No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଫେବୃଆରୀ,ମଙ୍ଗଳବାର ) ବରଗଡ଼ :- ଧାନ ବିକ୍ରୀ କରି ନ ପାରି ବରଗଡ଼ ଜିଲ୍ଳା ପାଇକମାଲ ବ୍ଳକ ସମ୍ବଲପୁରୀ ଗ୍ରାମରେ ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ଘଟଣାକୁ ନେଇ ଜିଲ୍ଳା କଂଗ୍ରେସ ତରଫରୁ ଉଦବେଗ ପ୍ରକାଶ ପାଇଛି । ଏହି ମର୍ମରେ ବରଗଡ଼ ଜିଲ୍ଳା କଂଗ୍ରେସ ତରଫରୁ ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ ମୃତ ଚାଷୀଙ୍କ ବିୟୋଗର ନିରବ ପ୍ରାର୍ଥନା କରିବା ସହ କଲା ବ୍ୟାଜ ପରିଧାନ କରି ସରକାର କୁ ପ୍ରତିବାଦ କରିବା ସଙ୍ଗେ ସଙ୍ଗେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲା । ଏ ଅବସରରେ ସରକାରଙ୍କ ଚାଷୀମାରଣ ନୀତିର ତୀବ୍ର ନିନ୍ଦା କରିବା ସହ ମୃତ ଚାଷୀ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଜିଲ୍ଳାର ବିଭିନ୍ନ ମଣ୍ଡିରେ ପଡିରହିଥିବା ସମସ୍ତ ଧାନ ଉଠାଇବାକୁ ଦାବି କରିଛି । ନଚେତ ଆଗାମୀ ଦିନରେ ଜିଲ୍ଳା କଂଗ୍ରେସ ପକ୍ଷରୁ ଚାଷୀଙ୍କ ହକ୍ ପାଇଁ ତୀବ୍ରତର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି । ସୂଚନା ଯୋଗ୍ୟ ଯେ ପଦ୍ମପୁର ଉପଖଣ୍ଡର ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ବିକ୍ରୀ ନ ହୋଇ ପଡିରହିଛି । ଯାହାକୁ ନେଇ ଗତ ୧୩ ଦିନ ହେବ ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ମଙ୍ଗଲବାର ସକାଳେ ପାଇକମାଲ ବ୍ଳକ

ସମ୍ବଲପୁରୀ ଗ୍ରାମର ବାଲାମଣି ଭୋଇ (୫୯) ନାମକ ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଯାହାକୁ ନେଇ ଜିଲ୍ଳା କଂଗ୍ରେସ ତରଫରୁ ଉଦବେଗ ପ୍ରକାଶ ପାଇଛି । ମୃତ ଚାଷୀ ବାଲାମଣି ପଦ୍ମପୁରରେ ଚାଲିଥିବା ଚାଷୀ ଆନ୍ଦୋଳନରେ ସାମିଲ ହେବା ସହ ନିଜ ଧାନ ବିକ୍ରୀ କରି ନ ପାରି ସବୁବେଳେ ଚିନ୍ତିତ ରହୁଥିଲେ । ବାଲାମଣି ଗତ ଡିସେମ୍ବର ୧୦ ତାରିଖରେ ଟୋକନ ପାଇବା ପରେ ସେହିମାସ ୨୨ ତାରିଖରେ ଲଖମରା ମଣ୍ଡିକୁ ୧୪୦ ବସ୍ତା ଧାନ ବିକ୍ରୀ କରିବା ପାଇଁ ଆଣିଥିଲେ । ମାତ୍ର ମଣ୍ଡିରେ ୨ ମାସ ପଡିରହିବା ସତ୍ୱେ ତାଙ୍କ ଧାନ ବିକ୍ରୀ ହୋଇପାରି ନ ଥିଲା ଏବଂ ଚିନ୍ତିତ ଚାଷୀ ବାଲାମଣିଙ୍କ ହୃଦଘାତରେ ଜୀବନ ଚାଲିଯାଇଥିଲା । ଏହି ଘଟଣାକୁ ନେଇ ଜିଲ୍ଳା କଂଗ୍ରେସ ତରଫରୁ ଉଦବେଗ ପ୍ରକାଶ ପାଇବା ସହ ବରଗଡ଼ ଜିଲ୍ଳାପାଲ କାର୍ଯ୍ୟାଳୟ
ସମ୍ମୁଖରେ ମୃତ ଚାଷୀଙ୍କ ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା । ଏ ଅବସରରେ ଜିଲ୍ଳା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡିଳୀ ବରଗଡ଼ ଜିଲ୍ଳାପାଲ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ ପୂର୍ବକ ସରକାର ମୃତ ଚାଷୀ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ , ଜିଲ୍ଳା ସମସ୍ତ ମଣ୍ଡିରେ ଥିବା ଧାନ ତୁରନ୍ତ ଉଠାଇବାକୁ ଦାବି କରିଛି । ଅନ୍ୟମାନଙ୍କ ମଧ୍ୟରେ ସରୋଜ ଷଡଙ୍ଗୀ, ପ୍ରଦୀପ ଦେବତା, ନିପନ ଦାଶ, ପାଣ୍ଡବ କର୍ଣ୍ଣ , ବ୍ରହ୍ମାନନ୍ଦ ମହାକୁଡ, ପ୍ରତାପ ନାୟକ , ଗୌରବ ପତି,ଅନନ୍ତ ତାଣ୍ଡି, ରଥି କୁମ୍ଭାର,ଆଶିଷ ବେହେରା,ବିରବଲ ମହାକୁର,ରାଜକିଶୋର କର, ପିକୁନ ନାୟକ , ଅଭିଷେକ ନାୟକ , ସଂଜୀବ ମହାରଣା, କିଶନ ଶର୍ମା, ଅମିତ ଆଚାର୍ଯ୍ୟ , ଅମିତ ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତା ସାମିଲ ହୋଇଥିଲେ । ( ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )
No Result
View All Result