No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜାନୁଆରୀ ଶନିବାର )ବରଗଡ଼:-ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସ ଅବସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏଥିରେ ସ୍ୱତନ୍ତ୍ରତା ସଂଗ୍ରାମରେ ପ୍ରାଣ ବଳିଦାନ ଦେଇଥିବା ଶହୀଦ ବୀର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ନିରବ ପ୍ରାର୍ଥନା

କରାଯାଇଥିଲା। ସଭାରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଉପଜିଲ୍ଲାପାଳ ପ୍ରଭାତ ଦଣ୍ଡ ସେନା, ତହସିଲଦାର ସୀତା ରାମ ଭୋଇ,ପ୍ରଶାନ୍ତ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପ୍ରମୁଖ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।
(ସତ୍ୟ ନାରାୟଣ ପ୍ରଧାନ, ବରଗଡ଼)
No Result
View All Result