• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡ଼ିଶା ନଭଲ ଟାଟା ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପକ୍ଷରୁ ବାଳକ ଆବାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ ଉଦ୍‌ଘାଟନୀ ; ବାଳକ ବ୍ୟାଚ୍ ପାଇଁ ୩୧ ପ୍ରଶିକ୍ଷାର୍ଥୀ ମନୋନୀତ

Proprietor Abhimanyu Maharana by Proprietor Abhimanyu Maharana
January 23, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଓଡ଼ିଶା ନଭଲ ଟାଟା ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପକ୍ଷରୁ ବାଳକ ଆବାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ ଉଦ୍‌ଘାଟନୀ ; ବାଳକ ବ୍ୟାଚ୍ ପାଇଁ ୩୧ ପ୍ରଶିକ୍ଷାର୍ଥୀ ମନୋନୀତ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍  (୨୩ ଜାନୁଆରୀ ,ଶନିବାର )ଭୁବନେଶ୍ୱର :-  ହକି ଦୁନିଆର ଆଗାମୀ କ୍ରୀଡ଼ା ପ୍ରତିଭାମାନଙ୍କ ବିକାଶ ଓ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଥିବା ଓଡ଼ିଶା ନଭଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର-ଏଚ୍‌ପିସି (ଉଚ୍ଚ ପ୍ରଦର୍ଶନ କେନ୍ଦ୍ର) ପକ୍ଷରୁ କଳିଙ୍ଗ ହକି କମ୍ପେ୍ଲକ୍ସରେ ଏହାର ପ୍ରଥମ ବାଳକ ଆବାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ପାଇଁ ମୋଟ ୩୧ ଜଣ ପ୍ରଶିକ୍ଷାର୍ଥୀଙ୍କୁ ମନୋନୀତ କରାଯାଇଛି । ୨୦୨୦ ମସିହା ନଭେମ୍ବର ୧୭ ତାରିଖରୁ ଡିସେମ୍ବର ୧ ତାରିଖ ମଧ୍ୟରେ ଦୁଇ ସପ୍ତାହ ଧରି ଆୟୋଜିତ ମନୋନୟନ ଶିବିରରେ ଭାଗ ନେଇଥିବା ୧୦୦ ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ୧୭ ବର୍ଷରୁ କମ୍ ବୟସ ଗ୍ରୁପ୍‌ରୁ ଉକ୍ତ ଖେଳାଳିମାନଙ୍କୁ ମନୋନୀତ କରାଯାଇଥିଲା । ଏହାମଧ୍ୟରେ ଓଡ଼ିଶାର ୨୧, ମଣିପୁରର ୭, ଉତ୍ତର ପ୍ରଦେଶର ଦୁଇ ଜଣ ଓ ଆସାମର ଜଣେ ଖେଳାଳି ଅନ୍ତର୍ଭୁକ୍ତ । ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର (ଏଚ୍‌ପିସି) ପକ୍ଷରୁ ଅତିରିକ୍ତ ଖେଳାଳି ଭାବେ ୮ଜଣ (ଓଡ଼ିଶାର ୫ ଜଣ) ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରାଯାଇଛି । ହକି ଏଚ୍‌ପିସି ପକ୍ଷରୁ କିଛି ଖେଳାଳିମାନଙ୍କୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ପାନପୋଷ ଓ ସୁନ୍ଦରଗଡ଼ରେ ପରିଚାଳିତ କ୍ରୀଡ଼ା ଛାତ୍ରାବାସ ପାଇଁ ସୁପାରିଶ କରାଯାଇଛି । ଏହି