No Result
View All Result

ଓଡ଼ିଶା ତାଜା ନ୍ୟୁଜ (୭ ଫେବୃଆରୀ ରବିବାର ) କଟକ :- ଓଡିଶା ତାଜା ନିୟୁଜ ( ୭ ଫେବୃଆରୀ ରବିବାର ) କଟକ, ପ୍ରତିବର୍ଷ ପରି ଚଳିତ ବର୍ଷ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ କଟକ ର , ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ କଟକ ମଧୁପାଟଣା ଛକ ଠାରେ ଅଭିନୟ ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରା ଯାଉଛି ।

ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ସିନେ ଅଭିନେତା ମିଟୁ ମିଥୁନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ଶ୍ରଦ୍ଧା ଫାଉଣ୍ଡେସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି , ଡବଲ ହେଲେମେଣ୍ଟ ପିନ୍ଧିଥିବା ଲୋକ ମାନଙ୍କୁ ଗୋଲାପ ପୁଲ ସହ ଚକ୍ଲେଟ ଦେଇ ଅଭିନନ୍ଦନ ଜଣାଇଥିଲେ । ହେଲମେଟ ପିନ୍ଧିନଥିବା ଲୋକ ମାନଙ୍କୁ ସଚେତନ କରିଥିଲେ ।
ସଙ୍ଗଠନ ପକ୍ଷର ଦୀପକ କୁମାର ଦାସ, ଜମ ଭୂମିକାରେ ଅଭିନୟ କରି ଲୋକ ମାନଙ୍କୁ ସଚେତନ କରାଇଥଲେ । ହେଲମେଟ ପିନ୍ଧନ୍ତୁ ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖନ୍ତୁ , ଆଉ ସର୍ବଦା ହେଳେମେଟ ପିନ୍ଧିବା ସହ ଟ୍ରାଫିକ ପୋଲିସ ର ନିୟମ କୁ ପାଳନ କରନ୍ତୁ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)

No Result
View All Result