No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର )ପାରଳାଖେମୁଣ୍ଡି :- ଗଜପତିଜିଲ୍ଲା ରାୟଗଡ଼l ଜିଲ୍ଲା ସୀମାନ୍ତ ରାଇପଙ୍କା ପଞ୍ଚାୟତ ଅନ୍ତର୍ଗତ ଡୁମୂଳପଦର୍ ଗ୍ରାମନିକଟରେ ଏକ ପିକନିକ୍ ବସ ଦୁର୍ଘଟଣାଗସ୍ତ ଜଣେ ମୃତ ୧୦ ରୁ ଉର୍ଦ୍ଧ୍ବ ଆହତହୋଇଥିବା ଜଣାପଡିଛି l ମୋହନା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଧୀନ ସମୟରେ ସୁନୀଲ କୁମାର ସାହୁ(୨୮) ବର୍ଷ ଙ୍କ ମୃତ ହୋଇଥିବା ବେଳେ ୧୦ରୁଉର୍ଦ୍ଧ ଜଣ ଆହତ ହୋଇଛନ୍ତି । ଆହତ ଙ୍କ ମଧ୍ୟରୁ ତିନି ଜଣଙ୍କୁ ବ୍ରହ୍ମପୁର ଚିକିତ୍ସା ନିମନ୍ତେ ପଠାଇଥିବା ମୋହନା ଠାରେ ଚିକିତ୍ସା ହେଉଛନ୍ତି । ପିକନିକ ଗାଡ଼ିରେ କୋଡିଏ ଜଣ ଯାତ୍ରୀ ଭୁବନଶ୍ୱର ରୁ କୋରାପୁଟ ଜିଲ୍ଳାର ଗୁପ୍ତେଶ୍ଵର୍ ପିକନିକ ପାଇଁ ଯାଇ ଫେରୁଥିଲେ।ଭୋର ପାଞ୍ଚଟା ସମୟରେ ଗଜପତି- ରାୟଗଡ଼ l

ଜିଲ୍ଲା ସୀମାନ୍ତରେ ଥିବା କେନ୍ଦୁଗୁଡ଼ା ନିକଟରେ ଥିବା ବୁଲାଣିରେ କୁହୁଡି ଯୋଗୁଁ ଗାଡିଟି ଓଲଟି ପଡିବାରୁ ଜଣଙ୍କ ମୃତୁ ହୋଇଥିବା ବେଳେ ଦଶ ଜଣରୁ ଉର୍ଦ୍ଧ ଆହତ ହୋଇଛନ୍ତି। ଆହାତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନl ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା ଚିକିତ୍ସାଧିନ୍ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଯାଇଥିଲl ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଆହତ ଙ୍କ ଚିକିସ୍ରା ନେଇ ଅନୁଧ୍ୟାନ କରିଥିଲେ ସହ ତଦନ୍ତ ଜାରି ରଖିଛନ୍ତି (ପାରଳାଖେମୁଣ୍ଡି/ଗରୁଡ଼ ଧ୍ୱଜ ଚୌଧୁରୀ)
No Result
View All Result