No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଜାନୁଆରି ୨୦୨୧, ଶୁକ୍ରବାର ) ଭୁବନେଶ୍ୱର :- ରାଜ୍ୟ ସରକାର ସରକାରୀ ସ୍କୁଲ ବନ୍ଦ କରୁଥିବା ବେଳେ ଏହାର ବିରୋଧ ରେ ଅଭିଭାବକ ମାନେ ଦାବି ପତ୍ର ଦେଇଛନ୍ତି । ବରଗଡ଼ ଜିଲ୍ଳା ଭେଡେନ ବ୍ଲକ ତାଲମେଣ୍ଡା ପଂଚାୟତ ଅନ୍ତର୍ଗତ ରଙ୍ଗାଟିକ୍ରା ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ଘୋଷଣା ହୋଇଥିବାରୁ ଗ୍ରାମବାସୀ ଵିରୋଧ କରିଛନ୍ତି । ଶୁକ୍ରବାର ଏନେଇ ଏକ ଲିଖିତ ଦାବି ପତ୍ର ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଦେଇଛନ୍ତି । ଗାଁ ରୁ ଚାରି କିଲୋମିଟର ଦୂର ଅନ୍ୟ ଏକ
ସ୍କୁଲରେ ମିଶ୍ରଣ ହେଉଥିବା ଓ ନଇଁ ନାଳ ପଡ଼ୁଥିବାରୁ ଛୋଟ ଛୋଟ ପିଲା ଙ୍କ ପାଇଁ ଏହା ବିପଦ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଆମ୍ ଆଦମୀ ପାର୍ଟି ର ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଭାବକ ମାନଙ୍କ ଦାବି କୁ ସମର୍ଥନ କରି ଜିଲ୍ଲାର କୌଣସି ବି ସ୍କୁଲ କୁ ବନ୍ଦ ନକରିବାକୁ କହିଥିଲେ । ଦିଲ୍ଲୀରେ ସରକାରୀ ସ୍କୁଲ ପ୍ରାଇଭେଟ ଅପେକ୍ଷା ଭଲ ରେଜଲ୍ଟ କରୁଥିବାରୁ ଓଡ଼ିଶା ସରକାର ମଧ୍ୟ ଶିକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି କହିଥିଲେ । ଆସନ୍ତା ଫେବୃଆରୀ ମାସ ୧ ତାରିଖ ରେ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ଦିଆଯିବ । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result