ଓଡ଼ିଶା ତାଜା ନ୍ୟୁଜ (୨୧ ଫେବୃଆରୀ ରବିବାର) ଭୁବନେଶ୍ୱର :- ଭୁବନେଶ୍ୱର ନିକୋପାର୍କ ଛକ ସ୍ଥିତ ଜୟଭାରତ ଭବନଠାରେ ପ୍ରାକ୍ତନ ପ୍ରଶାସକ ତଥା ବରିଷ୍ଠ ସାହିତ୍ଯିକ ହରପ୍ରସାଦ ଦାସଙ୍କ ପୌରହିତ୍ୟ କବି ଶଙ୍କର୍ଷଣ ପରିଡାଙ୍କ ଅବହକତ୍ୱରେ “ଓଡ଼ିଆ ଭାଷା ଓ ସାମ୍ପ୍ରତିକ ସୀମା ସଙ୍କଟ” ସମ୍ପର୍କିତ ଚିନ୍ତାନଚକ୍ର ଅନୁଷ୍ଠିତ ହୋଇଯାଇଛି । ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ନିଳାଦ୍ରୀ ଭୂଷଣ ହରିଚନ୍ଦନ, ପ୍ରାକ୍ତନ ପ୍ରଶାସକ ତଥା କବି ପ୍ରଦୀପ ବିଶ୍ୱାଳ, ସଂକୃତି ଗବେଷକ ଡ ଅନୀଲ ଧୀର, ନୀଳଶୈଳର ସଭାପତି ଧରଣୀଧର ନାୟକ, କବି ଉମାକାନ୍ତ ରାଉତ ପ୍ରମୁଖ ବିଭିନ୍ନ ଦିଗରୁ ଆଲୋଚନା କରି ପ୍ରସ୍ତାବ ଗ୍ରହଣ କଲେ କାର୍ଯ୍ୟକ୍ରମର ଯୁଗ୍ମ ଆବାହକ ଭାଷା ସଂଗଠକ ଅଜିତ ଦାଶ, ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ଅନ୍ୟତମ ଯୁଗ୍ମଅବହକ ବିଶିଷ୍ଟ ବ୍ୟଙ୍ଗକବି ତଥା ନୀଳଶୈଳର ସାଧାରଣ ସମ୍ପାଦକ ଡକ୍ଟର ଧର୍ମଛଡ଼ା, ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।

ବିଭିନ୍ନ ଦିଗରୁ ଆଲୋଚନା କରି ବକ୍ତା ମାନେ କହିଥିଲେଯେ ଭାଷା ଯେକୌଣସି ଜାତିର ପ୍ରାଣ ସ୍ପନ୍ଦନ ତାର ସକାଳ ଜୀବନଶକ୍ତି । ଭାଷା ହେଉଛି ଏକ ସୁବର୍ଣ ତ୍ରିଭୁଜ ଯାହାର ଭୂମି ହେଉଛି ଜ୍ଞାନ ଏବଂ ଉଭୟ ବାହୁଦ୍ବୟ ଯଥାକ୍ରମେ ଶାସନ ଓ ବିକାଶ।ଆମ ରାଜ୍ୟ ଓଡିଶା ସମଗ୍ର ଭାରତବର୍ଷର ଏକମାତ୍ର ରାଜ୍ୟ ଯାହା ଭାଷାଭିତ୍ତିରେ ଗଠନ କରାଯାଇଥିଲା । ଅଥଚ ଭସଭିତ୍ତିକ ରାଜ୍ୟଗଠନର 85 ବର୍ଷ ପରେ ଏବଂ ଭାଷା ଆଇନ ପ୍ରାଣୟନର 67 ବର୍ଷ ପରେ ମଧ୍ୟ ଓଡ଼ିଆ ଭାଷା ଶାସନ ର ଭାଷା ହୋଇପାରିନାହିଁ । ମାତୃଭାଷା ଶାସନର ଭାଷା ନହେଲେ ବିକାଶ ବାଧାପ୍ରାପ୍ତ ହୁଏ ଏକଥା ପ୍ରମାଣିତ ହୋଇଛି ସମ୍ପ୍ରତି ଆନ୍ଧ୍ର ଅଧିକୃତ କୋଟିଆ ପଂଚାୟତ ଏବଂ ଗଂଜାମ ଗଜପତି ଜିଲ୍ଲାର ସୀମାନ୍ତ ଅଂଚଳରେ ।















