No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଫେବ୍ରୁଆରି,ଶନିବାର )ରଣପୁର /ରିପୋର୍ଟ ଅଭିମନ୍ୟୁ :- ମୋଦୀ ସରକାରଙ୍କ ଶ୍ରମିକ ବିରୋଧୀ ଓ ମାଲିକ ସପକ୍ଷ ବାଦୀ ୪ଟି ଶ୍ରମିକ କୋର୍ଡକୁ ରଣପୁର ରେ ପୋଡିଲେ ଶ୍ରମିକ” ଆଛା ଦିନ ଓ ସବକା ସାଥି ସବକା ବିକାଶ ର ସ୍ଲୋଗାନ ଦେଇଥିବା ମୋଦୀ ବି ଜେ ପି ସରକାର ଭାରତ ବାସୀଙ୍କ ବିଶ୍ୱାସ ପ୍ରତି ବେଇମାନ କରି ଶ୍ରମିକ ଓ କୃଷକ ବିରୋଧୀ ନୀତି ଗ୍ରହଣ କରିଚାଲିଛନ୍ତି ।

ଶ୍ରମ ଆଇନ ସଂଶୋଧନ ନାମରେ କଷ୍ଟ ଲବ୍ଧ ୪୪ଟି ଶ୍ରମ ଆଇନ କୁ ପରିବର୍ତନ କରି ୪ଟି ଶ୍ରମିକ କୋର୍ଡ କରି ଶ୍ରମିକ ଙ୍କ ସ୍ୱାର୍ଥ ହାନି କରି ଅପ୍ରେଲ ମାସଠାରୁ ମୋଦୀ ସରକାର ଲାଗୁ କରିବାକୁ ଥିବାରୁ ଏହାର ପ୍ରତିବାଦ କରି ଶ୍ରମିକ ସଂଗଠନ ଗୁଡ଼ିକ ଆଜି ୩ ଫେବୃଆରୀ ଦେଶ ତମାମ ବିଭିନ୍ନ ସ୍ଥାନରେ ଶ୍ରମିକ କୋର୍ଡ ନଥି ଗୁଡିକୁ ପଡିଥିଲା ବେଳେ ରଣପୁର ରେ ମଧ୍ୟ CITU ଓ AITUC ତରଫରୁ ପଞ୍ଚୁଦୋଳ ପଡିଆ ଠାରେ ଆନୁଷ୍ଠାନିକ ଭାବେ ସର୍ବସାଧାରଣ ରେ ଅଗ୍ନି ସଂଯୋଗ କରାଯାଇ ପୋଡାଯାଇ ଥିଲା।ଏହି ପ୍ରତିବାଦ ରେ ଆଶାକର୍ମୀ, ପାଚିକା,

ନିର୍ମାଣ ଶ୍ରମିକ ଓ ଚାଷୀ ପ୍ରତିନିଧି ମାନେ ଯୋଗ ଦେଇ ଥିଲାବେଳେ ଶ୍ରମିକ ନେତା ସୁରେଶ ସ୍ବାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭିକାରି ଚରଣ ସାହୁ,ସଂଯୁକ୍ତା ସେଠୀ, ସୁଶୀଲ ମହାନ୍ତି, ମନୋଜ ପାତ୍ର, ଗଦାଧର ପ୍ରଧାନ,ବିପ୍ଲବ ମିଶ୍ର,କୁଳମଣି ପଳେଇ,ସବିତା ପରିଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବକ୍ତା ମାନେ କେନ୍ଦ୍ର ସରକାରଙ୍କ ମାଲିକ ସପକ୍ଷବାଦୀ ଓ ଶ୍ରମିକ ବିରୋଧୀ ମନୋ ଭାବ କୁ ତୀଵ୍ର ସମାଲୋଚନା କରି ଶ୍ରମିକ କୋର୍ଡ ପ୍ରତ୍ୟାହାର ନ କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବକ୍ତା ମାନେ ଚେତାଵନୀ ଦେବା ସହ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ଅଭିଯୋଗ କରିଥିଲେ ।

No Result
View All Result