• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାଇଚାରା ସଂପର୍କର ଗଣପର୍ବ ; ଚାନ୍ଦପୁର ଦଶଦୋଳ ମେଳଣ ମହୋତ୍ସବ – ମନୋଜଦାସ

Proprietor Abhimanyu Maharana by Proprietor Abhimanyu Maharana
March 22, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଭାଇଚାରା ସଂପର୍କର ଗଣପର୍ବ ; ଚାନ୍ଦପୁର ଦଶଦୋଳ ମେଳଣ ମହୋତ୍ସବ – ମନୋଜଦାସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୨୨ ମାର୍ଚ୍ଚ ସୋମବାର ) ଚାନ୍ଦପୁର, ରିପୋର୍ଟ /ଅଭିମନ୍ୟୁ ମହାରଣା :- ଶବର ରାଜା ଭକ୍ତ ବିଶ୍ୱାବାସୁଙ୍କ କନିଷ୍ଠ ଭ୍ରାତା ବିଶ୍ୱବାସବଙ୍କ ଦ୍ୱାରା ପ୍ରତିଷ୍ଠିତ ସର୍ବପ୍ରାଚୀନ ଗଡ଼ଜାତ ରଣପୁର ରାଜ୍ୟର ଐତିହାସିକ ଚାନ୍ଦପୁର ଦଶଦୋଳ ମେଳଣ ମହୋତ୍ସବ ଦୋଳ ପୂର୍ଣ୍ଣମୀ ଗତେ ଦଶମ ଦିବସ ଦିନ ପାଟପଟୁଆର ସହ ଦୋଳମାନେ ବିଜେ କରିଥାନ୍ତି ଓ ତହିଁ ପରଦିନ ମଧ୍ୟରାତ୍ରରେ ମେଳଣ ମହୋତ୍ସବ ଏଠାକାର ଯାତର ନିଆରା ପରଂପରା । “ଚାନ୍ଦପୁର” ରଣପୁର ଗଡ଼ଜାତର ଗ୍ରୀଷ୍ମକାଳୀନ ରାଜଧାନୀ ଓ ବାଣିଜ୍ୟିକ ପେଣ୍ଠସ୍ଥଳୀ ଅଟଇ, ଏଠାରେ ଅବସ୍ଥାପିତ ବସନ୍ତ ମଞ୍ଜରୀ ଯକ୍ଷ୍ମା ସ୍ୱାସ୍ଥ୍ୟ ନିବାସ ରାଜ୍ୟର ସର୍ବବୃହତ ଭାବେ ନାମକରା ଅନୁଷ୍ଠାନ ଥିଲା, ଯାହାକି ଆଜି ତିନିଶହ ଶଯ୍ୟା ବିଶିଷ୍ଟ ସାଧାରଣ ଚିକିତ୍ସାଳୟରେ ପରିଣତ ହୋଇଛି । ଏଠାରୁ ଅନତି ଦୂରରେ ଶୋଭାର ଅପରୂପା ଭଣ୍ଡାର “ଚିଲିକା” ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଶଣ ।

