No Result
View All Result
ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର )ହିଞ୍ଜିଳିକାଟୁ :- ଗୁରୁ ଶିଷ୍ୟର ପବିତ୍ର ସର୍ମ୍ପକରେ ଛିଟା ପଡ଼ିଛି । ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ କାର୍ଯ୍ୟରତ ଜୈନିକ ଇଲେକ୍ଟ୍ରିକାଲ ବିଭାଗର ଅଧ୍ୟାପକ, ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେବା ମହଙ୍ଗା ପଡ଼ିଛି । ପ୍ରତିବାଦରେ ଛାତ୍ରୀ ମାନେ ସଂପୃକ୍ତ ଆଇଟିଆଇ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ ଜଣାଇବା ସହ ଗେଟ୍ରେ ତାଲା ଠୁଙ୍କି ଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଶନିବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ପୋଚିଲିମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଦେଖିବାକୁ ମିଳିଛି । ପ୍ରକାଶ ଯେ , ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ପୋଚିଲିମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଇଲେକ୍ଟ୍ରିକାଲ ବିଭାଗର ଅଧ୍ୟାପକ ଚନ୍ଦ୍ରକାନ୍ତ ଚାନ୍ଦୁଆ ବହୁ ସମୟରେ ଆଇଟିଆଇ ପରିସରରେ ଥିବା ଲେଡ଼ିଜ ହଷ୍ଟେଲକୁ ଯିବା ଆସିବା କରିବା ସହ ବହୁ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଅଭିଯୋଗ ହୋଇଛି । ଏପରିକି ଅଧ୍ୟାପକ ଜଣକ ପ୍ରାକ୍ଟିକାଲ ପରୀକ୍ଷାରେ କମ୍ ମାର୍କ ଦେବାର ବାହାନା କରି ବହୁ ସମୟରେ ବିଭିନ୍ନ ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ହଷ୍ଟେଲରେ ରହୁଥିବା ଛାତ୍ରୀ ମାନେ ଏକାଠି ହୋଇ ଶନିବାର ପ୍ରତିବାଦ ଜଣାଇଥିଲେ । ଆଇଟିଆଇ ସମ୍ମୁଖ ଗେଟ୍ରେ ତାଲା ପକାଇ ବନ୍ଦ କରିବା ସହ ଟାୟାର ଜାଳି ବିକ୍ଷୋଭ ପଦର୍ଶନ କରିଥିଲେ । ସଂପୃକ୍ତ ଅଧ୍ୟାପକଙ୍କୁ ଚାକିରିରୁ ବହିଷ୍କାର ଦାବି କରିଥିଲେ । ଖବର ପାଇ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପଂହଚି ଉତ୍ୟକ୍ତ ଛାତ୍ରୀଙ୍କୁ ବୁଝାସୁଖା କରିବା ପରେ ବିକ୍ଷୋଭ ଥମିଥିଲା । ପରେ ନିର୍ଯ୍ୟାତନାର ଶୀକାର କିଛି ଛାତ୍ରୀ, ଥାନା ଆଇଆଇସି ଓ ଆଇଟିଆଇର ଅଧ୍ୟକ୍ଷଙ୍କ ଏକ ଆଲୋଚନା ସଭା କରାଯାଇଥିଲା ।

ସଂପୃକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯିବା ସହ ହଷ୍ଟେଲ ଛାତ୍ରୀଙ୍କୁ ଖାଇବା ଖର୍ଚ୍ଚ ବାବଦରେ ମିଳୁଥିବା ୧୫ଶହ ଟଙ୍କା ପରିବର୍ତେ ୧୩ଶହ ଟଙ୍କା ପ୍ରଦାନ କରାଯାଉଛି , ଏବାବଦରେ ଅବଶିଷ୍ଟ ବକେୟା ଟଙ୍କା ପ୍ରଦାନ କରାଯିବାକୁ ଛାତ୍ରୀ ମାନେ ଜିଦ୍ ଧରି ବସିଥିଲେ । ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀ ଦାସ ଓ ଆଇଟିଆଇ ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା ପ୍ରତିଶୃତି ଦେବା ପରେ ବିକ୍ଷୋଭ ହଟିଥିଲା । ପ୍ରକାଶ ଥାଉକି, ହଷ୍ଟେଲ ସୁପରିଟେଣ୍ଡଂଟ ଚିତ୍ରସେନ କଦମସିଂ ବହୁ ସମୟରେ ଅନୁପସ୍ଥିତ ରହୁଥିବା ବେଳେ ସଂପୃକ୍ତ ଇଲେକ୍ଟ୍ରିକାଲ ବିଭାଗର ଅଧ୍ୟାପକ ଚାନ୍ଦୁଆ ମହୋଦୟ ଛାତ୍ରୀ ହଷ୍ଟେଲ ପରିଚାଳନା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଏଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି । ନିର୍ଯ୍ୟାତନା ଘଟଣା ନେଇ ଛାତ୍ରୀ ମାନେ ଆଇଟିଆଇ ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଅଧ୍ୟକ୍ଷ ଘଟଣା ପ୍ରତି କର୍ଣ୍ଣପାତ କରୁନଥିବା ଛାତ୍ରୀ ମାନେ ଅଭିଯୋଗ କରିଥିବା ବେଳେ ଅଧ୍ୟକ୍ଷ ପଣ୍ଡା ଏହାକୁ ଖଣ୍ଡନ କରିଛନ୍ତି । ଘଟଣାର ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ଏଥି ସକାଶେ କଲେଜ ଅଧ୍ୟକ୍ଷ ଓ ଲେଡ଼ିସ ହଷ୍ଟେଲ ସୁପରିଟେଣ୍ଡଂଟ ଦାୟୀ ରହିବେ ବୋଲି ଆଇଟିଆଇର ବହୁ ଶିକ୍ଷାର୍ଥୀ କହିଛନ୍ତି । ଆଳୁ ଆଳୁ କୋଳୁ ଖୋଳୁ ମହାଦେବ ମିଳିିବା ନ୍ୟାୟରେ ଶନିବାର ପୋଚିଲିମା ଆଇଟିଆଇର ବହୁ ଗୁମର ରହସ୍ୟର ପର୍ଦ୍ଦାଫାଶ ପଦାକୁ ଆସିଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result