No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରିଲ ୨୦୨୧, ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକ ଠାରେ ଥିବା ବିଶ୍ୱନାଥ କଲ୍ୟାଣ ମଣ୍ଡପ ପରିସରର ଗଜପତି ଜିଲ୍ଲା ବିଜେପି ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତହୋଇଯାଇଛିପାରଳାଖେମୁଣ୍ଡି ବିଧାୟକ ତଥାଜିଲ୍ଲା ବିଜେପ ସଭାପତି କେ. ନାରାୟଣ ରାଓଙ୍କଅଧକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲାକାର୍ଯ୍ୟକାରିଣୀ ବୈଠକରେ ଦଳର ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ଯୁବ ବିଜେପି ସଭାପତି ସନ୍ତୋଷ ଜେନା,

କାଶୀନଗର ବ୍ଲକ ଅଧକ୍ଷ ସି. ଏଚ.ସୀମାଦ୍ରି, ଗୋଷାଣୀ ବ୍ଲକ ଅଧ୍ୟକ୍ଷା ତରେକସ୍ୱରି, ସିଦ୍ଧେଶ୍ୱର ମିଶ୍ର, ଏମ୍. ଗୋପାଳ ରାଓ ଓ କାମଦେବ ବଡନାୟକ ପ୍ରମୁଖ ମଞ୍ଚାସିନ ଥିଲେ l ଗଜପତି ଜିଲ୍ଲାରେ ଦଳର ସଙ୍ଗଠନ କୁ ସୁଦୃଢ କରିବା ନେଇମୁଖ୍ୟତଃ ଆଲୋଚନା ହୋଇଥିଲା lବିଜୁଳି ଦରବୃଦ୍ଧିଏବଂ ଓଡ଼ିଶା– ଆନ୍ଧ୍ର ସୀମାନ୍ତ ରେ ଲାଗି ରହିଥିବା ସୀମା ବିବାଡ ଲାଗି ରହିଥିବା ନେଇ ଆଲୋଚନା ହୋଇଥିଲା l ଏହି ଜିଲ୍ଳା କାର୍ଯ୍ୟକାରିଣୀ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟା ବିମଳା ସାମଲ, ଜାଗା ମହାପାତ୍ର, ବାବୁନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result