No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମ ହେଉଛି ଏକ ବଡ଼ ଗାଁ । ଏଠାରେ ୨୦୧୧ ଜନଗଣନା ଅନୁଯାୟୀ ୨୪୦୦ ଜଣ ବସବାସ କରନ୍ତି। ୫ ୱାର୍ଡ ବିଶିଷ୍ଟ ଏହି ଗ୍ରାମରେ ଏପର୍ଯ୍ୟନ୍ତ କୋୖଣସି ସୌର ପାନୀୟ ଜଳ ପ୍ରକଳ୍ପ ନାହିଁ । ଗାଁରେ ବସୁଧା ଯୋଜନାରେ ଜଳଯୋଗାଣ ବ୍ୟବସ୍ଥା ହୋଇଛି ସତ କିନ୍ତୁ ତାହା ରୋଷେଇ କରିବା ତଥା ପାନୀୟ ଜଳ ରୂପେ ବ୍ୟବହାର ହୁଏନାହିଁ । ଏହି କାରଣରୁ ପାନୀୟ ଜଳ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗାଁରେ ଥିବା ନୂଆମୁଣ୍ଡା ବନ୍ଧକୁ ଗାଧୋଇବା ପାଇଁ ସମସ୍ତେ ବ୍ୟବହାର କରନ୍ତି, ଗାଁର ଅଧିକାଂଶ ଲୋକେ ନଦୀରୁ ବାଲି କୂଅ କରି ରୋଷେଇ କରିବା ପାଇଁ ବ୍ୟବହାର କରନ୍ତି । ଗ୍ରୀଷ୍ମରୁତୁରେ ନଦୀ ପାଣି ଶୁଖିଯାଉଥିବାରୁ ଟେମରି ଗ୍ରାମରେ ରୋଷେଇ ପାଇଁ ଏବଂ ଗାଧୋଇବା ପାଇଁ ବହୁତ ସମ୍ମୁଖୀନ ହୋଇ ଆସୁଛନ୍ତି ।
ଏହି ସମସ୍ୟା ର ସ୍ଥାୟୀ ସମାଧାନ କରିବା ସକାଶେ ଗ୍ରାମର ଅନେକ ମହିଳା ସାମାଜିକ କର୍ମୀ ଦୀପା ବାରିକଙ୍କୁ ଭେଟିଥିଲେ । ଗତ ୧୦ ମାର୍ଚ୍ଚରେ ମହିଳାଙ୍କ ଦୁଃଖକୁ ହୃଦୟଙ୍ଗମ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଗାଁରେ ଥିବା ଉକ୍ତ ସମସ୍ୟାର ସମାଧାନ ପୂର୍ବକ ସୌର ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ପାଇଁ ଅନୁରୋଧ କରିଥିଲେ । ଏହି ଚିଠିକୁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପରେ ସେଠାରୁ ନିର୍ଦେଶ ଆସିଥିଲା । ଏହାପରେ ବରଗଡ଼ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଆସିଥିଲା ।
ଇତି ମଧ୍ୟରେ ଗତ ୩୧ ମାର୍ଚ୍ଚରେ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବରଗଡ଼ ଜିଲ୍ଲାପାଳ ଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ଟେମରି ଗ୍ରାମବାସୀ ଙ୍କ ଏହି ଦାବିକୁ ପୁରଣ କରାଯିବ ଏବଂ ସରକାରୀ ନିୟମାନୁସାରେ ସୌର ପାନୀୟ ଜଳ ପ୍ରକଳ୍ପ ପ୍ରଦାନ କରାଯିବ । ଏହି ଖବର ଶୁଣିବା ପରେ ଟେମରି ଗ୍ରାମବାସୀ ଉତ୍ଫୁଲ୍ଲିତ ହୋଇଯାଇଛନ୍ତି ଏବଂ ଏହି ମହତ କାମ ପାଇଁ ସାମାଜିକ କର୍ମୀ ଦୀପା ବାରିକଙ୍କୁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result