ଛାତ୍ରାବାସଗୁଡ଼ିକ ଆଞ୍ଚଳିକ ବିକାଶ କେନ୍ଦ୍ର ହେବା ସହିତ ଓଡ଼ିଶା ନଭଲ ଟାଟା ହକି ଏଚ୍‌ପିିସିରେ ସାମିଲ ହେବା ପାଇଁ ଆଉ ଏକ ମାଧ୍ୟମ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆଜି ଆୟୋଜିତ ଆଧିକାରୀକ ଉଦ୍‌ଘାଟନୀ ସମାରୋହରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର, ଇଲେକ୍‌ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଶାଲ କୁମାର ଦେବ, ପଦ୍ମଶ୍ରୀ ବିଜେତା ଶ୍ରୀ ଦିଲ୍ଲୀପ ତିର୍କୀ, ଟାଟା ଷ୍ଟିଲ କର୍ପୋରେଟ୍ ସର୍ଭିସେସ୍ ବିଭାଗ ଭାଇସ ପ୍ରେସିଡେଣ୍ଟ ତଥା ଏଚ୍‌ଏଏଫ୍ (ହକି ଏସ୍ ଫାଉଣ୍ଡେସନ୍‌) ଅଧ୍ୟକ୍ଷ ଶ୍ରୀ ଚାଣକ୍ୟ ଚୌଧୁରୀ ଏବଂ ଏଚ୍‌ଏଏଫ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୌତମ ମୁଖର୍ଜି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଢେଙ୍କାନାଳ ଓ ଦେବଗଡ଼ରେ ଦୁଇଟି ତୃଣମୂଳ କେନ୍ଦ୍ରର ଶୁଭାରମ୍ଭ ହେବା ସହିତ ତୃଣମୂଳ କେନ୍ଦ୍ର ସଂଖ୍ୟା ୧୨ରେ ପହଞ୍ଚିଛି । ତୃଣମୂଳସ୍ତରର ମହିଳା ପ୍ରଶିକ୍ଷକମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଜଣେ ମହିଳା ପ୍ରଶିକ୍ଷକଙ୍କୁ ମିଶାଇ ଉକ୍ତ କେନ୍ଦ୍ରଗୁଡ଼ିକରେ ମୋଟ ୨୫ ଜଣ ପ୍ରଶିକ୍ଷକଙ୍କୁ ନିୟୋଜିତ କରାଯାଇଛି ।

ଏହି ଦୁଇଟି କେନ୍ଦ୍ର ଆରମ୍ଭ ହେବା ସହିତ ଆଜିର ଦିନରେ ଏହି ତୃଣମୂଳସ୍ତରୀୟ ପଦକ୍ଷେପ ଦ୍ୱାରା ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫୦୦ ଯୁବ ପ୍ରଶିକ୍ଷାର୍ଥୀ (ବାଳକ ଓ ବାଳିକା)ଙ୍କୁ ଏଥିରେ ସାମିଲ କରାଯାଇପାରିଛି । ଏହି ଅବସରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର , ଇଲେକ୍‌ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, “ଓଡ଼ିଶା ନଭଲ ଟାଟା ହକି ଏଚ୍‌ପିସିରେ ବାଳକମାନଙ୍କ ଆବାସିକ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଯୋଗ ଦେଇ ମୁଁ ବହୁତ ଖୁସି ଅନୁଭବ କରୁଛି । ସଫଳାତର ସହ ଚୟନ ପ୍ରକ୍ରିୟାକୁ ଅତିକ୍ରମ କରି ଆମର ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ସାମିଲ ହୋଇଥିବା ପ୍ରତ୍ୟେକ ଓ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ହକିରେ ଅଗ୍ରଗତି କରିବା ପାଇଁ ଏହା ଏକ ସର୍ବୋକ୍ତୃଷ୍ଟ ସୁଯୋଗ ଓ ମଞ୍ଚ ଏବଂ ଆପଣମାନେ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ । କ୍ରୀଡ଼ାରେ ଆପଣମାନଙ୍କ ସ୍ୱପ୍ନ ପୁରା