No Result
View All Result
ଓଡିଶା ତାଜା ନ୍ୟୁଜ୍ (୨୩ ଜାନୁଆରୀ,ଶନିବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ମାଣ୍ତିଆଢିପା ଗ୍ରାମ ପଞ୍ଚାୟତ ଚୁହାପାଲି ସେବାଶ୍ରୀ ଠାରେ ଆଜି ଶୁକ୍ରବାର ଦିନ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିବା ବେଳେ ପାଇକମାଲ ଶିକ୍ଷା ଅଧିକାରୀ ଚୁଡାମଣି ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ

ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜନକଲାଲ ମେହେର,ମୋ ସ୍କୁଲ ବ୍ଲକ ସ୍ତରୀୟ ଟିମ ମହାଦେବ ବେହେରା,ଡୋଲାମଣି ମାହାର,ତରଣୀ ସେନ ଡନସନା,କେଦାର ନାଥ ରାଉତ,ଦାୟାନିଧି କୈବର୍ତ୍ତ ପ୍ରମୁଖ ଯୋଗ ଦେଇଥିଲେ ।

ଗ୍ରାମ କମିଟି ତରଫରୁ ଏକ ଲକ୍ଷ ସତର ହଜାର ଟଙ୍କାର ଚେକ୍ ହେମନ୍ତ ସରିଆଁ ଓ ରୋହିତ କୁମ୍ଭାର ମୋ ସ୍କୁଲ ଅଭିଯାନ କମିଟି କୁ ପ୍ରଦାନ କରିଥିଲେ । ପୁରାତନ ପ୍ରଥମ ଛାତ୍ର ପଦ୍କନାଭ ମାହାର ଓ ସୁହଜନ୍ ସରିଆଁଙ୍କୁ ସମ୍ମାନିତ କରାଯାଇଥିଲା । ସ୍କୁଲ ସଭାପତି ସୁବାସ ସାହୁ,ଭୀମ ଥପା,ଦୁଃଖିଶ୍ଯାମ ସିରିଆଁ,ଚନ୍ଦ୍ରହାସ ପଟେଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ସନତ ସିଂ ବରିହା ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result