No Result
View All Result
ଓଡିଶା ତାଜା ନ୍ୟୁଜ୍ (୨୦ ଫେବୃଆରି , ଶନିବାର ) ବରଗଡ :- ସମ୍ବଲପୁର ଟିଟଲାଗଡ ରେଳ ଲାଇନ ଦୋହରିକରଣ କାର୍ଯ୍ୟ ଦୀର୍ଘ ବର୍ଷ ଧରି ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ନାଁ ଧରୁନି ! ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ତେବେ କାର୍ଯ୍ୟ ରେ ଶିତଳତା ଯୋଗୁଁ ଏହା ଶେଷ ହୋଇ ପାରୁନଥିବା ପରିଲକ୍ଷିତ ହେଉଛି। ଟିଟିଲାଗଡ଼ ପଟରୁ ଡୁଙ୍ଗୁରିପାଲି ପର୍ଯ୍ୟନ୍ତ ପ୍ରାୟ କାର୍ଯ୍ୟ ଶେଷ ହୋଇଥିବା ଏବଂ ଟ୍ରାଏଲ ରନି° କାର୍ଯ୍ୟ ସରିଥିବା ବେଳେ ବରଗଡ଼ ଜିଲ୍ଲା ବରପାଲି ରୁ ସମ୍ବଲପୁର ପର୍ଯ୍ୟନ୍ତ ପ୍ରାୟ ୭୦ କିଲୋମିଟର ରାସ୍ତା ର ଦୋହରିକରଣ ଚାଲିଛି।

ବରପାଲି ରୁ ବରଗଡ଼ ଏବଂ ବରଗଡ଼ ରୁ ସମ୍ବଲପୁର ପର୍ଯ୍ୟନ୍ତ ଅନେକ ସ୍ଥାନରେ ମାଟି ପୋତା କାମ ମଧ୍ୟ ଆରମ୍ଭ ହୋଇପାରିନାହିଁ। ସେହିପରି ଷ୍ଟେସନ କାର୍ଯ୍ୟ ମଧ୍ୟ ମନ୍ତ୍ର ଗତିରେ ଚାଲିଛି। ରାସ୍ତା ମଧ୍ୟରେ ଥିବା ବ୍ରିଜ ନିର୍ମାଣ ଗୁଡ଼ିକ ମଧ୍ୟ ଅନେକ ସ୍ଥାନରେ ଆରମ୍ଭ ହୋଇପାରିନାହିଁ। ଏ ସମ୍ପର୍କରେ ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ଠିକା ସଂସ୍ଥା କୁ ପଚରା ଯିବାରୁ ଅନେକ ସ୍ଥାନରେ ଜମି ଜବରଦଖଲ ଉଚ୍ଛେଦ ହୋଇପାରିନଥିବା ଏବଂ ରେଳ ବିଭାଗ ପକ୍ଷରୁ ଜମି ହସ୍ତାନ୍ତର କରାଯାଉ ନଥିବାରୁ କାର୍ଯ୍ୟ ରେ ବିଳମ୍ବ ହେଉଛି। ଚଳିତ ବର୍ଷ ରେଳ ବଜେଟରେ ଦୋହରିକରଣ କାର୍ଯ୍ୟ ପାଇଁ ଦୁଇ ଶହ କୋଟି ଟଙ୍କା ଅନୁଦାନ କରାଯାଇଛି।ହେଲେ ବିଭାଗୀୟ ଅବହେଳା ତତ୍ପରତା ଅଭାବ ଯୋଗୁଁ ଏହାର ଶେଷ ହେବାରେ ବିଳମ୍ୱ ହେଉଥିବା ଅଭିଯୋଗ ହେଉଛି । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result