No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଏପ୍ରିଲ , ବୁଧବାର ) ବ୍ରହ୍ମପୁର :- ଡ଼କ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ଅବସରରେ ସ୍ଥାନୀୟ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯାଳୟ ପରିସରରେ ଡ଼ଃ ବାବା ସାହେବ ଭୀମରାଓ ଆମ୍ବେଦକର ସ୍ମୃତି ଚାରଣ କରାଯଇଥିଲା I କୋଭିଡ କଟକଣା ଯୋଗୁଁ ସୀମିତ ବ୍ୟକ୍ତି ବିଶେଷ ଙ୍କୁ ନେଇ ପୁଷ୍ପମାଲ୍ୟ ଓ ସ୍ମୃତି ଚରଣ କରାଯାଇଥିଲା I ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ କାର୍ଯ୍ୟକ୍ରମ ରେ ଆଇନଜୀବି ଅବନୀ କୁମାର ଗୟା ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଆମ୍ବେଦକରଙ୍କ ବିଚାରଧାରାର ଚିତ୍ରପଟ ଉପସ୍ଥାପନା କରି ତାଙ୍କୁ ଆମର ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏବଂ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ପ୍ରତେକ ନିଜକୁ ନିୟୋଜିତ କରିବାର ଆବଶ୍ୟକତା ଉପରେ ଜଣାଇ ଜ଼ିଲ୍ଲା
ସଦର ମହକୁମା ଛତ୍ରପୁର ଏବଂ ବ୍ରହ୍ମପୁର ସହର ମଧ୍ୟରେ ପୂଜ୍ୟ ପୂଜା ସକାଶେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବାକୁ ଜଣାଇ ଥିଲେ I ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆମ୍ବେଦକର ଅନେକ ଉଚ୍ଚ କୋଟିର ଗ୍ରନ୍ଥ ରଚନା ସହ ଭାରତୀୟ ସମ୍ଭିଧାନ ପ୍ରଣୟନ କରି ଜଣେ ବିଶିଷ୍ଟ ରାଜନୈତିଜ୍ଞ ଦାର୍ଶନିକ ଭାବେ ଚୀର ପୂଜ୍ୟ I ଭାରତୀୟ ସାଧାରଣ ତନ୍ତ୍ରର ସମ୍ବିଧାନ ପ୍ରଣୟନ କରି ଏକ ଦୁରୁହ କାର୍ଯ୍ୟ ଅତ୍ୟନ୍ତ ଦାଇତ୍ବପୂର୍ଣ୍ଣ ଭାବେ ସମ୍ପାଦନା କରିଥିବା ଉଲ୍ଲେଖ କରିଥିଲେ I ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଆମ୍ବେଦକରଙ୍କ ସ୍ମୃତି ଚାରଣ କରି ନିଜର ପ୍ରତିଭା ଓ ଅଧ୍ୟବସାୟ ବଳରେ ବହୁଶାସ୍ତ୍ରବିତ ଥିବା ଜଣାଇ ଥିଲେ I ସ୍ମୃତି ଚାରଣ କାର୍ଯ୍ୟରେ ଛତ୍ରପୁରର ସାମ୍ବାଦିକ ଗଣ, ପାଠାଗାର କୁ ଆସୁଥିବା ଛାତ୍ର ଓ କର୍ମଚାରୀ ଉପସ୍ଥିତ ଥିଲେ I ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result