No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୬ ଜାନୁଆରୀ ଶନିବାର )ବରଗଡ଼ :- ବରଗଡ଼ ପୌର ପରିଷଦ ଅଧିନ ରେ ଥିବା ମୁଣ୍ଡପଡା ନିକଟ ଡ଼ମ୍ପିଙ୍ଗୟାର୍ଡ ରେ ଏବେ ପରିସ୍ଥିତି ଅସମ୍ଭାଳ, ଅଳିଆ ଆବର୍ଜନା ଭରା କୃତ୍ରିମ ପାହାଡ ଯୋଗୁଁ ଲୋକେ ଶ୍ୱାସରୁଦ୍ଧ ହୋଇ ପଡୁଥିବା ଅଭିଯୋଗ କରିଛନ୍ତି । ଜାନୁଆରୀ ୧୫ ତାରିଖ ରୁ ଆବର୍ଜନା ଆଉ ପକାଯିବା ନାହିଁ ବୋଲି ପ୍ରଶାସନ କହୁଥିବା ବେଳେ ଏହା ଏବେ ବି ଜାରି ରହିଛି । ୨୦୧୭ ମସିହାରୁ ସ୍ଥାନୀୟ ଲୋକମାନେ ଡମ୍ପିଙ୍ଗୟାର୍ଡ କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆନ୍ଦୋଳନ କରି ଆସୁଥିବା ବେଳେ ୬ ମାସ ମଧ୍ୟରେ ସମାଧାନ ହେବ

ବୋଲି ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାହା ପୂରଣ ହେଉନଥିବାରୁ ପୁଣି ସତ୍ୟାଗ୍ରହ ଆନ୍ଦୋଳନ ହୋଇଥିଲା । ପରେ ପ୍ରଶାସନ ବଳ ପୂର୍ବକ ପୋଲିସ ଲଗାଇ ମହିଳା ଓ ବୃଦ୍ଧ ମାନଙ୍କୁ ଗିରଫ କରିଥିଲେ । ପରେ ସ୍ଥାନୀୟ ଲୋକେ ଉଚ୍ଚନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରିବା ପରେ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଲେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ , ହେଲେ ନ୍ୟାୟାଳୟ ର ନିର୍ଦ୍ଦେଶ କୁ ଭୃକ୍ଷେପ ନକରି ଏହା ମଧ୍ୟରେ ୨ବର୍ଷ ବିତି ଯାଇଥିଲେ ବି ପ୍ରଶାସନ କୋୖଣସି ସମାଧାନ କରିନାହିଁ। ଏବେ ପରିସ୍ଥିତି ଅସମ୍ଭାଳ ହେବା ସହ ଅଗ୍ନିକାଣ୍ଡ ଯୋଗୁ ସ୍ଥାନୀୟ ଲୋକ ଅଣନିଶ୍ୱାସୀ ହେଉ ଥିବା ଅଭିଯୋଗ ହୋଇଛି । ଶନିବାର ପ୍ରତିବାଦରେ ଆବର୍ଜନା ବୋଝେଇ ଗାଡ଼ି କୁ ସ୍ଥାନୀୟ ଲୋକେ ଅଟକାଇ ଥିବା ଦେଖିବା ମିଳିଛି । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result