No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରି,ବୁଧବାର ) ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କାରଣ ସାହିସ୍ଥ ହନୁମାନ ମୂର୍ତ୍ତି ପାର୍ଶ୍ୱରେ ଏକ ଶୋଭନ ମୁକ୍ତ ମଞ୍ଚରେ ଏମ ଏମ ସ୍ପୋର୍ଟସ ପ୍ରୋଜୋଜିତ ମଡେଲ ପ୍ରତିଯୋଗୀତାରେ କେବଳ ଝିଅ ଓ ମହିଳା ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ।ଭାରତୀୟ ତଥା ଉତ୍କଳୀୟ ସଂସ୍କୃତିକୁ ଆଧାରକରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏବଂ ଆକର୍ଷଣୀୟ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ପ୍ରଥମେ ସୁଶ୍ରୀ ପ୍ରିୟଙ୍କା ସାହୁଙ୍କୁ ଗଜପତି କୁଇନ ମୁକୁଟ ପ୍ରଦାନ କଲା ପରେ ବେବି ଗଜପତି ୧ମ.ତାପସୀ କର,୨ୟ.ତନିଶା ବେବର୍ତ୍ତା,୩ୟ. ସନ୍ତୋସିନୀ ପାତ୍ରମିସ ଗଜପତିରେ ୧ମ.ସୁଶ୍ରୀ କ୍ରିଷ୍ଣା ବହିଦାର,୨ୟ. ରୋଜି ପାତ୍ର,୩ୟ. ରାଜେଶ୍ୱରୀ ପାତ୍ର,ମିସେସ ଗଜପତିରେ ୧ମ.କଲ୍ୟାଣୀ ପଣ୍ଡା,୨ୟ ସୁଶ୍ରୀ ରଚିତା କୁମାରୀ ମହାନ୍ତି,୩ୟ.ଝରଣା ରାଣୀ ପଟନାୟକ ହୋଇଥିଲେ ।

ବିଚାରକ ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା, ଶୁଭେନ୍ଦୁ ମୋହନ ସେନାପତି,ପ୍ରିୟଙ୍କା ସାହୁ ଥିଲେ । ପ୍ରାରମ୍ଭରେ ଶୁଭଶ୍ରୀ ସାହୁ ଏବଂ ସଂସିତା ପ୍ରଧାନ ମଙ୍ଗଳାଚରଣ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।୭୦ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ମମତା ଆପଟ ଏବଂ ଏମ ଏମ ସ୍ପୋର୍ଟସ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭାଗବତ ପାଢୀ ଯୋଗ ଦେଇଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result