No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଫେବୃଆରି,ଶନିବାର ) ବରଗଡ଼ :- ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଓ ଏସିସି ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ବିଦ୍ୟା ଉତ୍କଷ ପ୍ରଶିକ୍ଷଣ କାଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏଥିରେ ବରଗଡ ଜିଳ୍ଲା ବିଜ୍ଞାନ ପଯ୍ୟବେକ୍ଷକ ଶ୍ରୀଯୁକ୍ତ ମନୋଜ ସାହୁ ମୁ୍ଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ସେ ବରଗଡ ଜିଲ୍ଲାରେ ଏକଟିଭିଟି ବିଦ୍ୟା ଉପରେ ଗୁରୁତ୍ବ ଦେବା ପାଇ ଶିକ୍ଷକ ମାନଙ୍କୁ ନିଦ୍ଦେଶ ଦେଇଥିଲେ ଓ ବରଗଡ ରେ ସ୍ଟେମ ଉପକରଣ ଯୋଗାଇଥିବା ଏସିସି ଟ୍ରଷ୍ଟ ଓ ଆମେରିକାନ ଇଣ୍ଡିଆ ଫାଉଣ୍ଡସନ ପ୍ରୟାସକୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଭାର୍ଗବ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ଅଗସ୍ତି ସାହୁ ପ୍ରଶିକ୍ଷଣ କାଯ୍ୟରେ ସହଯୋଗ କରିଥିଲେ । ପ୍ରଶିକ୍ଷଣ କାଯ୍ୟକୁ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ର ପ୍ରଶିକ୍ଷକ ମୋହନ ଚାନ୍ଦ ପଧାନ ତୁଲାଇ ଥିଲେ । ପ୍ରଶିକ୍ଷଣକୁ ଶିକ୍ଷକ ମାନେ ବହୁତ ଗୁରୁତ୍ବ ଦେଇ ଥିଲେ ଓ ଶ୍ରଣୀରେ ଉପଯୋଗ କିରିବା ପାଇ ଆଗ୍ରହ ପ୍ରକାଶ କରିଥିଲେ ।
( ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )
No Result
View All Result