନଙ୍କରେ ଜନସମାବେଶ ଉପରେ ସମ୍ପୂର୍ଣ୍ଣ ନିଷୋଧାଦେଶ ଜାରି ହେବା ଉଚିତ । ତେଣୁ ସମସ୍ତ ଧାର୍ମିକ, ରାଜନୈତିକ ଏବଂ ସାମାଜିକ ସମାବେଶକୁ ବନ୍ଦ କରାନଗଲେ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ଏତେମାତ୍ରାରେ ବୃଦ୍ଧି ପାଉଛି ଯେ, ହସ୍ପିଟାଲରେ ରୋଗୀଙ୍କ ପାଇଁ ଶଯ୍ୟା ଓ ଆଇସିୟୁର ଘୋର ଅଭାବ ଦେଖାଦେଇଛି ।

କରୋନାର ପ୍ରଥମ ଲହରରେ ହସ୍ପିଟାଲମାନଙ୍କରେ ଚିକିତ୍ସିତ ହେଉଥିବା ରୋଗୀ ଗୁରୁତର ହୋଇପଡ଼ିଲେ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଉଥିଲା, ମାତ୍ର ଦ୍ୱିତୀୟ ହଲରରେ କରୋନା ସଂକ୍ରମିତ ହେବା ମାତ୍ରେ ରୋଗୀ ସଙ୍ଗେ ସଙ୍ଗେ ଗୁରୁତର ହୋଇପଡୁଛି ଫଳରେ ଆଇସିୟୁରେ ଭର୍ତ୍ତି କରିବା ପାଇଁ ସଙ୍କଟ ଦେଖାଦେଇଛି । ହସ୍ପିଟାଲର ଘୋର ଅଭାବ ଦେଖାଦେବାରୁ ବର୍ତ୍ତମାନ ସଂକ୍ରମିତ ରୋଗୀମାନଙ୍କୁ ନିଜ ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଉଛି । ସେହିଭଳି ମୃତ୍ୟୁ ସଂଖ୍ୟା ମାତ୍ରାଧିକ ବୃଦ୍ଧି ଫଳରେ ଶବଦାହ କରିବା ପାଇଁ ଶ୍ମଶାନର ଅଭାବ ଦେଖାଦେଇଛି । ଅଧିକାଂଶ ରାଜ୍ୟରେ ଶବ ସଂସ୍କାର କରିବା ପାଇଁ ୮/୧୦ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । କରୋନାର ଦ୍ୱିତୀୟ ଲହର କେତେ ଯେ ଭୟଙ୍କର ତାହା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟାରୁ ସ୍ପଷ୍ଟ ବାରି ହୋଇପଡୁଛି । ତେଣୁ ସାରା ବିଶ୍ୱରେ ଘାତକ ସାଜିଥିବା କରୋନାର ଦ୍ୱିତୀୟ ଲହରକୁ ପ୍ରତିହତ କରିବାକୁ ହେଲେ ମାସ୍କ ନିୟମିତ ପିନ୍ଧିବା, ସାନିଟାଇଜ ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା ସହ ସତର୍କ ଓ ସଚେତନ ନିହାତି ଅପରିହାର୍ଯ୍ୟ ହୋଇପଡ଼ିଛି । ନଚେତ୍ ଖୁବ୍ କମ୍ ଦିନ ମଧ୍ୟରେ ସମଗ୍ର ବିଶ୍ୱକୁ ଗ୍ରାସ କରିଦେବା ଭଳି କରୋନାର କରୁଣ ଚିତ୍ରକୁ ଏଡ଼ାଇ ଦେଇ ହେବନାହିଁ । (ରିପୋର୍ଟ – ସୁବାସ କୁମାର ତାରଣିଆଁ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

April 26, 2026
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

April 26, 2026

Recent News

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

April 26, 2026
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

April 26, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

April 26, 2026
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version