No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଏପ୍ରିଲ ରବିବାର ) ରଣପୁର :- ନୟାଗଡ ଜିଲ୍ଲା ରଣପୁରରେ ମନ୍ଦାକିନୀ ସାହିତ୍ୟ ସଂସଦ ତରଫରୁ ବାର୍ଷିକ ଉତ୍ସବ ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ବିରଂଚି ନାରାୟଣ ତ୍ରିପାଠୀ ଙ୍କ ସଂଯୋଜନା କରିଥିବା ବେଳେ ପ୍ରାଧ୍ୟାପକ ବିଜୟ ଜେନା ସଭାପତିତ୍ୱ କରିଥିଲେ । ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଓ ଇଟାମାଟି କଲେଜର ଅଧ୍ୟକ୍ଷ ଆକାଶ ନାୟକ ମୁଖ୍ୟ ବକ୍ତାଭାବେ ଯୋଗଦେଇ ସାହିତ୍ୟ ସହ ରଣପୁର ର ଐତିହ୍ୟ ଉପରେ ମତ ରଖିଥିଲେ ।

ରଣପୁର ର ଐତିହ୍ୟ ବହନ କରୁଥିବା ମଣିନାଗ ପାହାଡ ଓ ଏହାର ପାଦଦେଶରେ ପ୍ରବାହ କରିଥିବା ମନ୍ଦାକିନୀ ନଦୀ ଯେଭଳି ପ୍ରକୃତି ର ଶୋଭାବର୍ଦ୍ଧନ କରିଥାଏ ଠିକ ସେହିଭଳି କବି ଓ ଲେଖକ ର ସାହିତ୍ୟ ରଚନା କରିବାରେ ଏକ ଉନ୍ମାଦନା ଆଣି ଦେଇଥାଏ ବୋଲି ଅତିଥିମାନେ ମତ ରଖିଥିଲେ ।

ଗତ ୩୦ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ସଂସଦ କୁ ପୁନର୍ଜିବିତ କରିବାର ମହତ ଉଦେଶ୍ୟରଖି ରଣପୁର ଅଂଚଳର ସମସ୍ତ କବି , ଲେଖକ ଏକାଠି ହୋଇ ଉତ୍ସବ ମାଧ୍ୟମ ରେ ସମସ୍ତ ଙ୍କୁ ଏକାଠି କରିବାର ଯେଉଁ ମହାନତା ପ୍ରଦର୍ଶନ କରିଛନ୍ତି ତାହା ଏହି ମନ୍ଦାକିନୀ ସାହିତ୍ୟ ସଂସଦ କୁ ଆଗକୁ ନେଇଯିବ ବୋଲି ବିଧାୟକ ଶ୍ରୀ ପ୍ରଧାନ ମତ ରଖିଥିଲେ ।

ଏହି ଅବସରରେ ମହାନଦୀ ରୁ ଜଳ ଆଣି କିଭଳି ରଣପୁରବାସୀ ଙ୍କୁ ଯୋଗାଇ ଦିଆଯିବ ଓ ରାସ୍ତାଘାଟ ର ଉନ୍ନତୀକରଣ କରାଯିବ ତାହା ମୋର ପ୍ରଥମ ଲକ୍ଷ୍ୟ ବୋଲି ଉତ୍ସବ ରେ ବିଧାୟକ ଘୋଷଣା କରିଥିଲେ । ସାହିତ୍ୟ ସଂସଦ ର ନିଜର ଘର ନିର୍ମାଣ ହେବା ପର୍ଯ୍ୟନ୍ତ ଉକ୍ତ ଅନୁଷ୍ଠାନ କୁ ରଘୁ-ଦିବାକର ଆସୋସିଏସନ ଗୃହ ରେ ସମ୍ପାଦନ କରିବାକୁ ଆଇନଜୀବି ସୁରେଶ ମିଶ୍ର ପ୍ରସ୍ତାବ ଦେଇଥିଲେ ।

ଏହି ଅବସରରେ ପୁସ୍ତିକା ‘ମନ୍ଦାକିନୀ ତୀରେ’ କୁ ସ୍ଥାନୀୟ ଅତିଥି ଉନ୍ମୋଚନ କରିଥିଲେ ।ଅନୁଷ୍ଠାନ ସଂପାଦକ ତଥା ଡିମିରିଆ କଲେଜ ଅଧ୍ୟକ୍ଷ ନବ କିଶୋର ସାମନ୍ତରାୟ ବିବରଣୀ ପାଠ କରିଥିବାବେଳେ ରାଜ ପଟନାୟକ , ଡାକ୍ତର ସତ୍ୟନାରାୟଣ ମିଶ୍ର , ଶିକ୍ଷକ ଜ୍ୟୋତିରଞ୍ଜନ ଦାଶ ଓ ସଂଗୀତଜ୍ଞ ସତ୍ୟ ନାରାୟଣ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ଉକ୍ତ ଉତ୍ସବ ରେ ବହୁ କବି ଓ କବୟତ୍ରୀ ଯୋଗଦେଇ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ସାହିତ୍ୟକ ତାରା ପ୍ରସାଦ ଜେନାଙ୍କ ସମେତ ବରିଷ୍ଠ ସମ୍ବାଦିକ ବିଶ୍ୱ ରଞ୍ଜନ ଆଚାର୍ଯ୍ୟ, କିଶୋର ରାଉତରାୟ, ସୁକାନ୍ତ ପଟ୍ଟନାୟକ, ରମେଶ ଚନ୍ଦ୍ର ପ୍ରଧାନ, ରଘୁନାଥ ନାୟକ, ଅଭିମନ୍ୟୁ ମହାରଣା, କୃଷ୍ଣଚନ୍ଦ୍ର ଦାସ, ସୁଶୀଲ କୁମାର ରଣା, ଲିସାରାଣୀ ମହାପାତ୍ର ପ୍ରମୂଖଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

No Result
View All Result