No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଫେବୃଆରୀ ମଙ୍ଗଳବାର ) ପଦ୍ମପୁର : – ବର୍ତ୍ତମାନ ସମୟରେ ରାଜ୍ୟରେ ସଡକ ସୁରକ୍ଷା ମାସ ପାଳନ କରାଯାଉଛି କିନ୍ତୁ ଆଜି ମଧ୍ୟ ଲୋକଙ୍କ ଭିତରେ ସଚେତନତାର ଘୋର ଅଭାବ ପରିଲକ୍ଷିତ ହେଉଥିବାରୁ ଅକାରଣରେ ଦୁର୍ଘଟଣାରେ ଆହତଙ୍କୁ ତତ୍କାଳୀନ ପ୍ରାଥମିକ ଚିକିତ୍ସା ମିଳିପାରୁନଥିବାରୁ ଅନେକ ଲୋକଙ୍କ ଜୀବନ ଚାଲିଯାଉଥିବା ଘଟଣା ସାମ୍ନାକୁ ଆସିଥାଏ.କିନ୍ତୁ ଏଭଳି ଦୁର୍ଘଟଣା ରେ ଆହତଙ୍କୁ ଅନେକ ଥର ଉଦ୍ଧାର କରି ସମାଜକୁ ଏକ ମହତ ବାର୍ତା ପ୍ରଦାନ କରୁଥିବା ଶିକ୍ଷକ ଦିବସ କୁମାର ସାହୁ ପୁଣିଥରେ ଏକ ଯନ୍ତ୍ରଣା ରେ ଛଟପଟ ବ୍ୟକ୍ତିଙ୍କୁ ଉଦ୍ଧାର କରି ଏକ ମହତ ବାର୍ତା ପ୍ରଦାନ କରିଛନ୍ତିପଦ୍ମପୁର ରୁ ସୋହେଲା ବିଜୁ ଏକ୍ସପ୍ରେସ ରାସ୍ତାରେ କଂସିଂହା ଛକରୁ ଅନତି ଦୂରରେ ଏକ ସଡକ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଦୁଇଜଣ ବ୍ୟକ୍ତି ଆହତ ହୋଇଥିଲେ, ପ୍ରାୟ ଅଧଘଣ୍ଟା ହେବ ରାସ୍ତାରେ କଷ୍ଟ ଅନୁଭବ କରି ଡାକ୍ତରଖାନା ବେବାକୁ ଆକୁଳ ନିବେଦନ କରୁଥିଲେ.
ସେଠାରେ କିଛି ଲୋକ ରୁଣ୍ଡ ହୋଇ ଆମ୍ବୁଲାନ୍ସ କୁ ଫୋନ କରୁଥିବାର କଥାବାର୍ତ୍ତା ହେଉଥିଲେ ଏବଂ ସେହି ନମ୍ବର ଲାଗୁନଥିବା କହୁଥିଲେ.ଏହି ସମୟରେ ପାଇକମାଲ ରୁ ନିଜ ଘରକୁ ଯାଉଥିବା ଶିକ୍ଷକ ତଥା ସାମାଜିକ କର୍ମୀ ବିଜେପୁର ବ୍ଲକ ଜୋଖିପାଲି ଗ୍ରାମର ଦିବସ କୁମାର ସାହୁ ଅଟକି ଦେଖିଥିଲେ ଏବଂ ସେ ମଧ୍ୟ ୧୦୮ କୁ ଫୋନ କରିବାରୁ ତାହା ଯୋଗାଯୋଗ ହୋଇପାରିନଥିଲା. ସେ କୌଣସି କାଳ ବିଳମ୍ବ ନ କରି ନିଜ ବାଇକ ମାଧ୍ୟମରେ ୧୦ କିଲୋମିଟର ଦୂରରେ ଥିବା ପଦ୍ମପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରେଇଥିଲେ. ସୂଚନା ଅନୁଯାୟୀ ଉକ୍ତ ଆହତଙ୍କ ନାମ ସନ୍ତୋଷ ଭୁଏ ଏବଂ ସନ୍ତୋଷ ବିଶ୍ୱାଳ. ଉଭୟେ ଭଉଣୀ ବାହାଘର ପାଇଁ ଗାଡ଼ି କିଣିବାପାଇଁ ତାଙ୍କ ଗ୍ରାମ ଝାଙ୍କରପାଳିରୁ ଦୀପ୍ତିପୁର କୁ ଯାଉଥିଲେ. ରାସ୍ତାରେ ଗଲାବେଳେ ଜଣେ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା.
ଏହିଭଳି ଦୁର୍ଘଟଣା ରେ ଆହତଙ୍କୁ ଉଦ୍ଧାର କରି ମାନବିକତା ପ୍ରଦର୍ଶନ କରୁଥିବା ଶିକ୍ଷକ ଦିବସ କୁମାର ସାହୁ ଅନେକଙ୍କ ପାଇଁ ପ୍ରେରଣା ର ଉତ୍ସ ସାଜିଛନ୍ତି ଏବଂ ଲୋକେ ତାଙ୍କୁ ଅନୁସରଣ କରି ଏଭଳି ଦୁର୍ଘଟଣା ରେ ପୀଡିତ ଲୋକଙ୍କୁ ଠିକଣା ସମୟରେ ଉଦ୍ଧାର କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା କରିବା ସହ ତାଙ୍କ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣି)
No Result
View All Result