• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶିଶୁ ଶ୍ରମିକ ଆଇନ ପ୍ରଣୀତ ହୋଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହେଉନଥିବା ଜଣାପଡ଼ିଛି – ହିଞ୍ଜିଳିକାଟୁ

Proprietor Abhimanyu Maharana by Proprietor Abhimanyu Maharana
February 21, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ଶିଶୁ ଶ୍ରମିକ ଆଇନ ପ୍ରଣୀତ ହୋଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହେଉନଥିବା ଜଣାପଡ଼ିଛି – ହିଞ୍ଜିଳିକାଟୁ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୧ ଫେବୃଆରୀ ରବିବାର) ହିଞ୍ଜିଳିକାଟୁ  :-  ଶିଶୁ ହିଁ ଶ୍ରମିକ ସାଜି ଖଟୁଛି । ଖେଳିବା ବୁଲିବା ବୟସରେ ଭୋକର ଚିନ୍ତା ଜ୍ୱାଳା ଛଡ଼ାଇ ନେଉଛି ନାବାଳକଙ୍କ ହାତରୁ ବହି ବସ୍ତାନି । ଗୁଜୁରାଣ ମେଂଟାଇବା ପାଇଁ ଅହରହ ଖଟୁଛନ୍ତି ଶିଶୁ । ରାସ୍ତା ପ୍ୱାଶ୍ୱର୍ରେ ଠିଆରହି ନଜର ବୁଲାଇଲେ ଏକାଧିକ ଶିଶୁ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ପରିଲିକ୍ଷିତ ହେଉଛି । ଖଟୁଥିବା ଶିଶୁଙ୍କୁ ଅନୁଧ୍ୟାନ କଲେ ଜଣାପଡ଼େ ଶିଶୁ ସୁରକ୍ଷା ଏବଂ ଶିଶୁ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ମୁଣ୍ଡାଇଥିବା ଶ୍ରମ କାର୍ଯ୍ୟାଳୟ ଏବଂ ଶିଶୁ ସୁରକ୍ଷା ଦାୟିତ୍ୱ ନିର୍ବାହ କରୁଥିବା ବିଭାଗ କୋମାରେ ଥିବା ନେଇ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଜଣେ ଶିଶୁ ଦେଶର ଭବିଷ୍ୟତ । ସେମାନଙ୍କ ସୁରକ୍ଷା ପାଇଁ ବହୁ ଯୋଜନା ପ୍ରଣୟନ କରାଯାଇଛି । ରାତି ପାହିଲେ ରାସ୍ତା ଘାଟରେ ନାରାବାଜି ଦିଆଯାଉଛି । ଶିଶୁଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ତଥାପି ରାସ୍ତାକଡ଼ରେ ଦୃଷ୍ଟିକୁ ଆସୁଥିବା ଚିତ୍ର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ନଜରରେ କିପରି ଆସୁନାହିଁ, ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି ।

ଯୋଜନା କେତେ ଯେ ସଫଳ, ତାହା ବିପଦସଙ୍କୁଳ ପଥରକ୍ୱାରୀ ହେଉ ବା ରାସ୍ତା ପ୍ୱାଶ୍ୱର୍ ହୋଟେଲରେ ଖଟୁଥିବା ଶିଶୁଙ୍କ କରୁଣ ଗାଥା କହୁଛି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳରେ କେତେ ଯେ ଶିଶୁ ଶ୍ରମିକ ସାଜି ଖଟୁଛନ୍ତି ତାହାର କଳନା ନାହିଁ । ଯୋଜନା ସତ୍ୱେ ଏଭଳି ଶିଶୁଙ୍କୁ ଚିହ୍ନଟ ହୋଇନପାରି ନଥିବା ବିଭାଗର ନିଷ୍କ୍ରିୟତାକୁ ବଖାଣୁଛି । କଅଁଳ ବୟସରେ ହସି ଖେଳି ପାଠ ପଢିବା ବଦଳରେ ନିଜର ତଥା ପରିବାରର ପେଟ ପାଇଁ ବିଭିନ ୍ନବ୍ୟବସାୟିକ ଅନୁଷ୍ଠାନରେ ବିପଦପୁର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଥିବା ସ୍ଥାନୀୟ ଅଂଚଳର ଏକ ନିତିଦିନିଆ ଦୃଶ୍ୟ । ଶିଶୁ ସୁରକ୍ଷା ଆଇନ ଦିଗହରା ହୋଇଛି । ଶିଶୁ ଅଧିକାର ଆଇନ ସରକାର ପ୍ରଣୟନ କରିଛନ୍ତି । ବିଡମ୍ବନାର କଥା ଯେ, ଏହି ଆଇନ ଓ ଯୋଜନାକୁ କାର୍ଯ୍ୟକାରୀ କରିବା ଭଳି ଗୁରୁଦାୟିତ୍ୱ ମୁଣ୍ଡାଇଥିବା ଶ୍ରମ ବିଭାଗ ଏବଂ ଶିଶୁ ସୁରକ୍ଷା ବିଭାଗ ରାଜ୍ୟ ମୁଖିଆଙ୍କ ଗଡ଼ ତଥା ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳରେ ସ୍ଥାଣୁ ପାଲଟି ଯାଇଛି । ଶିଶୁ ଶ୍ରମିକ ପ୍ରଥା ଉଛେଦ କରିବା ପାଇଁ ୨୦୦୬ ମସିହାରେ ଶିଶୁ ଶ୍ରମିକ ନିରୋଧ ଆଇନ ପ୍ରଣୟନ କରାଯାଇଥିଲା ।

