No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର )ପାରଳାଖେମୁଣ୍ଡି :-ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପାରଳାଖେମୁଣ୍ଡି ପୋଲିସ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସଙ୍କୁରିବନ୍ଦର ଏକ ପରିତ୍ୟକ୍ତ ନାଳରେ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ସମୟରେ କିଛି ସ୍ଥାନୀୟ ଲୋକ ଏହି ମୃତ ଦେହ ଦେଖି ପାରଳାଖେମୁଣ୍ଡି ପୋଲିସ କୁ ସୂଚନା ଦେଇଥିଲେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତ ବ୍ୟକ୍ତିର ପରିଚୟ ମିଳିନଥିବା ବେଳେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି ମୃତ ବୃଦ୍ଧ ଜଣକ ଜଣେ ଭିଖ୍ୟୁକ ଥିଲେ, ମୃତ ଶବ କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ରେ ଶବ ବ୍ୟବଚ୍ଛେଦ କରିବା ପରେ ୭୨ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷଣ କରି ରଖାଯିବ ତା ପରେ କୌଣସି ଲୋକ କି ପରିବାର ବର୍ଗ ଦାବୀ ନକଲେ ଅନ୍ତଷ୍ଟୀ ପୌରପାଳିକାର ସହଯୋଗରେ କରାଯିବ । (ରିପୋର୍ଟ –ଗରୁଡ ଧ୍ଵଜ ଚୌଧୁରୀ )
No Result
View All Result