No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅପ୍ରେଲ ରବିବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର’ରେ ସପ୍ତାହାନ୍ତ ସଟଡାଉନ’ର ଆଜି ଦ୍ଵିତୀୟ ଦିନ’ରେ ପାରଳା ପୋଲିସ ପକ୍ଷ’ରୁ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ମାନବିକତାପୂର୍ଣ୍ଣ କାର୍ଯ୍ୟ କରିଥିବା ଦେଖିବା’କୁ ମିଳିଛି । ଆଜି ସାପ୍ତାହନ୍ତ ସଟଡାଉନ’ର ପୂର୍ବାହ୍ନ ସମୟ’ରେ ପାରଳା ପୋଲିସ ପକ୍ଷରୁ ଜୋରଦାର ଭାବେ ପେଟ୍ରୋଲିଂ ଚାଲିଥିଲା । ପେଟ୍ରୋଲିଂ ଦଳ , ଓଡିଶା-ଆନ୍ଧ୍ର ସୀମାନ୍ତ ପୁରୁଣାପାଟଣା ନାକା-ଗେଟ ପଏଣ୍ଟ ଠାରେ ପରିସ୍ଥିତି ଅନୁଧ୍ୟାନ କରି ଫରେଷ୍ଟ ଗେଟ ଆଡକୁ ଯାଉଥିଲେ । ଠିକ ଏହି ସମୟ’ରେ ବାଟରେ ଜିଲ୍ଲା ଭେଟେରନାରୀ(ପ୍ରାଣୀ ଚିକିସ୍ୟା କାର୍ଯ୍ୟାଳୟ) ସମ୍ମୁଖରେ ଥିବା ଶିବ ମନ୍ଦିର ଠାରେ ଠିଆ ହୋଇଥିବା ଜଣେ ବୟସ୍କ ବ୍ୟକ୍ତି କୋଣସି କାରଣ ବଶତଃ ସେଠାରେ ଥିବା ନବନିର୍ମିତ ବଡ଼ ନାଳ’ରେ ଗୋଡ଼ଖସି ପଡି ଯାଇଥିଲେ । ଠିକ ଏହି ସମୟରେ ସେହି ବାଟ ଦେଇ ଯାଉଥିବା ପେଟ୍ରୋଲିଂ ଦଳର ତଥା ପାରଳା ଆଦର୍ଶ ଥାନା ଅଧିକାରୀ ଶ୍ରୀ ବିବେକାନନ୍ଦ ସ୍ୱାଇଁ

ବୟସ୍କ ବ୍ୟକ୍ତି ନାଳରେ ପଡିଯିବା ଦେଖି ଗାଡି ଅଟକାଇ ସଙ୍ଗେ ସଙ୍ଗେ ସେଠାକୁ ଦୌଡ଼ି ଯାଇ ବୟସ୍କ ବ୍ୟକ୍ତି’ଙ୍କୁ ଅନ୍ୟ ମାନଙ୍କ ସହିତ ମିଶି ନାଳ’ରୁ ଉଦ୍ଧାର କରିଥିଲେ । ବୟସ୍କ ବ୍ୟକ୍ତି ଜଣକ ନାଳରେ ପଡିଯିବା ଫଳ’ରେ ତାଙ୍କ ଗୋଡ ଭାଙ୍ଗି ଯାଇଥିବା ସହ ପାଦ ଉପର ଯଏଣ୍ଟ ହାଡ଼ ବାହାରି ପଡିଥିବା ଭଳି ପ୍ରାୟ ଦେଖା ଯାଉଥିଲା । ବୟସ୍କ ବ୍ୟକ୍ତି’ଙ୍କୁ ନାଳ’ରୁ ଉଦ୍ଧାର କରାଯିବା ପରେ ସେଠାରେ ହିଁ ସାମାନ୍ୟ ଭାବେ ପ୍ରାଥମିକ ଚିକିସ୍ୟା କରି କନା ଗୋଡ଼ାଇ ସେଠାରେ ଥିବା ଅତିରିକ୍ତ ଏସପି ଶ୍ରୀ ବାମଦେବ ସିଂହ ଏବଂ ଆଇଆଇସି ଶ୍ରୀ ବିବେକା ନନ୍ଦ ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ବୟସ୍କ ବ୍ୟକ୍ତି’ଙ୍କୁ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଟେକି ଟେକି ନେଇ ଏକ ଅଟୋ-ଗାଡି’ରେ ବସାଇ ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ’କୁ ନେଇଥିଲେ । ପାରଳା ପୋଲିସ’ର ଏଭଳି ମାନବୀୟ କାର୍ଯ୍ୟ ପ୍ରତି ଅଞ୍ଚଳ ଲୋକଙ୍କ ସମେତ ବିଭିନ୍ନ ମହଲ’ରେ ଉଚ୍ଚ ପ୍ରସଂଶା କରି ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ’ଙ୍କୁ ସାଧୁବାଦ ଜଣାଇଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result