• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶିଳ୍ପପୁଂଜ ଆଭିମୁଖ୍ୟ ନେଇ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ଉପରେ ଆଲୋଚନା – ଉଦ୍‌ଯାପତ ହେଲା ବାଣିଜ୍ୟ ମେଳା

Proprietor Abhimanyu Maharana by Proprietor Abhimanyu Maharana
March 9, 2021
in ଓଡ଼ିଶା
0
ଶିଳ୍ପପୁଂଜ ଆଭିମୁଖ୍ୟ ନେଇ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ଉପରେ ଆଲୋଚନା – ଉଦ୍‌ଯାପତ ହେଲା ବାଣିଜ୍ୟ ମେଳା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୯ ମାର୍ଚ୍ଚ,ମଙ୍ଗଳବାର ) ଭୁବନେଶ୍ୱର :- ଭୁବନେଶ୍ୱରସ୍ଥିତ ତିନି ନମ୍ବର ଇଡ଼୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ୫ ଦିନିଆ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା ଉଦ୍‌ଯାପିତ ହୋଇଯାଇଛି । ଶେଷଦିନରେ ଶିଳ୍ପପୁଂଜ ଆଭିମୁଖ୍ୟ ନେଇ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ଶୀର୍ଷକ ଆଲୋଚନା ଚକ୍ର ବାଣିଜ୍ୟ ମେଳା ପରିସରରେ ଅବସ୍ଥିତ ସେମନାର ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି. ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ଶିଳ୍ପପୁଂଜ ଗୋଟିଏ ସ୍ଥାନରେ ହେବା ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗର କିପରି ବିକାଶ ହୋଇପାରିବ ସେ ବିଷୟରେ ସୂଚନା ଦେଇଥିଲେ । ବରଗଡ଼ ରାଇସ୍‌ ମିଲ୍‌ କ୍ଲଷ୍ଟରର ଶ୍ରୀ ରୋହିତ ସିଂଘଲ ତାଙ୍କ ଶିଳ୍ପପୁଂଜର ସଫଳ କାହାଣୀ କହିଥିଲେ । ବରଗଡ଼ରେ ଦେଶର ପ୍ରଥମ ଇଥାନଲ୍‌ ମିଲ୍‌ କ୍ଲଷ୍ଟର ୧୪ କୋଟି ଟଙ୍କା ପୁଂଜି ବିନିଯୋଗରେ ପ୍ରତିଷ୍ଠା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ପିପିଲି କତା କ୍ଲଷ୍ଟରର ଉଦ୍ୟୋଗୀ ଶ୍ରୀ କାଶୀନାଥ ଜେନା ତାଙ୍କ ଉଦ୍ୟୋଗର ସଫଳ କାହାଣୀ ବର୍ଣ୍ଣନା କରିଥିଲେ । ତାଙ୍କର ଉତ୍ପାଦିତ ଦ୍ରବ୍ୟ ଆମେରିକା, ୟୁରୋପ ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ରପ୍ତାନୀ କରାଯାଉଛି । କଦଳୀ ଫାଇବରରୁ ସେ ଜୟଦେବ ନିର୍ବାଚନ ମଣ୍ଡଳୀରେ ୧୫୦ ଜଣ ଶିଳ୍ପୀଙ୍କ ମାଧ୍ୟମରେ ୨୫ଟି କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ୭୦୦ କଦଳୀ ଚାଷୀଙ୍କ ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରିପାରିଛନ୍ତି । ଏହି ଶିଳ୍ପରେ ସେ ସମୁଦାୟ ୨.୭୨ କୋଟି ଟଙ୍କାର ପୁଂଜି ବିନିଯୋଗ କରିଛନ୍ତି । କରୋଜନ ପ୍ରୋଟେକ୍ସନ୍‌ ପ୍ରା. ଲିଃର ଏମ୍‌ଡି ଶ୍ରୀ ଜ୍ଞାନରଞ୍ଜନ ମହାନ୍ତି ଓଡ଼ିଶାରେ ଲୁଧିଆନା ଭଳି ଶିଳ୍ପ ପୁଂଜ ପ୍ରତିଷ୍ଠା ନିମନ୍ତେ ଗୁରୁତ୍ୱ ପ୍ରଦାନ କରିଥିଲେ । ମିକେମ୍‌ ପ୍ରାଇଭେଟ୍‌ ଲିଃର ନିର୍ଦ୍ଦେଶକ ଶ୍ରୀ ଜେ.କେ. ରଥ ଓଡ଼ିଶାରେ ମିଳୁଥିବା କଞ୍ଚାମାଲକୁ ବ୍ୟବହାର କରି ଶିଳ୍ପ ପ୍ରତିଷ୍ଠା ହେଲେ ତାହା ମୂଲ୍ୟଯୁକ୍ତ ହୋଇପାରନ୍ତା ବୋଲି ମତ ରଖିଥିଲେ ।