ହୋଟେଲ ଠାରୁ ଆରମ୍ଭ କରି ବିପଦପୂର୍ଣ୍ଣ ସ୍ଥାନ ଏପରିକି ବଡ଼ବଡ଼ିଆଙ୍କ ଘରେ ଚାକର ଭଳି ଖଟୁଥିବା ଶିଶୁଙ୍କୁ ଉଦ୍ଧାର କରି ଆଣି ସେମାନଙ୍କ ବୟସ ଅନୁପାତରେ ସ୍ୱତନ୍ତ୍ର ପାଠ୍ୟ ଖସଡ଼ାରେ ସାମିଲ କରିବା, ରହିବା, ଖାଇବା ,ପୋଷାକ ପରିଛନ୍ନ ଯୋଗାଇ ଆତ୍ମ ନିର୍ଭରଶୀଳ ହେବା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ରହିଛି । ବିସ୍ମୟର କଥା ହିଞ୍ଜିଳିକାଟୁ ଅଂଚଳରେ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ଶିଶୁ ଶ୍ରମିକ ଏଯାବତ୍ ଚିହ୍ନଟ ହୋଇପାରିନାହିଁ । ୨୦୧୧ ମସିହା ଠାରୁ ଉକ୍ତ ଯୋଜନା ସ୍ଥାନୀୟ ଅଂଚଳରେ କେବଳ ଯୋଜନା ମଧ୍ୟରେ ଅଟକିଯିବା ସହ କାଗଜ କଲମ ମଧ୍ୟରେ ସୀମିତ ହୋଇ ରହିଯାଇଛି ।

ବର୍ଷକୁ ଥରେ ଅଧେ କେବଳ ପୋଲିସ ପ୍ରଶାସନ ପକ୍ଷରୁ ଅପରେସନ ସ୍ମାଇଲ ଓ ପରୀ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ବ୍ୟବସାୟିକ ଅନୁୂଷ୍ଠାନ ଉପରେ ଚଢାଉ କରାଯାଇ କିଛି ଶିଶୁ ଶ୍ରମିକଙ୍କୁ ଥାନାକୁ ଅଣାଯାଇ ପରବର୍ତି ମୁହୁର୍ତରେ ଶିଶୁଙ୍କ ଅଭିଭାବକଙ୍କ ହେପାଜତରେ ଛାଡ଼ି ଦିଆଯାଉଛି । ପରବର୍ତି ସମୟରେ ପୁଣି ଥରେ ଶିଶୁ ଶ୍ରମିକ ମାନେ ନିଜର ଓ ପରିବାରର ପେଟ ପାଟଣା ପାଇଁ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରେ ଶିଶୁ ଶ୍ରିମିକ ଭାବେ କାର୍ଯ୍ୟରେ ଲାଗି ପଡ଼ୁଛନ୍ତି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବିଭିନ୍ନ ଗଳିକନ୍ଦି ଠାର ଆରମ୍ଭ କରି ବସଷ୍ଟାଣ୍ଡ ଓ ବିଭିନ୍ନ ଛକ ସ୍ଥାନ ମାନଙ୍କରେ କାନ୍ଧରେ ମୁଣା ପକାଇ ପାଣି ବୋତଲ, ଟିଣ, ଲୁହା ଓ ଜରି ଗୋଟାଉଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ କେତକ ଶିଶୁ ବିଭିନ୍ନ ହୋଟେଲ, ଢାବା, ରେଷ୍ଟୁରାଂଟରେ ରହି ମଦ ଯୋଗାଉଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି । ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।(ଶୁସା ନ୍ତ ପ୍ରଧାନ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

September 12, 2026
ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

September 12, 2026
ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ

ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ

September 12, 2026
ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ

ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ

September 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

September 12, 2026
ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

September 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version