• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାରମ୍ପରିକ ପଦ୍ଧତି ବଦଳରେ ନୂତନ ପଦ୍ଧତିକୁ ଆପଣାଇ ପାରିଲେ କୃଷିର ସାମଗ୍ରିକ ବିକାଶ ହୋଇପାରିବ : ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ପଣ୍ଡା

Proprietor Abhimanyu Maharana by Proprietor Abhimanyu Maharana
March 17, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ପାରମ୍ପରିକ ପଦ୍ଧତି ବଦଳରେ ନୂତନ ପଦ୍ଧତିକୁ ଆପଣାଇ ପାରିଲେ କୃଷିର ସାମଗ୍ରିକ ବିକାଶ ହୋଇପାରିବ : ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ପଣ୍ଡା
Share on FacebookShare on TwitterWhatsapp

କୃଷି ପାଠଶାଳାର ଆୟୋଜନ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି : କୃଷି ମନ୍ତ୍ରୀ ଡ. ସାହୁ

ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ଭୁବନେଶ୍ୱର :- ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ସହିତ କୃଷକମାନଙ୍କ ଆୟ ବୃଦ୍ଧି କରିବାକୁ ହେଲେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞନକୌଶଳର ବ୍ୟବହାର କରିବାକୁ ପଡ଼ିବ । ସମୟର ଆହ୍ୱାନ ହେଲା ପରିବର୍ତ୍ତିତ ପରିସ୍ଥିତିରେ ନୂତନ ବ୍ୟବସ୍ଥାକୁ ଆପଣାଇବା ଦରକାର । ଜଳବାୟୁ ପରିବର୍ତ୍ତନ ଓ ବଜାର ଚାହିଦାକୁ ଦୃଷ୍ଟିରେ ରଖି ପାରମ୍ପରିକ ପଦ୍ଧତି ବଦଳରେ ନୂତନ ପଦ୍ଧତିକୁ ଆପଣାଇ ପାରିଲେ କୃଷିର ସାମଗ୍ରିକ ବିକାଶ ହୋଇପାରିବ ବୋଲି ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ।

ଆଜି ‘କୃଷି ଓଡ଼ିଶା’ର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ରାଜ୍ୟ ସରକାର କୃଷି ଓ କୃଷକ ସଶକ୍ତିକରଣକୁ ପ୍ରାଥମିକତା ପ୍ରଦାନ କରୁଥିବାବେଳେ ଜଳସେଚନର ସୁବିଧା ଯୋଗାଇଦେବା ଦିଗରେ ଅଗ୍ରାଧିକାର ପ୍ରଦାନ କରୁଛନ୍ତି । ନୂତନ ଜ୍ଞାନକୌଶଳର ବ୍ୟବହାର ନିମନ୍ତେ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଏ ଦିଗରେ ଯୁବ ଉଦ୍ୟୋଗୀମାନେ ଷ୍ଟାର୍ଟଅପ୍‌ ଗଠନ ମାଧ୍ୟମରେ ନୂତନ ସୁଯୋଗ ସୃଷ୍ଟି କରିପାରିବେ । ଏଥି ସହିତ ସମନ୍ୱିତ କୃଷି ଦ୍ୱାରା କୃଷକମାନଙ୍କର ସାମଗ୍ରିକ ଆୟ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ।

ବୈଠକରେ ଅଧ୍ୟକ୍ଷତା କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଲେ ଯେ ସଂପ୍ରତି ‘କୃଷି ଓଡ଼ିଶାି’ର ଲୋକପି୍ରୟତା ବୃଦ୍ଧି ପାଇବାରୁ ଏହା ଏକ ବୃହତ୍‌ ମେଳା ଭାବରେ ତା’ର ଉପସ୍ଥିତି ଜାହିର କରିପାରିଛି । ଏହି ‘କୃଷି ଓଡ଼ିଶା’ରୁ ଚାଷୀମାନେ ବହୁତ କିଛି ଶିଖିବାକୁ ପାଆନ୍ତି, ଯାହାଫଳରେ ପରବର୍ତ୍ତୀ ସମୟରେ ସେମାନେ କିଭଳି ଅଧିକ ଅମଳ କରିବେ, ଅଧିକ ଲାଭବାନ ହେବେ ସେଥିଲାଗି ଚେଷ୍ଟା କରନ୍ତି । ‘କୃଷି ଓଡ଼ିଶା’ର ଉଦ୍ଦେଶ୍ୟ ହେଉଛି କୃଷି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ଓ ଚାଷୀଙ୍କୁ ଉନ୍ନତ ମାନର ଜ୍ଞାନକୌଶଳ ଓ ବିଭିନ୍ନ ପ୍ରକାର ସହଯୋଗ ଯୋଗାଇବା ।

‘କୃଷି ଓଡ଼ିଶା’ ର ବିଭିନ୍ନ ଦିବସରେ କୃଷି ପାଠଶାଳାର ଆୟୋଜନ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଆଜି ଏହି କ୍ରମରେ ‘କୃଷକ ଉତ୍ପାଦନକାରୀ ଗୋଷ୍ଠୀ-କୃଷକ ସଶକ୍ତିକରଣ ନିମନ୍ତେ ଏକ ଅଭିନବ ପଦକ୍ଷେପି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । କୃଷକ ଉତ୍ପାଦକ ଗୋଷ୍ଠୀର ଉତ୍ପାଦିତ ବିକି୍ରବଟାର ସୁବିଧା ନିମନ୍ତେ ବିଭାଗ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ସେହିପରି ‘ଫୁଲଚାଷ, ଜୀବିକା ନିର୍ବାହ ଏବଂ ସମୃଦ୍ଧିର ଏକ ନୂତନ ଦିଗନ୍ତି’ ବିଷୟରେ ଆଲୋଚନା ଚକ୍ର ଫୁଲଚାଷୀମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ସଂପ୍ରତି ରାଜ୍ୟ ୩୦୦୦ କୋଟି ଟଙ୍କାରୁ ଅଧିକ ମତ୍ସ୍ୟ ରପ୍ତାନୀ କରୁଥିବାବେଳେ ‘ମାଛଚାଷ-ଚାଷୀଙ୍କ ଆର୍ଥିକ ଉନ୍ନତିର ସୁଗମ ପଥି’ ଆଲୋଚନା ଚକ୍ର ରାଜ୍ୟରେ ମାଛ ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ଦିଗରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରନିାକର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହ ଅତିଥିମାନଙ୍କ ଦ୍ୱାରା ଏକ୍ସପର୍ଟ କମିଟି ରେକୋମେଣ୍ଡେସନ୍ ‌(Expert Committee  Recommendation) ପୁସ୍ତକ ଲୋକାର୍ପିତ ହୋଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

May 5, 2026
ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

May 5, 2026
ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଜିଲ୍ଲା ଟପ୍ପର

May 5, 2026
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା – ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ

May 5, 2026
ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ରାଜ୍ୟ କୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା – ବାବୁ ସିଂ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version