No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୦ ଏପ୍ରିଲ , ଶନିବାର ) ବରଗଡ଼ :- ବରଗଡ଼ ଜିଲ୍ଲା ରେ କରୋନା ୧୯ ସ°କ୍ରମଣ ବଢିବା ଦୃଷ୍ଟିରୁ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଦିନ ହେବ ବିଭିନ୍ନ କଟକଣା ଲାଗୁ କରାଯାଇଛି। ଏବଂ ତାକୁ କଡ଼ା କବି ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବରଗଡ଼ ଜିଲ୍ଲା ପାଳ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ସେଥିରେ ଜିଲ୍ଲା ର କୈ।ଣସି ସ୍ଥାନରେ ନାମ ଯଜ୍ଞ ହୋଇପାରିବ ନାହିଁ ବୋଲି ସୂଚିତ କରିଛନ୍ତି। ସେହିପରି ରାମ ନବମୀ,ମହା ବିଷୁବ ସଂକ୍ରାନ୍ତି ରେ ରୋକ ଲଗା ଯାଇ ନଥିଲେ ମଧ୍ୟ କୋଭିଡ ଗାଇଡ ଲାଇନ ଅନୁଯାୟୀ କରାଯିବାକୁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।
ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରା ଗୁଡ଼ିକ ରେ କେବଳ ଗୋଟିଏ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ବାର ଖୋଲା ରଖି ବାକୁ କୁହାଯାଇଛି। ସେହି ସ୍ଥାନରେ କୋଭିଡ ଗାଇଡ ଲାଇନ ପାଳନ କରିବାକୁ ସୂଚୀତ କରାଯାଇଛି। ବିବାହତ୍ସୋବରେ ସର୍ବାଧିକ ୧୦୦ ଏବଂ ମୃତାହତ କାର୍ଯ୍ୟରେ ୨୦ରୁ ଅଧିକ ଲୋକ ଯୋଗଦାନ କରିପାରିବେ ନାହିଁ। ସେଥିରେ ମଧ୍ୟ କୋଭିଡ ଗାଇଡ ଲାଇନ ପାଳନ କରାଯିବାକୁ ବିଜ୍ଞପ୍ତି ରେ ପ୍ରକାଶ କରାଯାଇଛି। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result