No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର )ପାରଳାଖେମୁଣ୍ଡି :- ଗଜପତି ପୋଲିସ କୁ ମିଳିଛି ଏକ ବଡ଼ ସଫଳତା ପାରଳାଖେମୁଣ୍ଡି ସହର ସମେତ ଏହାର ଆଖ ପାଖ ଅଞ୍ଚଳରେ ବେଆଇନ ଭାବେ ଚଳାଇ ଆସୁଥିବା ଏକ ଲଟେରୀ ସଂସ୍ଥା ଉପରେ ପୋଲିସ ଚଢାଉ କରି ଅନେକ ଗୁଡ଼ିଏ ଦସ୍ତାବେଜ ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ l ଗିରଫ ଅଭଯୁକ୍ତମାନେ ହେଲେ ବୁଡୁ ଗଣପତି ଓ ସୁନସଗଡ ପ୍ରତାପ l ଦୀର୍ଘ ଦିନ ହେବ ଏମାନେ ପାରଳାଖେମୁଣ୍ଡି ସମେତ ଏହାର ଆଖ ପାଖ ଅଞ୍ଚଳରେ ଶ୍ରୀ ଲକ୍ଷ୍ମୀ ଗଣପତି ଲକି ଡ୍ର ସ୍କିମ୍ ନାମରେ ଲଟେରୀ ସଂସ୍ଥା ଖୋଲିଥିଲେ l ଏହି ସଂସ୍ଥା ଗ୍ରାହକ ଯୋଗାଡ କରି ପ୍ରତେତ୍ୟକ ଗ୍ରାହକଙ୍କ ଠାରୁ ୧୫ଦିନକୁ ଥରେ ତିନିଶହ ଟଙ୍କା ଆଦାୟ କରୁଥିଲେ ତେବେ ଉକ୍ତ ସଂସ୍ଥା ୫ଶହ ଗ୍ରାହକ ଟାର୍ଗେଟ କରିଥିଲା l
ଗ୍ରାହକମାନଙ୍କୁ ରେଫ୍ରିଯେଟର, ଟିଭି, ୱାସିଂ ମେସିନ, ମିକ୍ସ ଗ୍ରାଇଣ୍ଡର, ପ୍ରେସର କୁକର, ଭଳି ବହୁ ଲୋଭନୀୟ ସାମଗ୍ରୀ ର ଲୋଭ ଦେଖାଇ ଚଳାଇ ଆସୁଥିଲେ ବେଆଇନ ଲଟେରୀ ଧନ୍ଦା କିନ୍ତୁ ଗଜପତି ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏହି ବେଆଇନ ଭାବେ ଚଳାଇ ଆସୁଥିବା ଲଟେରୀ ସଂସ୍ଥା କୁ ଧରିବାରେ ସକ୍ଷମ ହୋଇଥିଲl ପାରଳାଖେମୁଣ୍ଡି ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରିକେସ ନଂ ୮୧/୨୧ ଆଇପିସି୨୯୪(ଏ),୪୨୦, ୩୪ଆଇପିସି ଓ ୭ମନିଲଣ୍ଡରିଂ ଧାରା ଲଗାଇଛି l ତେବେ ଏମାନେ କେତେ ଲୋଙ୍କକୁ ଠକିଛନ୍ତି କେତେ ପରିମାଣର ଟଙ୍କା ଲୋକଙ୍କ ଠାରୁ ଉଠାଇଛନ୍ତି ତଦନ୍ତ ପରେ ଜଣାପଡ଼ିବ ବୋଲି ପାରଳାଖେମୁଣ୍ଡି ଏସ ଡି ପି ଓ ରାମକୃଷ୍ଣ ପତିକହିଛନ୍ତି l (ରିପୋର୍ଟ – ଗରୁଡ଼ଧ୍ଵଜ ଚୌଧୁରୀ )
No Result
View All Result