କଥିତ ଲୋକକଥା ଅନୁଯାୟୀ ଚିଲିକା କୁଳସ୍ଥ ନଇରୀ ଗ୍ରାମର ଦଶଦୋଳ ମହାମାରୀ ଆତଙ୍କ ଯୋଗେ ସଂପୃକ୍ତ ବର୍ଷ ହୋଇ ନ’ପାରିବାରୁ ଆସିଥିବା ବ୍ୟବସାୟୀମାନେ ଆଜିର ଚାନ୍ଦପୁର ଦୋଳପଡ଼ିଆରେ ନିଜର ପସରା ମେଲି ବେଉସା କରିଥିଲେ । ଫଳତଃ ଏ ଘଟଣା ସେ ସମୟରେ ଏଠାରେ ଏକ ଯାତ କରିବାର ପ୍ରେରଣାର ଉତ୍ସ ପାଲଟିଥିଲା । ଏଥିରେ ଉଦବୁଦ୍ଧ ହୋଇ ଜନଗଣ ପକ୍ଷରୁ କନ୍ଧନୟାଗଡ଼ ଗ୍ରାମର ୰ଅଦିକନ୍ଦ ଦାସ ଓ ଚାନ୍ଦପୁର ଗ୍ରାମର ୰କଳେଇ ସାହୁ ତତ୍‌କାଳୀନ ରାଜା ସାହେବ ପାଖରେ ଦଶଦୋଳ ଯାତ ପାଇଁ ଅନୁରୋଧ ରଖିଥିଲେ ଓ ଏଥିରେ ବିଶ୍ୱସ୍ଥ ରାଜ କର୍ମଚାରୀ କନ୍ଧନୟାଗଡ଼ ଗ୍ରାମର ୰ରାଜନ ବଳବନ୍ତରାୟ ରାଜା ୰କୃଷ୍ଣଚନ୍ଦ୍ର ନରେନ୍ଦ୍ରଙ୍କୁ ପ୍ରଭାବିତ କରାଇ ୧୯୩୬ ମସିହାରେ ସନନ୍ଦ କରାଇଥିଲେ ।

ଏହି ଯାତ୍ରାରେ ପାଖଆଖ ଶତାଧିକ ଗ୍ରାମର ସହସ୍ରାଧିକ ଜନତାଙ୍କ ବିପୁଳ ସମାଗମ ହୋଇଥାଏ । ରାଜ ସନନ୍ଦ ମୁତାବକ ଭୋଗ ସାମଗ୍ରୀ, ହରିହର ଭେଟ, ମେଳଣ, ଅତସବାଜି ପ୍ରଦର୍ଶନ ପ୍ରଭୃତି ଦେବନୀତି, ପରଂପରା ପାଳନ ଆଜଯାଏ ବଜାୟ ରହିଛି । ଚାନ୍ଦପୁର ଗ୍ରାମରୁ ସଭାପତି ଓ କନ୍ଧନୟାଗଡ଼ ଗ୍ରାମରୁ ସଂପାଦକ ଥାଇ ଏକ ଆଚଂଳୀକ କମିଟି ସ୍ଥାନୀୟ ପ୍ରଶାସନିକ ସହଯୋଗରେ ଯାତ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିଥାନ୍ତି । ଯାତ୍ରାକୁ ୧୩ଗୋଟି ମୌଜାରୁ ୨୧ଦୋଳରେ ବାଇଶି ଠାକୁରଙ୍କ ବିଜେ ପ୍ରତିମା ବିଜେ କରିଥାନ୍ତି । ରଣପୁର ଗଡ଼ଜାତ ଅଚଂଳ ବ୍ୟତୀତ ପଡ଼ୋଶୀ ଖୋର୍ଦ୍ଧାଜିଲ୍ଲା ଭଜାଗଡ଼ ଖାସମାହାଲ ଅଚଂଳରୁ ଦୁଇ ଠାକୁର ଆସିଥାନ୍ତି, ଅତିଥି ଠାକୁରଙ୍କ ନିମିତ ସ୍ୱତନ୍ତ୍ର ଭୋଗନୀତି ଅନୁଷ୍ଠିତ ହୋଇଥାଏ ।

