No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୦ ମାର୍ଚ୍ଚ ବୁଧବାର )ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେ ରୀ ପଞ୍ଚାୟତ ଅଧିନରେ ଥିବା ଡାକ ଢୋଲ ଗ୍ରାମ ରେ ଅଙ୍ଗନା ୱାଡି କେନ୍ଦ୍ର ସହ ଏକ କୋଠଘର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଅଙ୍ଗନା ୱାଡ଼ି କେନ୍ଦ୍ର ସହ କୋଠଘର ଉଦଘାଟନ କରିଥିଲେ । ତତ୍ ସହିତ ଅଞ୍ଚଳର ବିକାଶ ଉପରେ ଦଶପଲ୍ଲା ବିଧାୟକ ଗୁରୁତ୍ୱାରୋପ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମା ଶାସମଲ୍,ନୂଆଗାଁ ବ୍ଲକ୍ ବିଜେଡ଼ି ଉପ ସଭାପତି ମୂରଲୀଧର ଜେନା, ଯୁବ ବିଜେଡ଼ି ସଂଗଠକ ସଞ୍ଜୟ କୁମାର ସାହୁ,ସ୍ଥାନୀୟ ସରପଞ୍ଚ ବିନୋଦ କୁମାର ଖିଲାର,ପଞ୍ଚାୟତ ବିଜେଡ଼ି ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ଦଶପଲ୍ଲା ବିଧାୟକ ଙ୍କୁ ଗ୍ରାମବାସୀ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ) ।
No Result
View All Result