କରିବା ଦିଗରେ ଏହା ପ୍ରଥମ ପଦକ୍ଷେପ । ଅଭିଜ୍ଞ ଓ ନିପୁଣ ପ୍ରଶିକ୍ଷକମାନଙ୍କ ଉପସ୍ଥିତିରେ ଆପଣମାନଙ୍କୁ ଭବିଷ୍ୟତରେ ଏକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ରୂପେ ବିକଶିତ କରିବାରେ ଏଚ୍‌ପିସିର ଏକ ପ୍ରମୁଖ ଭୂମିକା ରହିବ” । ଟାଟା ଷ୍ଟିଲ କର୍ପୋରେଟ୍ ସର୍ଭିସେସ୍ ବିଭାଗ ଭାଇସ ପ୍ରେସିଡେଣ୍ଟ ତଥା ହକି ଏସ୍ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଶ୍ରୀ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ “ଦେଶ ମଧ୍ୟରେ କ୍ରୀଡ଼ା ସଂସ୍କୃତିକୁ ପ୍ରେତ୍ସାହିତ କରିବା ପାଇଁ ଟାଟା ଷ୍ଟିଲ ସର୍ବଦା ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାର ଯୁବବର୍ଗମାନଙ୍କ ମଧ୍ୟରେ ପ୍ରଚୁର ପ୍ରତିଭା ଭରି ରହିଛି ଓ ସେମାନଙ୍କ ଦକ୍ଷତାର ବିକାଶ ପାଇଁ ସର୍ବଶ୍ରେଷ୍ଠ କ୍ରୀଡ଼ା ବ୍ୟବସ୍ଥା ଓ ପ୍ରଶିକ୍ଷଣ କେନ୍ଦ୍ର ଯୋଗାଇବା ଦିଗରେ ଏହା ଆମର ପଦକ୍ଷେପ । ଓଡ଼ିଶା ନଭଲ ଟାଟା ହକି ଏଚ୍‌ପିସି ଏକ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ହେବା ସହିତ ଏକ ଏଭଳି ଅନୁଷ୍ଠାନ, ଯେଉଁଠାରେ ଯୁବ ପ୍ରତିଭାଙ୍କ ବିକାଶ କରାଯିବା ସହିତ ତାଙ୍କ କ୍ୟାରିୟରକୁ ଏକ ରୂପ ଦିଆଯାଉଛି । ବାଳକଙ୍କ ପାଇଁ ଆବାସିକ କାର୍ଯ୍ୟକ୍ରମର ଆରମ୍ଭ କରିଥିବାରୁ ଆମେ ଖୁସି ଅନୁଭବ କରୁଛୁ, ଯାହା ଦେଶକୁ ହକିରେ ଏକ ଆଶାଜନକ ଭବିଷ୍ୟତ ଆଡକୁ ଅଗ୍ରସର କରିବା ଦିଗରେ ଆମ ଯାତ୍ରାକୁ ଅଧିକ ସୁଦୃଢ କରିବ” ।

୨୦୨୧ ଏପ୍ରିଲ ମାସ ପରେ ବର୍ତ୍ତମାନ ଖାଲିଥିବା ସ୍ଥାନରେ ଏଚ୍‌ପିସି ଅଧିକ ବାଳକ ଓ ବାଳିକାଙ୍କୁ ସାମିଲ କରିବ, ଯେଉଁଥିପାଇଁ ଅନ୍ୟ ଏକ ଚୟନ ପ୍ରକ୍ରିୟା ଆୟୋଜନ କରିବାକୁ ଯୋଜନା କରାଯାଉଛି । ବର୍ତ୍ତମାନ ଆବାସିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା, ଝାଡ଼ଖଣ୍ଡ, ଆସାମ, ପଞ୍ଜାବ, ମଣିପୁର ଏବଂ ଉତ୍ତରପ୍ରଦେଶର ୩୦ ଜଣ ବାଳିକାଙ୍କୁ ଏଥିରେ ସାମିଲ କରାଯାଇଛି । ଏହାପୂର୍ବରୁ, ଏଚ୍‌ପିସିର ବୈଷୟିକ ନିର୍ଦ୍ଦେଶକ ୱାର୍ଣ୍ଣର ଭେନ୍ ଡେର ଗେଟ୍ (ବୋଭେଲାଣ୍ଡର ହକି ଏକାଡେମୀ ଓ ହକି ଏସ୍ ଫାଉଣ୍ଡେସନ୍‌ର ବୈଷୟିକ ନିର୍ଦ୍ଦେଶକ) ଓ ହକି ଏଚ୍‌ପିସିର ମୁଖ୍ୟ ପ୍ରଶିକ୍ଷକ ପି ଲକ୍ଷ୍ମୀନାରାୟଣଙ୍କ ଦ୍ୱାରା ବାଳକଙ୍କ ଆବାସିକ କାର୍ଯ୍ୟକ୍ରମ ପାଇଁ ଚୟନ ପ୍ରକ୍ରିୟାର ଆୟୋଜନ କରାଯାଇଥିଲା । ଚୁଡ଼ାନ୍ତ ଚୟନ ପ୍ରକ୍ରିୟା ସମୟରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଏଠାକୁ ପରିଦର୍ଶନରେ ଆସିବା ସହିତ ପ୍ରଶିକ୍ଷକମାନଙ୍କୁ ନିଜର ବହୁମୂଲ୍ୟ ପରାମର୍ଶ ପ୍ରଦାନ କରିଥିଲେ । ଅନ୍ତର୍ଜାତୀୟ ଯାତ୍ରା କଟକଣା ଯୋଗୁଁ ଏଠାରେ ଉପସ୍ଥିତ ନ ରହିବା ସତ୍ତ୍ୱେ ନେଦରଲ୍ୟାଣ୍ଡର କିମ୍ବଦନ୍ତୀ ଖେଳାଳି ତଥା ଏଚ୍‌ପିସିର ବୈଷୟିକ ସହଯୋଗୀ ଫ୍ଲୋରିସ ବୋଭେଲାଣ୍ଡର ନିଜର ପରାମର୍ଶ ପ୍ରଦାନ କରିବା ସହିତ ଚୂଡ଼ାନ୍ତ ଚୟନ ପ୍ରକ୍ରିୟାରେ ଅଙ୍ଗାଅଙ୍ଗି ଭାବେ ଜଡ଼ିତ ଥିଲେ । ପ୍ରତ୍ୟେକ ବାଳକ ପ୍ରଶିକ୍ଷାର୍ଥୀଙ୍କ ଉପରେ ବିଶେଷ ଗୁରୁ୍‌ତ୍ୱ ଦେବା ଲକ୍ଷ୍ୟରେ ହକି ଏଚ୍‌ପିସି ପକ୍ଷରୁ ଅତିରିକ୍ତ ଯୋଗ୍ୟତାପ୍ରାପ୍ତ ପ୍ରଶିକ୍ଷକ ଓ ସହଯୋଗୀ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି କଷ୍ଟକର ସମୟରେ ସଫଳତାପୂର୍ବକ ଏହି କାର୍ଯ୍ୟକ୍ରମର ସମ୍ପାଦନ ପାଇଁ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିଲା ।

୨୦୧୯ ମସିହା ଅଗଷ୍ଟ ୧୩ ତାରିଖରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଟାଟା ଷ୍ଟିଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି ଭି ନରେନ୍ଦ୍ରନ୍‌ଙ୍କ ସହିତ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦ୍ୱାରା ଏଚ୍‌ଏଏଫ୍ (ହକି ଏସ୍‌ ଫାଉଣ୍ଡେସନ୍‌) ସହଭାଗିତାରେ ଓ ଟାଟା ଟ୍ରଷ୍ଟ ଏବଂ ଟାଟା ଷ୍ଟିଲ ତତ୍ତ୍ୱାବଧାନରେ ସ୍ଥାପିତ ଏହି ଏଚ୍‌ପିସିର ଶୁଭାରମ୍ଭ କରିଥିଲେ । ହକିର ଆଦ୍ୟଭୂମି ଭାବେ ପରିଚିତ ଓଡ଼ିଶାର କ୍ରୀଡ଼ା ପ୍ରତିଭାଙ୍କ ବିକାଶ ପାଇଁ ଟାଟା ଷ୍ଟିଲ, ଟାଟା ଟ୍ରଷ୍ଟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପରିଚାଳିତ ତ୍ରୀସ୍ତରୀୟ ଟାଟା ଓଡ଼ିଶା ହକି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଭୁବନେଶ୍ୱରରେ ଏହି ମର୍ଯ୍ୟାଦାଜନକ ଏଚ୍‌ପିସିର ଶୁଭାରମ୍ଭ କରାଯାଇଥିଲା । ଭାରତୀୟ ହକି ପ୍ରତି ତାଙ୍କର ଅବଦାନ, ଉଲ୍ଲେଖନୀୟ କ୍ରୀଡ଼ା ପ୍ରଶାସକ ଭାବେ ତାଙ୍କର ସଫଳତା ଏବଂ କ୍ରୀଡ଼ା ପ୍ରତି ତାଙ୍କର ଉତ୍ସାହକୁ ସ୍ମରଣ କରିବା ପାଇଁ ନଭଲ ଏଚ୍‌. ଟାଟାଙ୍କ ସମ୍ମାନର୍ଥେ ଏଚ୍‌ପିସିକୁ ନାମିତ କରାଯାଇଛି । ନଭଲ ଟାଟା ଅଖିଳ ଭାରତୀୟ କ୍ରୀଡ଼ା ପରିଷଦ (ଏଆଇସିଏସ୍‌) ର ସଭାପତି, ୧୫ ବର୍ଷ ପାଇଁ ଭାରତୀୟ ହକି ଫେଡେରେସନ୍ ସଭାପତି ଓ ଆନ୍ତର୍ଜାତୀୟ ହକି ଫେଡେରେସନ୍ (ଆଇଏଚ୍‌ଏଫ୍‌) ର ଉପାଧ୍ୟକ୍ଷ ଭଳି ମର୍ଯ୍ୟାଦାଜନକ ପଦବୀରେ ଅବସ୍ଥାପିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version