ଚାନ୍ଦପୁର ଗ୍ରାମର ପୀଠାଧିଶ୍ୱରୀ ମା’ରାମଚଣ୍ଡୀ ବିଜେ କଲାପରେ କନ୍ଧନୟାଗଡ଼ ଗ୍ରାମର ଇଷ୍ଟଠାକୁର ଶ୍ରୀ ଇଶାନେଶ୍ୱରଙ୍କ ନେତୃତ୍ୱରେ ସମସ୍ତ ଠାକୁର ମଣ୍ଡପେ ବିରାଜମାନ କରିଥାନ୍ତି । ଶ୍ରୀ ଇଶାନେଶ୍ୱର ଦେବଙ୍କ ଆଗମନ ସମୟର ଦୃଶ୍ୟ ଅତୀବ ମନୋରମା, ଚିତାକର୍ଷକ ଓ ଭକ୍ତି ରସାତ୍ମକ ମଧ୍ୟ । ଅନ୍ୟମାନଙ୍କ ମଧ୍ୟରେ ଯେମାଦେଇପୁର, ଚାନ୍ଦପୁର, କନ୍ଧନୟାଗଡ଼, ଭଜାଗଡ଼, ଓସ୍ତପଡ଼ା, ଜଙ୍କିଆ, ପଟିଆ, ଚଂପାଗଡ଼, ବେଂଟ, ଏକତାଳ, ନୂଆପଡ଼ା, ଚଂପାପେଡ଼, ନାକିଠଣା ମୌଜାର ଇଷ୍ଟ ଠାକୁରମାନେ ସୁସଜ୍ଜିତ ବିମାନରେ ଆସି ମଣ୍ଡପେ ବିଜେ କରିଥାନ୍ତି । ଦୋଳରେ ଦୋଳଗୋବିନ୍ଦ, ଚାପତର ମଧୁସୂଦନ ଓ ରଥରେ ବାମନରୂପୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନେ ପୁଣ୍ୟଲାଭ ହୁଏ ବୋଲି ସନାତନୀ ବିଶ୍ୱାସ ରହିଛି ।

ବିନା ସରକାରୀ ସହାୟତାରେ ଅଚଂଳବାସୀଙ୍କ ନିଜସ୍ୱ ଅର୍ଥରେ କମିଟି ବ୍ୟୟଭାର ବହନ କରିଥାଏ । ଏହି ସମୟରେ ପ୍ରବାସୀ ଅଂଚଳବାସୀଙ୍କ ନିଶ୍ଚିତ ଆଗମନ ହୋଇଥାଏ । ବୈଶିକ ମହାମାରୀ କରୋନା କଟକଣା ଯୋଗେ ଗତବର୍ଷ ଓ ଚଳିତବର୍ଷ ଉତ୍ସବ ଫିକା ଆଉ ଫାଙ୍କା ଥିଲେ ବି, ଭାବଗତ ଓ ଭାଗବତ ଏବଂ ଭାଇଚାରା ସଂପର୍କର ଗଣପର୍ବ ଆମ ଦଶଦୋଳ ମହୋତ୍ସବର ମାହୋଲରେ ପ୍ରତ୍ୟକଙ୍କ ହୃଦୟ ଉତ୍ସାହ ଉଦ୍ଦୀପନାରେ ଭରିଥାଏ । ଚଳିତବର୍ଷ ବିଧିରକ୍ଷା ପାଇଁ ନିରାଡ଼ମ୍ବର ଭାବେ ଏହି ମହୋତ୍ସବ ପାଳିତ ହେବାଜୁ ଯାଉଛି କିନ୍ତୁ ଆମ ଅଂଚଳର ଏହି ଗଣପର୍ବର ମହାନ ଭାଇଚାରା ସଂପର୍କରେ ଚାନ୍ଦପୁର ଓ କନ୍ଧନୟାଗଡ଼ ଗ୍ରାମବାସୀ ନିଜକୁ ହଜେଇ ଓ ଭିଜେଇ ଦେଇଥାନ୍ତି । ଆମେ ଗଡ଼ୁଆ ଗଡ଼ଜାତିଆ ରଣପୁରିଆଙ୍କ ଚାନ୍ଦପୁର ଦଶଦୋଳ ମେଳଣ ମହୋତ୍ସବ ଭାରି ବଢ଼ିଆ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

June 15, 2026
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
 Pattamundai set to host Birth Anniversary of Baraha Samal 

 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

June 14, 2026
 Pattamundai set to host Birth Anniversary of Baraha Samal 

 Pattamundai set to host Birth Anniversary of Baraha Samal 

June 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

June 15, 2026
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version