ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରିଲ ୨୦୨୧, ଶୁକ୍ରବାର ) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ କୋଭିଡ୍ର ପ୍ରଥମ ଲହର ସମୟରେ ଆମକୁ ବହୁ କଠିନ ପଦକ୍ଷେପ ନେବାକୁ ପଡ଼ିଥିଲା । ଜନସାଧାରଣ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଓ କୋଭିଡ୍ ଯୋଦ୍ଧାଙ୍କ ଅସୀମ ତ୍ୟାଗ ଯୋଗୁଁ ଆମେ ଅନେକ ଜୀବନ ରକ୍ଷା କରିପାରିଥିଲେ । ବାରମ୍ବାର ଲକ୍ଡାଉନ୍ ଓ ସଟ୍ଡାଉନ୍ କରିବାକୁ ପଡ଼ିଥିଲା ା ଲକ୍ଡାଉନ୍ ପାଇଁ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବେ କୋଭିଡ୍-୧୯ର ଦ୍ୱିତୀୟ ଲହର ଆରମ୍ଭ ହେଲାଣି । ଏହା ଖୁବ୍ ଶୀଘ୍ର ବ୍ୟାପୁଛି । ଏଥିପାଇଁ ଦେଶର ଅନେକ ରାଜ୍ୟରେ ଲକ୍ଡାଉନ୍, ସଟ୍ଡାଉନ୍ ଓ ନାଇଟ୍ କର୍ଫୁ୍ୟ ଲାଗୁ ହେଲାଣି । କିନ୍ତୁ ଆମେ ଯଦି କୋଭିଡ୍ ନିୟମ ଠିକ୍ ଭାବେ ମାନିବା, ମାସ୍କ ଠିକ୍ ଭାବେ ପିନ୍ଧିବା ତେବେ ଲକ୍ଡାଉନ୍ ବିନା କରୋନା ସଂକ୍ରମଣକୁ ରୋକିପାରିବା ବୋଲି ସେ କହିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜିଠାରୁ ୧୪ ଦିନ ବ୍ୟାପି ଆମେ ସମସ୍ତେ ମିଶି ମାସ୍କ ଅଭିଯାନ କରିବାକୁ ଆହ୍ୱାନ କରିଛନ୍ତି । ସମସ୍ତେ ସଂକଳ୍ପ ନେଇ ମାସ୍କ ନାକରେ ଝୁଲାଇ ନୁହେଁ ପୂରା ନାକ ଓ ପାଟି ଘୋଡ଼ାଇ ପିନ୍ଧିବା । ଏଥିପାଇଁ ମା’ମାନଙ୍କୁ ମୋର ବିଶେଷ ଅନୁରୋଧ, ପରିବାରର ଲୋକ ବାହାରକୁ ଯିବା ସମୟରେ ‘ମାସ୍କ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁ’ ଯେପରି ଠିକ୍ ଭାବେ ମାସ୍କ ପିନ୍ଧିବା ସେଥିପ୍ରତି ଧ୍ୟାନ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନେ ସତର୍କ ହେଲେ କରୋନା କେବେ ବି ଆମ ଘରେ ପଶିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତି, ଆପଣମାନେ ଘରେ ଜଗନ୍ତୁ । ତା’ହେଲେ ଯାଇ ଆମେ ଲକ୍ଡାଉନ୍ ପରି ସ୍ଥିତିକୁ ଏଡ଼ାଇ ପାରିବା । ଦୃଢ଼ ସଂକଳ୍ପ ନେଇ ନିୟମିତ ମାସ୍କ ପିନ୍ଧି ବିନା ଲକ୍ଡାଉନ୍ରେ ଆମେ କରୋନାର ମୁକାବିଲା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶରେ ବୃଦ୍ଧି ପାଉଥିବା କୋଭିଡ୍-୧୯ର ଦ୍ୱିତୀୟ ଲହର ପୁଣିଥରେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି । ଆମର ସତର୍କତା ଏବଂ ସଚେତନତା ହିଁ ଏହାକୁ ରୋକିବାର ଶ୍ରେଷ୍ଠ ଉପାୟ ବୋଲି ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲକ୍ଡାଉନ୍ ପରିସ୍ଥିତିକୁ ଏଡ଼ାଇବା ପାଇଁ ମାସ୍କ ନିୟମିତ ପିନ୍ଧିବା ସହ କୋଭିଡ୍ ନିୟମର କଡ଼ାକଡ଼ି ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ଜଳସଂପଦ ବିଭାଗରେ ଯୋଗଦେଇଥିବା ସ୍ନାତକ ଯନ୍ତ୍ରୀମାନଙ୍କୁ ସ୍ୱାଗତ କରିବା ସହ ଜଳସଂପଦ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ବିଷୟରେ ଅବଗତ ରହିବାକୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି । ନବନିଯୁକ୍ତ ଯନ୍ତ୍ରୀମାନେ ରାଜ୍ୟର ବିକାଶ ପ୍ରତି ଉତ୍ସର୍ଗୀକୃତ ଏବଂ ନିଷ୍ଠାପର ମନୋଭାବ ନେଇ କାର୍ଯ୍ୟ କରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଳସେଚନ ଏବଂ ଜଳବିଦ୍ୟୁତ କ୍ଷେତ୍ରରେ ରାଜ୍ୟର ବ୍ୟାପକ ସମ୍ଭାବନା ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ନବନିଯୁକ୍ତ ଯନ୍ତ୍ରୀମାନେ ଏକ ପରିବର୍ତ୍ତନର ରୋମାଞ୍ଚକ ଯୁଗରେ ବିଭାଗରେ ଯୋଗଦାନ କରୁଛନ୍ତି ଏବଂ ଆଗାମୀ ବର୍ଷମାନଙ୍କରେ ସେମାନଙ୍କର ପ୍ରମୁଖ ଭୂମିକା ରହିବ । ‘ମାସ୍କ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁି’
ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଜଳସେଚନ କ୍ଷେତ୍ରରେ ପ୍ରଭୂତ ନିବେଶ ହେଉଥିବାବେଳେ ୧୦ଟି ବୃହତ, ୫୦ଟି ମଧ୍ୟମ ଏବଂ ୨୫୦୦ରୁ ଅଧିକ କ୍ଷୁଦ୍ର ବନ୍ଧ ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଛି । ରାଜ୍ୟରେ କୃଷିର ଉନ୍ନତି ଏବଂ କୃଷକମାନଙ୍କ କଲ୍ୟାଣ ନିମନ୍ତେ ଜଳସଂପଦ ବିକାଶ କ୍ଷେତ୍ରରେ ନିବେଶ ଅବ୍ୟାହତ ରହିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୯୩,୦୪,୭୧୨ ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୪୬, ୮୦୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
୩,୩୮, ୮୯୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।
୧୯୨୪ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି ।
ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟ ୫୯୪୧ ରହିଛି ।
୫୯୪୧ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ରହିଛନ୍ତି ।