No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଏପ୍ରିଲ , ଶୁକ୍ରବାର ) ଓଡ଼ଗାଁ :- ପଥର ଖଣିରେ ପଡି ଅକାରଣ ରେ ଚାଲି ଯାଇଥିବା ନିରୀହ ଜୀବନ ପାଇଁ ରାଜରାସ୍ତା କୁ ଓହ୍ଲାଇଛନ୍ତି ଗ୍ରାମବାସୀ । ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଥିବା ଜଣାଯାଇଛି । ଏବଂ ଖଣି ଖୋଲିଥିବା ମାଲିକ ଙ୍କ ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖଣି ମାଲିକ ଙ୍କ ନାମରେ ମାମଲା ରୁଜ୍ଜୁ କରିବାକୁ ମଧ୍ୟ ଦାବି ହୋଇଛି ।

ଶୁକ୍ରବାର ସକାଳୁ ଗ୍ରାମବାସୀ ମାନେ ଶବ ରଖି ରାସ୍ତା ଅବରୋଧ କରିଥିବା ଜଣାପଡିଛି ଯାହା ଫଳରେ ଓଡ଼ଗାଁ ମୁଖ୍ୟରାସ୍ତା ରେ ଗାଡି ଚଳାଚଳ ଠପ୍ ହୋଇପଡିଥିଲା । ଓଡ଼ଗାଁ ଭଞ୍ଜନଗର ୨୧ନଂ ରାଜପଥ କୋମଣ୍ଡ ଠାରେ ରାସ୍ତା ଉପରେ ଶବରଖି ଧାରଣାରେ ବସିଛନ୍ତି ସ୍ଥାନୀୟ ବାସିନ୍ଦା ।

ଗତ କାଲି ମାଙ୍କଡ଼ା ଖଣିରେ ପଡି ମୃତ୍ୟୁବରଣ କରିଥିବା ମଙ୍ଗୁଳୁ ନାୟକଙ୍କ ପରିବାରକୁ ସହାୟତା ଦାବି ପାଇଁ ସାଧାରଣ ରେ ଦାବି ହୋଇଛି ରାସ୍ତା ଅବରୋଧ ଯୋଗୁଁ ଗାଡି ମଟର ଓ ସାଧାରଣ ଜୀବନ ଯାତ୍ରାରେ ବାଧା ଉପୁଜିଥିବା ଜଣାପଡ଼ିଥିଲା । ଖବର ପାଇ ଓଡ଼ଗାଁ ର ଆଦର୍ଶ ଥାନା ପୋଲିସ ଧାରଣ ସ୍ଥଳରେ ପହଞ୍ଚିଲା ବେଳକୁ ଗ୍ରାମବାସୀ ମାନେ ପରସ୍ପର ଆପସିକତା ବୁଝାମଣା ପରେ ଗ୍ରାମବାସୀ ଧାରଣା ରୁ ଉଠିଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result