ବି-ୱାନ୍‌ ବିଜିନେସ୍‌ ହାଉସ୍‌, ଭୁବନେଶ୍ୱରର ବାଣିଜ୍ୟ ନିର୍ଦ୍ଦେଶକ ଶ୍ରୀ ରାଜନ ପାଢ଼ୀ ଦେଶର ଏମ୍‌ଏସ୍‌ଏମ୍‌ଇର ରପ୍ତାନୀ ହାର ଶତକଡ଼ା ୪୫ ଏବଂ ଏଥିରେ ୧୨ କୋଟି ଲୋକ ନିଯୁକ୍ତି ପାଇଛନ୍ତି ବୋଲି କହିଥିଲେ । ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଉଦ୍ୟୋଗ ପ୍ରତିଷ୍ଠା ହେଲେ ଆତ୍ମନିଯୁକ୍ତି ସମ୍ଭବ ହୋଇପାରନ୍ତା ବୋଲି ସେ କହିଥିଲେ । ଓଡ଼ିଶାରୁ ବର୍ଷକୁ ୩୮୦୦ କୋଟି ଟଙ୍କାର ସାମୁଦି୍ରକ ଖାଦ୍ୟ ରପ୍ତାନୀ କରାଯାଉଛି । ଯାହା ଦ୍ୱାରା ନିଯୁକ୍ତି ହାର ବୃଦ୍ଧି ପାଇଛି । ଉତ୍କଳ ଚାମ୍ବର ଅଫ୍‌ କମର୍ସର ଉପସଭାପତି ଶ୍ରୀ ବିନୋଦ ଦାସ ତାଙ୍କ ବକ୍ତବ୍ୟରେ ଓଡ଼ିଶା ଧନୀ କିନ୍ତୁ ଓଡ଼ିଆ ଗରିବ ବୋଲି କହିଥିଲେ, କାରଣ ଆମ୍ଭମାନଙ୍କର ବୁଦ୍ଧି, ଶୃଙ୍ଖଳା ଓ ଆଗ୍ରହର ଅଭାବ ରହିଛି । ଅନ୍ୟକୁ ବେଶୀ ନକହି ନିଜର ବିକାଶ ଚିନ୍ତା କରିବାର ଆବଶ୍ୟକତା ରହିଛି ।

ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଚଳଚଞ୍ଚଳ କରାଯାଇ ସେଗୁଡ଼ିକର ପରିଚାଳକମାନଙ୍କୁ ବୃତ୍ତିସଂପନ୍ନ କରାଯିବ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଳା ଶିଳ୍ପ ବିକାଶ ସଂସ୍ଥା କାର୍ଯ୍ୟ କରିବ ବୋଲି କହିଥିଲେ । ଅପ୍ରେଲ, ୨୦୨୧ରେ ଏମ୍‌ଏସ୍‌ଏମ୍‌ଇ ଗଣନା କାର୍ଯ୍ୟ ଆରମ୍ଭ କରାଯିବ । ଏଥି ପାଇଁ ୧୫ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି । ଓଡ଼ିଶା ରାଜ୍ୟକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ ସେ କାମନା କରିଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪୭ଟି କ୍ଲଷ୍ଟର କାର୍ଯ୍ୟ କରୁଛି, ଯାହାକୁ ୧୫୦କୁ ବୃଦ୍ଧି କରାଯିବ ବୋଲି ସେ କହିଥିଲେ ।

ଏହି ଅବସରରେ ସମସ୍ତ ଅତିଥିଙ୍କୁ ସେ ସମ୍ବର୍ଦ୍ଧିତ କରିଥିଲେ । ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଡିଆଇ, କଟକର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପି.କେ. ଗୁପ୍ତା ଉଦ୍‌ଯାପନୀ ମନ୍ତବ୍ୟରେ ପୁରୀ ପର୍ଯ୍ୟଟନ ଓ ଟ୍ରାଭେଲ୍‌ କ୍ଲଷ୍ଟର ଏବଂ ଭୁବନେଶ୍ୱରରେ ମଟର ଯାନ କ୍ଲଷ୍ଟର ପ୍ରତିଷ୍ଠା କରାଯିବା ପାଇଁ ଆହ୍ୱାନ ଦେଇଥିଲେ । ଆଗ୍ରହୀ ଉଦ୍ୟୋଗୀ ତାଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ଆଲୋଚନା ଚକ୍ରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଇପିଏମ୍‌ ନିର୍ଦ୍ଦେଶକ ଶ୍ରୀ ଶରଣ କୁମାର ଜେନା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ବହୁ ବୁଦ୍ଧିଜୀବୀ, ଆଇଟିଆଇ ଛାତ୍ରଛାତ୍ରୀ, ଏସ୍‌ଏଚ୍‌ଜି ଓ ସରକାରୀ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

August 2, 2026
ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

August 2, 2026
ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ

ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ

August 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ

August 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version