No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୮ ଜାନୁଆରୀ ସୋମବାର )ଗଜପତି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଆଜି ୩୨ତମ ସଡକ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ୧୮ ତାରିଖରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ସପ୍ତାହ ବ୍ୟାପି ପାଳିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସଚେତନତା ରଥ ଜିଲ୍ଲାରେ ପରିକ୍ରମା କରି ସଡକ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରାଇବ । ଆଜିରଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଓ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ସଚେତନତା ରଥ ସହର ପରିକ୍ରମା କରି ସଡକ ସୁରକ୍ଷା ର ନିୟମାବଳୀ ଗୁଡିକ ଉପରେ ଲୋକଙ୍କୁ ସଚେତନ କରିଛି ।
ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ ବ୍ୟବହାର କରିବା , ଦୁଇ ଚକିଆ ଯାନରେ ଦୁଇ ଜଣଙ୍କରୁ ଅଧିକା ଯାତ୍ରା ନ କରିବା, ମଦ୍ୟପାନ ଓ ମାଦକ ଦ୍ରବ୍ୟସେବନ କରି ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା , ସର୍ବସାଧାରଣ ରାସ୍ତାରେ ବିପଦ ପୂର୍ଣ୍ଣ ଭାବେ ଗାଡି ନ ଚଳାଇବା , ଦ୍ରବ୍ୟ ପରିବହନ ଗାଡ଼ିରେ ପାସେଞ୍ଜର ନ ନେବା, ଚାରି ଚକିଆ ଯାନ ବା ବଡ଼ ଗାଡ଼ିରେ ଯାତ୍ରା କରିବା ସମୟରେ ସିଟ ବେଲ୍ଟ ବ୍ୟବହାର କରିବା ଏହି ସବୁ ନିୟମ ମାନି ଗାଡି ଚଳାଇବାକୁ ସଚେତନତା କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ସମେତ ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result